ଓଡିଶା ଖବର

ନବରଙ୍ଗପୁର ଠାରେ ଜାତୀୟ ସଡ଼କ ସୁରକ୍ଷା ମାସର ଉଦଯାପନୀ ସମାରୋହ

ନବରଙ୍ଗପୁର( AKN NEWS): ଆଜି ତା ୩୧.୧.୨୦୨୫: ଆଜି ଦିବା୧୦.୩୦ ସମୟରେ ଜିଲ୍ଲା ପରିବହନ କାର୍ଯ୍ୟଳୟ ଠାରେ ଜାତୀୟ ସଡକ ସୁରକ୍ଷା ସଚେତନତା ମାସର ଉଦଯାପନୀ ଦିବସ ଅନୁଷ୍ଠିତ ହୋଇଯାଇଛି ।ଏହି ଉଦଯାପନୀ ଉତ୍ସବରେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ ଏବଂ ସମ୍ମାନୀତ ଅତିଥି ରୂପେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ( ରାଜସ୍ବ) ନବୀନ ଚନ୍ଦ୍ର ନାୟକ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବଟକୃଷ୍ଣ ମିଶ୍ର ଓ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମନୋଜ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଆର୍ ଟି ଓ ଜୀତେନ୍ଦ୍ର ଭୋଇ ସଭାର ଅଧ୍ୟକ୍ଷତା କରି ପରିବହନ ବିଭାଗ ଦ୍ଵାରା ଜିଲ୍ଲାରେ ମାସ ବ୍ୟାପି ସଡ଼କ ସୁରକ୍ଷା ସଚେତନତା ଉପରେ ନିଆଯାଇଥିବା ପଦକ୍ଷେପ ଉପରେ ବିଶେଷ ସୂଚନା ଦେଇଥିଲେ।ମୁଖ୍ୟ ଅତିଥି,ମୁଖ୍ୟ ବକ୍ତା ଓ ଅତୀଥିଗଣ ନିଜ ନିଜ ବକ୍ତବ୍ୟ ରେ ଦୃତଗତି, ମଦ ଓ ନିଶା ପାନ ସହ ଗାଡ଼ି ଚାଳନା, ଅଳ୍ପ ବୟସ୍କ ଙ୍କ ଗାଡ଼ି ଚାଳନା,ବିନା ହେଲମେଟ ଓ ସିଟ୍ ବେଲଟ୍ ରେ ଗାଡ଼ି ଚାଳନା,ବିନା ଲାଇସେନ୍ସରେ ଓ ମୋବାଇଲ୍ ବ୍ୟବହାର କରି ଗାଡ଼ି ଚାଳନା ଉପରେ ଦୃଢ କାର୍ଯ୍ୟାନୁଷ୍ଠନ, ସଡ଼କ ସୁରକ୍ଷା ନିୟମ ପାଳନ,ସ୍କୁଲ୍ କଲେଜ ଛାତ୍ର ଛାତ୍ରୀ ମାନଂକ ମଧ୍ୟରେ ସଡ଼କ ସୁରକ୍ଷା ସଚେତନତା, ଦୁର୍ଘଟନା ପୀଡିତ ବ୍ୟକ୍ତିଙ୍କୁ ଉଦ୍ଧାର, ଚକ୍ଷୁ ପରୀକ୍ଷା,ପ୍ରାଥମିକ ଚିକିତ୍ସା ଉପରେ ଜ୍ଞାନ ଉପରେ ବିଶେଷ ମତ ରଖିଥିଲେ।

ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମାଝୀ ଜିଲ୍ଲା ର ୨୧ ଜଣ ଉତ୍ତମ ସହାୟକ ବ୍ୟକ୍ତି( good Samaritan) ଙ୍କୁ ମାନପତ୍ର ଓ ପୁରସ୍କାର ରାଶି ୨୦୦୦ ଟଙ୍କାର ଚେକ୍ ବିତରଣ କରିଥିଲେ। ମୁଖ୍ୟ ଅତିଥି ମାନ୍ୟବର ବିଧାୟକ ଗୌରୀ ଶଙ୍କର ମାଝୀ ନିଜେ ଦୁର୍ଘଟଣା ଓ ପୀଡିତ ବ୍ୟକ୍ତିଙ୍କୁ ଉଦ୍ଧାର କରି ନିଜ ଗାଡିରେ ଡ଼ାକ୍ତରଖାନା ରେ ପହଞ୍ଚାଇ ଚିକିତ୍ସା ବ୍ୟବସ୍ଥା କରି ଏକ ଉତ୍ତମ ସହାୟକ ବ୍ୟକ୍ତି ରୂପେ ଉଦାହରଣ ସୃଷ୍ଟି କରିଛନ୍ତି ଏବଂ ଏକ ମାନପତ୍ର ସହ ଚେକ୍ ଅତିରିକ୍ତ ଜିଲ୍ଲାପାଳ ମହେଶ୍ୱର ଚନ୍ଦ୍ର ନାୟକ ଙ୍କ ଠାରୁ ଗ୍ରହଣ କରିଥିଲେ।ସ୍ଲୋଗାନ ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଆର୍ ସି ଡି ସ୍କୁଲ୍ ର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ,ଡ଼୍ରାଇଭର ସଂଘ ର ପ୍ରତିନିଧି,ଲଘୁ ଓ ଭାରିଯାନ ଗାଡ଼ି ଚାଳକ, ଗଣ ମାଧ୍ୟମ ପ୍ରତିନିଧି,ସହରର ବୁଦ୍ଧିଜୀବୀ,ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।ପରିଶେଷରେ ଆର୍ ଟି ଓ ଜୀତେନ୍ଦ୍ର ଭୋଇ ନବରଙ୍ଗପୁର ଜିଲ୍ଲାକୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ଶେଷରେ ଡି .ଆଇ .ପି. ଆର୍ .ଓ .ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!