ଅନନ୍ୟ

କୁଟୁରାଚୁଆଁ ଜୁନିୟର କଲେଜ ରେ ଜାଜୀୟ ଯୁବ ଦିବସ ପାଳିତ

କୁଟୁରାଚୁଆଁ ଜୁନିୟର କଲେଜ ରେ ଜାଜୀୟ ଯୁବ ଦିବସ ପାଳିତ କୁଚିଣ୍ଡା ୧୨/୧ କୁଚିଣ୍ଡା ଉପଖଣ୍ଡ ଅନ୍ତର୍ଗତ କୁଟୁରାଚୁଆଁ ଜୁନିୟର କଲେଜ ରେ ଯୁବ ରେଡକ୍ରସ ଆନୁକୁଲ୍ୟରେ ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀ ଙ୍କ ସଭାପତିତ୍ବ ରେ ସ୍ବାମୀ ବିବେକାନନ୍ଦ ଜନ୍ମ ଜୟନ୍ତୀ ଅବସର ରେ ଜାଜୀୟ ଯୁବ ଦିବସ ପାଳିତ ହୋଇଯାଇଅଛି। ପ୍ରାରମ୍ଭ ରେ ଉପସ୍ଥିତ ଅତିଥୀଗଣ ସ୍ବାମୀ ବିବେକାନନ୍ଦ ଙ୍କ ତୈଳଚିତ୍ର ରେ ଦୀପ ଜାଲି ପୁଷ୍ପମାଳ୍ୟ ଅର୍ପଣ କରିଥିଲେ। ଅଧ୍ୟାପିକା ଭାବନା ପାଣ୍ଡେ ସ୍ବାଗତ ଭାଷଣ ତଥା ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଲେ କଲେଜ ର ବରିଷ୍ଠ ଅଧ୍ୟାପକ କୃଷ୍ଣଚନ୍ଦ୍ର ପୂଝାରୀ ସଭା ସଂଯୋଜନା କରିଥିଲେ। ଏହି ଅବସର ରେ କଲେଜ ର ପ୍ରତିଷ୍ଠାତା ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଯୁବ ସମାଜ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ମାର୍ଗଦର୍ଶନ ଦେଇଥିଲେ। ଟେଲିଭିଜନ କଲାକାର ସିପ୍ରା ମହାନ୍ତି ମୁଖ୍ୟବ୍ୟକ୍ତା ଭାବରେ ଯୋଗ ଦେଇ ବିବେକାନନ୍ଦ ହେଉଛନ୍ତି ବିଶ୍ବବିଜୟୀ ଓ ଦେଶପ୍ରେମ ର ଏକ ପ୍ରତୀକ ବୋଲି ପ୍ରକାଶ କରିଥିଲେ। ସମାଜସେବୀ ତଥା ପଶ୍ଚିମ ଓଡିଶା ଗ୍ରାହକ ପଞାୟତ ର କୋଷାଧକ୍ଷ ନଳୀନି କାନ୍ତ ମହାନ୍ତି,ଶିକ୍ଷା ଡେମୋଷ୍ଟେଟର ପ୍ରତିମା କୁମାରୀ ନାଏକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ। ଯୁବ ରେଡକ୍ରସ କାଉନସେଲର ଅଧ୍ୟାପକ ସତ୍ୟନାରାରଣ ପଟେଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଲେ ଅଧ୍ୟାପକ ସୁଧିର ନାଏକ ଧନ୍ୟବାଦ ଅର୍ପଣ କରିଥିଲେ। ଡିଇଓ ସମିନ ନାଏକ,କିରାଣୀ ଭେଷଜ କୁମାର ଗରଡିଆ,ଅଣଶିକ୍ଷକ ଜୟଦେବ ରାଉତ,ଅସିମ କୁମାର ପରୁଆ ତଥା କଲେଜ ଉଭୟ ଏକାଦଶ ଓ ଦ୍ବାଦଶ ଶ୍ରେଣୀ ଛାତ୍ର ଛାତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!