ଅନନ୍ୟ

ମହାଶିବରାତ୍ରିରେ ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା ଭଦ୍ରକ ଆଖଣ୍ଡଳମଣି ପୀଠର ହେବ ଉନ୍ନତିକରଣ’ମନ୍ଦିରର ଉନ୍ନତିକରଣ ପାଇଁ ୧୦ କୋଟି ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଭୁବନେଶ୍ୱର (AKN NEWS): ଆଜି ଶିବରାତ୍ରୀ ଅବସରରେ ଉପମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆରଡି ଆଖଣ୍ତଳମଣି ମନ୍ଦିର ବିକାଶ ପାଇଁ ୧୦କୋଟି ଘୋଷଣା କରାଯାଇଛି । ଆଜି ଆଖଣ୍ତଳମଣିଙ୍କ ଦର୍ଶନ କରିବା ସହ ପୀଠର ବିକାଶ ପାଇଁ ୧୦କୋଟି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ।ଏହାପରେ ମନ୍ଦିର ତଥା ଏହାର ପାରିପାର୍ଶ୍ୱିକ ବିକାଶ ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପର୍ଯ୍ୟଟନ ବିଭାଗ ପକ୍ଷରୁ ୧୦ କୋଟିର ଅନୁଦାନ ଦିଆଯିବା ନେଇ ଘୋଷଣା କରିଥିଲେ। ଏନେଇ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କୁ କୃତଜ୍ଞତା ଜଣାଇଥିଲେ। ସେ କହିଥିଲେ, ଆରଡିର ବାବା ଆଖଣ୍ଡଳମଣିଙ୍କ ପୀଠର ଉନ୍ନତୀକରଣ ଲାଗି ଯାହା ଆବଶ୍ୟକ, ତାର ବ୍ୟବସ୍ଥା କରିବେ ରାଜ୍ୟ ସରକାର।

ସମୀର ରଞ୍ଜନ ନାୟକ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!