ଓଡିଶା ଖବର

କଳାହାଣ୍ଡିରେ ସ୍ବାବଲମ୍ବୀ ଭାରତ ଅଭିଯାନର ଡିଜିଟାଲ ସ୍ୱାକ୍ଷର ଅଭିଯାନର ଶୁଭାରମ୍ଭ

ଭବାନୀପାଟଣା (AKN NEWS): ସ୍ୱଦେଶୀ ଜାଗରଣ ମଞ୍ଚ, ଅଖିଳ ଭାରତୀୟ ଅଧିବକ୍ତା ପରିଷଦ, କଳାହାଣ୍ଡିଙ୍କ ମିଳିତ ସହଯୋଗରେ ସ୍ବାବଲମ୍ବୀ ଭାରତ ନିର୍ମାଣ ପାଇଁ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ଓ ରାଷ୍ଟ୍ରୀୟ ଯୁବ ଦିବସ ଅବସରରେ ସ୍ବାବଲମ୍ବୀ ଭାରତ ଅଭିଯାନର ଡିଜିଟାଲ ସ୍ୱାକ୍ଷର ଅଭିଯାନର ଶୁଭାରମ୍ଭ ହୋଇଯାଇଛି l ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ବ୍ରଜ ବିହାର ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧିବକ୍ତା ପରିଷଦ, ଜିଲ୍ଲା ସଭାପତି ସନ୍ତୋଷ କୁମାର ମୁଣ୍ଡ ମୁଖ୍ୟ ଅତିଥି ଓ ସ୍ବାବଲମ୍ବୀ ଭାରତ ଅଭିଯାନର ଜିଲ୍ଲା ସମନ୍ୱୟକ ତଥା ମଞ୍ଚର ପ୍ରାନ୍ତ ସମ୍ପର୍କ ପ୍ରମୁଖ ଯୁବ ଉଦ୍ୟୋଗୀ ପ୍ରତୀକ ଯୋଷୀ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ ପୂର୍ବକ ଯୁବ ସମାଜ ସ୍ୱାବଲମ୍ବୀ ହେଲେ ସ୍ବାମୀଜୀଙ୍କ ସ୍ୱପ୍ନର ଭାରତ ନିର୍ମାଣ ହୋଇପାରିବ l ତେଣୁ ସ୍ୱାମୀଜୀଙ୍କ ଜନ୍ମ ଦିନ ଓ ରାଷ୍ଟ୍ରୀୟ ଦିବସରେ ଯୁବ ସମାଜ ନିଜ ସ୍ୱରୋଜଗାରକ୍ଷମ ହେବା ସହିତ ଅନ୍ୟମାନଙ୍କୁ ରୋଜଗାର ଦେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ହୋଇ ସଂକଳ୍ପ ନେବା ଆବଶ୍ୟକ ବୋଲି ମାର୍ଗଦର୍ଶନ କରିଥିଲେ l ମଞ୍ଚର ଜିଲ୍ଲା ସମ୍ପର୍କ ପ୍ରମୁଖ ଗଜିନ୍ଦ୍ର ଡାକୁଆଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ନଗର ଓ ଆଖ ପାଖ ଅଂଚଳର ଯୁବ ଉଦ୍ୟୋଗୀ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ l ଏହି ଅଭିଯାନ ଆଜି ଠାରୁ ଏକମାସ ବ୍ୟାପୀ ଚାଲିବ ଓ ବିଶେଷ ଭାବରେ ଯୁବ ବର୍ଗ ମହିଳା ଜନ ସାଧାରଣଙ୍କୁ ଏହି ସ୍ୱାକ୍ଷର ଅଭିଯାନରେ ସାମିଲ କରାଯିବ ବୋଲି ଜିଲ୍ଲା ସମ୍ପର୍କ ପ୍ରମୁଖ ହଜିନ୍ଦ୍ର ଡାକୁଆ ସୂଚନା ଦେଇଛନ୍ତି l

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!