ଅନନ୍ୟ

ଅଞ୍ଚଳଗୁମ୍ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ ଉତ୍ସବ

ଅଞ୍ଚଳଗୁମ୍ମା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ ଉତ୍ସବ
ତେନ୍ତୁଳିଖୁଣ୍ଟି, ୧୨/୦୧/୨୫ (AKN NEWS)ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଅଞ୍ଚଳଗୁମ୍ମା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ୨୬ ତମ ବାର୍ଷିକ ଉତ୍ସବ ମହା ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ର ସଭାପତି ଶ୍ରୀ ମଧୁସୁଦନ ବିଷୋୟୀଙ୍କ ସଭାପତିତ୍ବରେ ହୋଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ମାନ୍ୟବର କ୍ୟାବିନେଟ୍ ମନ୍ତ୍ରୀ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଥିଲେ। ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକ ନବରଙ୍ଗପୁର ଗୌରୀ ଶଙ୍କର ମାଝୀ, ତେନ୍ତୁଳି ଖୁଣ୍ଟି ପଞ୍ଚାୟତ ସମିତି ଅଧକ୍ଷା ନିଳେନ୍ଦ୍ରୀ ନାୟକ,ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ବିଷୋୟୀ, ସାଂସଦ ପ୍ରତିନିଧି ସନ୍ତୋଷ ପାତ୍ର, ଅଞ୍ଚଳ ଗୁମା ସରପଞ୍ଚ କୁସୁମା ପୂଜାରୀ,ବିଜେପି ଜିଲ୍ଲା ସଭାପତି ଜଗଦୀଶ ଚନ୍ଦ୍ର ବିଷୋୟୀ,ପ୍ରଧାନ ଆଚାର୍ଯ୍ୟ ଅଶୋକ କୁମାର ପଟ୍ଟନାୟକ,ବିଦ୍ୟାଳୟ ସମ୍ପାଦକ ବିଶ୍ଵ ରଞ୍ଜନ ସାହୁ, ହରେ କୃଷ୍ଣ ବିଷୋୟୀ ମଞ୍ଚାସିନ ରହି ଥିଲେ ମୁଖ୍ୟ ବକ୍ତା ଭାବେ ଜିଲ୍ଲା ବ୍ୟବସ୍ଥା ପ୍ରମୁଖ ତଥା ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘ ନବରଙ୍ଗପୁର ହିଂମାଶୁ ଶେଖର ମିଶ୍ର ମଞ୍ଚାସିନ ରହି ଥିଲେ ।ପ୍ରଥମେ ବିଦ୍ୟା ଦାୟିନୀ ମାତା ସରସ୍ୱତୀଙ୍କୁ ଧୂପ ଦୀପ ଦେଇ ପୂଜାର୍ଚ୍ଚନା କରାଯାଇ ଥିଲା ।ପରେ ବିଦ୍ୟାଳୟର ସମ୍ପାଦକ ବିଶ୍ଵ ରଞ୍ଜନ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ।ପ୍ରଧାନାଚାର୍ଯ୍ୟ ଅଶୋକ କୁମାର ପଟ୍ଟନାୟକ ସ୍ବାଗତ ଅଭିଭାଷଣ
ରଖିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ଅବସରରେ ବିଦ୍ୟାଳୟର
ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ଅତିଥି ମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲ। କୃତି ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟ କ୍ରମ ଶେଷରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ଓ ପୁରାତନ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଥିଲେ ଏହି ସାଂସ୍କୃତିକ କାର୍ଯ କୁ ସମୀର ପଟ୍ଟନାୟକ,ଦେବାଶିଷ ବିଷୋୟୀ,ଅର୍ପିତା ସ୍ୱାଇଁ,ସୁଚରିତା ପଟ୍ଟନାୟକ, ମଞ୍ଚ ପରିଚାଳନା କରି ଥିଲେ ।ଏହି କାର୍ଯ୍ଯ କ୍ରମ କୁ ବିଦ୍ୟାଳୟ ର ସମସ୍ତ ଗୁରୁଜୀ, ଗୁରୁମା,ପରିଚାଳନା କମିଟି ପୁରାତନ ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ପୂର୍ଣ୍ଣ ସହଯୋଗ କରି ଥିଲେ ।
ତେନ୍ତୁଳିଖୁଣ୍ଟି ରୁ ସଞ୍ଜୀବ ଖୁରାଙ୍କ ରିପୋର୍ଟ୍ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!