ଓଡିଶା ଖବର
ଝିର୍ଲାପାଲିରେ ସମସିଂହା ମଣ୍ଡଳ ସ୍ତରୀୟ ଅଘରିଆ ସମାଜ ସାଧାରଣ ବୈଠକ

(AKN NEWS): କୋଳବିରା ଅଖିଳ ଭାରତୀୟ ଅଘରିଆ ସମାଜର ସମଶିଂହା ମଣ୍ଡଳ ସ୍ତରୀୟ ସାଧାରଣ ବୈଠକ ଝିର୍ଲ ପାଲି ଜଗନ୍ନାଥ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ସଭାପତି ବିନୋଦ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଏହି ବୈଠକରେ ରାଜ୍ୟ ସଂଗଠନ ସମ୍ପାଦକ ସୁବାସ ଚନ୍ଦ୍ର ନାୟକ, ଲଇଡା ଆଞ୍ଚଲିକ ସଭାପତି ବିନୟ ଚୌଧୁରୀ,ରାଜ୍ୟ ପାଇଁ ମନୋନୀତ ଉପସଭାପତି ଅଶୋକ ନାୟକ ଓ ରାଜ୍ୟ ଯୁବ ସଭାପତି ପୀତ ବାସ ପଟେଲ ପର୍ଯ୍ୟବେକ୍ଷକ ଭାବରେ ଯୋଗ ଦେଇଥିଲେ ।ବୈଠକରେ ସମାଜର ରୀତି ନୀତି ଓ ସମାଜ ସଂସ୍କାର ସମ୍ପର୍କରେ ଆଲୋଚନା ହୋଇ ଆଗାମୀ କାଲି ଠାରୁ ହେବାକୁ ଥିବା ତିନି ଦିନିଆ ସମ୍ମିଳନୀ କୁ ସଫଳ କରିବାକୁ ଆହ୍ବାନ ଦେଇଥିଲେ । ଶେଷରେ ମଣ୍ଡଲ ସମ୍ପାଦକ ନଳୀନ ପଟେଲ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


