ଅନନ୍ୟ

ସଇଁତଲାରେ ମହାଶିବରାତ୍ରି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କଂସ ଦରବାର

ସଇଁତଲାରେ ମହାଶିବରାତ୍ରି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ କଂସ ଦରବାର

ବଲାଙ୍ଗୀର ଜିଲ୍ଲା ସଇଁତଲା ସ୍ଥିତ ଲାନ୍ଥନଦୀ କୂଳରେ ଥିବା ଭୂତେଶୂର ବାବା ପୀଠରେ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମହାଶିବରାତ୍ରି ମେଳା ଉପଲକ୍ଷେ ମଙ୍ଗଳବାର ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟନ ହୋଇଯାଇଛି l ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ସିଂ ଭୋଇ ଯୋଗଦାନ କରି ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ଏଥିରେ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ସଇଁତଲା ବିଡ଼ିଓ ପୁରୁଷୋତ୍ତମ ମିର୍ଦ୍ଧା, ବ୍ଲକ ଉପାଧ୍ୟକ୍ଷ ଗୁଣସାଗର ମାଝୀ, ଓକିଲ ସଂଘ ସଭାପତି ସୁବୋଧ କୁମାର ମିଶ୍ର, ସ୍ଥାନୀୟ ସରପଞ୍ଚ ସୁବ୍ରତ ନାଗ, କମିଟି ସଭାପତି ସନ୍ତୋଷ ବିଶ୍ୱାଲ, ସମ୍ପାଦକ ରାଜେଶ କୁମାର ସାହୁ, କୋଷାଧ୍ୟକ୍ଷ ରହିତାଶ୍ଵର ନାଗ ପ୍ରମୁଖ ଯୋଗଦାନ କରି ଭୂତେଶ୍ଵର ବାବା ପୀଠର ଉନ୍ନତି ଦିଗରେ ପଦକ୍ଷେପ ଗ୍ରହଣ କରିବା ସହ ଯୁବକମାନଙ୍କ କାର୍ଯ୍ୟକ୍ରମକୁ ବେଶ ପ୍ରଶଂସା କରିଥିଲେ l ଏହି ପରିପେକ୍ଷୀରେ ଓଡିଶା ସାମ୍ବାଦିକ ସଂଘ (ଓଜେୟୁ ) ରାଜ୍ୟ ସମ୍ପାଦକ ତଥା ବରିଷ୍ଠ ସାମ୍ବାଦିକ ପ୍ରମୋଦ କୁମାର ସେଲମା , ବ୍ଲକ ସାମ୍ବାଦିକ ସଂଘ ସଭାପତି ନାରାୟଣ ସାହୁ, ସାମ୍ବାଦିକ ତରୁଣ ବେହେରା ଓ ପୋଲିସ ଏସଆଇ ଲଛିନ୍ଦ୍ର ଚାଲାଣ ଙ୍କୁ ପୂଜା କମିଟି ତରଫରୁ ଉପଢ଼ୋକନ ଦେଇ ସମ୍ମାନିତ କରାଯାଇଥିଲା l ଏହାପରେ ଲୋଇସିଙ୍ଗା ସାଂସ୍କୃତିକ ଦଳ ତରଫରୁ କଂସ ଦରବାର ମୁଖ୍ୟ ଆକର୍ଷଣ ରହିଥିବା ବେଳେ ପୁରୀ ପିପିଲିର ଜାଗୃତି ସାଂସ୍କୃତିକ ଦଳ, ଆଦିବାସୀ ସାଂସ୍କୃତିକ ସଂଘ ବଲାଙ୍ଗୀର, ଚୂମକୁ ଚୁମା ସାଂସ୍କୃତିକ କଳା ପରିଷଦ ବରଗଡ, ହେତବାହାଲ ଖାଡ଼ିଆ ନୃତ୍ୟ ସୁନ୍ଦରଗଡ଼ ଓ ରତ୍ନାକର ସଂଗୀତ ସଦନ କେନ୍ଦ୍ରାପଡ଼ା ଦଳ ତରଫରୁ ବିଭିନ୍ନ ପ୍ରକାର ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ ବେଶ ଆକର୍ଷଣୀୟ ରହିଥିଲା l ଉକ୍ତ କାର୍ଯ୍ୟକ୍ରମକୁ ଡାକ୍ତର ବିଶ୍ୱଜିତ ମିଶ୍ର ଓ କ୍ଷେତ୍ରପତି ଜାଲ ପରିଚାଳନା କରିଥିବା ବେଳେ କମିଟିର ଉପ ସଭାପତି ଦୀପକ ଭୋଇ, ସହ ସମ୍ପାଦକ ଚନ୍ଦ୍ର ଚନ୍ଦନ, ଓ ହେମସାଗର ସାହୁ ଙ୍କ ସହ କମିଟିର ସଦସ୍ୟ ଦିନେଶ ଭୋଇ, ରଥି ସାହୁ, ମଣ୍ଟୁ ପୃଷେଠ, ଅସୀତ ରଥ, ଭକ୍ତ ପୋଢ଼, ସାରଥୀ ସାହୁ, ପୂର୍ଣ୍ଣ ଦଲେଇ, ଭୋଳା ବେହେରା ଜାରା ସାହୁ , ଅମରେଶ ସାହୁ ତନୁ ମିଶ୍ର, ପର୍ଶୁ ସାହୁ, ବୈକୁଣ୍ଠ ସେଠ, ଅଭିଷେକ ଦଣ୍ଡସେନା ଙ୍କ ସମେତ କମିଟି ସଦସ୍ୟ ତଥା ସହରର ଜନସାଧାରଣମାନେ ଉପସ୍ଥିତ ପରିଚାଳନାରେ ସହଯୋଗ କରିଥିଲେ l ଏହି ମେଳା ଆସନ୍ତା ୨ ତାରିଖ ପୂର୍ଣ୍ଣାହୂତି ହେବ l ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମିନାବଜାର ଓ ୩୨ ପ୍ରହରୀ ନାମଯଜ୍ଞ ମଧ୍ୟ ଆରମ୍ଭ ହୋଇଛି l ଏହାର ସନ୍ଧ୍ୟା ସମୟରେ ଶହ ଶହ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପ୍ରବଳ ଜନସମାଗମ ଦେଖିବାକୁ ମିଳୁଛି l

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!