ଅନନ୍ୟ

“ମହାଶିବରାତ୍ରୀ ଦିନ ସୁନୀତି ମୁଣ୍ଡ ଅମୃତ ଜଳ ବିତରଣ କଲେ ”

ପ୍ରେସ୍ ଇସ୍ତାହାର

“ମହାଶିବରାତ୍ରୀ ଦିନ ସୁନୀତି ମୁଣ୍ଡ ଅମୃତ ଜଳ ବିତରଣ କଲେ ”

ଭୁବନେଶ୍ୱର,26/2 : ମହାକୁମ୍ଭମେଳାର ସଙ୍ଗମଠାରୁ ସଂଗୃହୀତ ଅମୃତ ଜଳ ଆଜି ମହାଶିବରାତ୍ରୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ଉତ୍ତର ଦ୍ୱାର ତଥା ସମ୍ମୁଖ ପାଖରେ ଜନସାଧାରଣଙ୍କୁ ବିତରଣ କରାଯାଇଥିଲା । 30 ମିଲିଗ୍ରାମ ଜଳ ବୋତଲ ପ୍ରାୟତଃ 20ହଜାର ବିତରଣ କରାଯାଇଥିଲା। ଏହି ସଙ୍ଗମ ଜଳକୁ ବିତରଣ କରିଥିଲେ ଡଃ ସୁନୀତି ମୁଣ୍ଡ। ଯିଏକି ନିରନ୍ତର ସମାଜ କଲ୍ୟାଣ କାମରେ ନିଜକୁ ନିୟୋଜିତ କରିଆସୁଛନ୍ତି। ଡକ୍ଟର ମୁଣ୍ଡ୍ ନିକଟରେ ମହାପ୍ରୟାଗଠାରେ କଳ୍ପବାସ କରି ଫେରିଛନ୍ତି। ଏତତ୍ ଦ୍ଵାରା ଡାକ୍ତର ମୁଣ୍ଡ ଜନସାଧାରଣଙ୍କୁ ଗଙ୍ଗା ନଦୀରୁ ଭକ୍ତି, ଯମୁନାରୁ କର୍ମ ଏବଂ ସରସ୍ୱତୀରୁ ଜ୍ଞାନର ସଙ୍ଗମ ସ୍ନାନ କରିବାକୁ ଅନୁରୋଧ କରିଛନ୍ତି। କୋଟି କୋଟି ଲୋକଙ୍କର ଆସ୍ଥା ଏବଂ ବିଶ୍ୱାସର ସଂଗମସ୍ଥଳରୁ ଅନେକ ଅନୁଭୂତି ନେଇ ସେ ପୁନଃ ଜନସେବାରେ ନିଜକୁ ନିୟୋଜିତ କରିଛନ୍ତି।

ପ୍ରୟାଗରାଜକୁ ଯିବା ପୂର୍ବରୁ ସୁନୀତି ଭୁବନେଶ୍ୱରର ବିଭିନ୍ନ ୱାର୍ଡରୁ ଘର ଘର ବୁଲି ଘୃତ ସଂଗ୍ରହ କରିଥିଲେ ଯେଉଁ ଘୃତରେ ସେ ମାଆ ଗଙ୍ଗାଙ୍କ ଆଳତୀ କରିବା ସହିତ ମହାକୁମ୍ଭର ଯଜ୍ଞକୁଣ୍ଡରେ ଓଡ଼ିଶାବାସୀଙ୍କ ପାଇଁ ମଙ୍ଗଳ ମନାସୀ ଶାନ୍ତି ଯଜ୍ଞାହୁତି ଦେଇଥିବା ପ୍ରକାଶ କରିଛନ୍ତି। । କଳ୍ପବାସ ପରି ଏକ କଠିଣ ଜୀବନଚର୍ଯ୍ୟାକୁ ସେ ଖୁବ୍ ସହଜ ଭାବେ ଗ୍ରହଣ କରି ସନାତନ ପରଂପରାକୁ ସମ୍ମାନ ଜଣାଇଛନ୍ତି। ୧୪୪ ବର୍ଷରେ ଥରେ ମହାକୁମ୍ଭ ପଡ଼ିଥାଏ। ଲିଙ୍ଗରାଜ ମନ୍ଦିରଠାରେ ଆଜି ସକାଳ 8 ଟାରୁ ଜନସାଧାରଣରେ ଅମୃତ ଜଳ ବିତରଣ କରିବା ପରେ ସେ ଭୁବନେଶ୍ୱରର ବିଭିନ୍ନ ବୃଦ୍ଧାଶ୍ରମ, ଅନାଥ ଆଶ୍ରମ ଏବଂ ଅନ୍ଧ ମୁକ ବଧିର ଅନ୍ତେବାସୀଙ୍କ ଠାରେ ଏହି ପବିତ୍ର ଜଳ ବିତରଣ କରିଛନ୍ତି । ଏହା କରି ସେ ବହୁତ ଆନନ୍ଦ ଅନୁଭବ
କରୁଥିବା ପ୍ରକାଶ କରିଛନ୍ତି। ତାଙ୍କ କହିବାନୁଯାୟୀ ଯେଉଁମାନେ ମନରେ ଇଚ୍ଛା ଥାଇ ମଧ୍ୟ ସଙ୍ଗମସ୍ଥଳକୁ ଯାଇପାରିନାହାନ୍ତି ସେମାନଙ୍କୁ ନିଜ ଥିବା ସ୍ଥାନରେ ଏହି ସୁବିଧା ଯୋଗାଇଦେବାକୁ ସେ ପ୍ରୟାସ କରିଛନ୍ତି। ସୁନୀତିଙ୍କ ଏଭଳି ପ୍ରୟାସକୁ ଜନସାଧାରଣ ପ୍ରଶଂସା କରିବା ସହିତ ବହୁ ସଂଖ୍ଯାରେ ଜନ ସମର୍ଥନ ପାଉଥିବା ସେ ପ୍ରକାଶ କରିଛନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!