ଓଡିଶା ଖବର

ପୁରୀ ରେ ସୁଭଦ୍ରା ଶକ୍ତି ମେଳା ଉଦଘାଟିତ ମାର୍ଚ ୮ ରେ ଏକ କୋଟି ମହିଳା ଙ୍କୁ ସୁଭଦ୍ରା ଅର୍ଥ ପ୍ରଦାନ ପ୍ରତି ଗ୍ରାମରେ ଅନ୍ୟୁନ ୫ ଜଣ ଲକ୍ଷପତି ଦିଦି ସୃଷ୍ଟି ଲକ୍ଷ୍ୟ: ଉପ ମୁଖ୍ୟମନ୍ତ୍ରୀ 

ପୁରୀ ୨୮/୨(AKN NEWS): ପ୍ରତ୍ୟେକ ମହିଳା ମାନଙ୍କ ମଧ୍ୟରେ ପ୍ରତିଭା ରହିଛି।ଏହାର ଉପଯୋଗ କରି ସେମାନେ ଜଣେ ଜଣେ ଉଦ୍ୟୋଗୀ ହୋଇ ପାରିବେ।ବର୍ତ୍ତମାନ ପର୍ଯ୍ୟନ୍ତ ୯୮ ଲକ୍ଷ ମହିଳା ସୁଭଦ୍ରା ଯୋଜନା ରେ ସାମିଲ ହୋଇ ଥିବା ବେଳେ ମାର୍ଚ୍ଚ ୮ ତାରିଖରେ ଏକ କୋଟି ମହିଳା ଙ୍କୁ ସୁଭଦ୍ରା ଅର୍ଥ ପ୍ରଦାନ କରାଯିବ ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା।ଆଜି ସଂଧ୍ୟାରେ ତାଳବଣିଆ ଜିଲ୍ଲା ଷ୍ଟାଡିୟମ ଠାରେ ପୁରୀ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ମେଳା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡା ମହିଳା ମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀ ର ପ୍ରଦର୍ଶନ ଓ ବଜାର ସୃଷ୍ଟି ପାଇଁ ଏହି ମେଳାର ଆୟୋଜନ।ରାଜଧାନୀ ଭୁବନେଶ୍ବର ସହ ପୁରୀ କୁ ମିଶାଇ ଅନ୍ୟ ୫ ଜିଲ୍ଲାରେ ଏହି ମେଳା ଆୟୋଜିତ ହେଉଛି।ମହିଳା ମାନଙ୍କୁ ପ୍ରଶିକ୍ଷଣ ସହ ପ୍ରତି ଗ୍ରାମରେ ଅନ୍ୟୁନ ୫ ଜଣ ମହିଳା ଙ୍କୁ ଲକ୍ଷପତି କରିବାର ଲକ୍ଷ୍ୟ ରହିଛି ବୋଲି ଉପ ମୁଖ୍ୟମନ୍ତ୍ରୀ କହିଥିଲେ।ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର ପ୍ରଧାନମନ୍ତ୍ରୀ ମୋଦିଙ୍କ ବାଲ୍ୟ କାଳରେ ତାଙ୍କ ମାଆଙ୍କ ସଂଘର୍ଷ ର ଉଦାହରଣ ଦେଇ ପ୍ରତ୍ୟେକ ମାଆ ମାନେ ଯେପରି ସ୍ବାବଲମ୍ବୀ ହେବେ ତାହା ହିଁ ସରକାର ବ୍ୟବସ୍ଥା କରୁଛନ୍ତି।ଏଥିରେ ମାଆ ମାନେ ସଶକ୍ତ ହୋଇ ସାମିଲ ହେବାକୁ ସେ ଆହ୍ୱାନ ଦେଇଥିଲେ।ରାଜ୍ୟ ମିଶନ ନିର୍ଦ୍ଦେଶକ ତଥା ସିଇଓ ଡଃ ମୋନୀକା ପ୍ରିୟଦର୍ଶିନୀ

ଯୋଗ ଦେଇ ମହିଳା ମାନଙ୍କୁ ସ୍ବାବଲମ୍ବୀ କରିବା, ସେମାନଙ୍କ ଉତ୍ପାଦକୁ ବିଶ୍ବ ଦରବାରରେ ପହଞ୍ଚାଇ ସେମାନଙ୍କ ମନୋବଳ ବୃଦ୍ଧି କରିବା ଓ ୨୦୨୭ ସୁଦ୍ଧା ୨୫ ଲକ୍ଷ ମହିଳା ଙ୍କୁ ଲକ୍ଷପତି ଦିଦି ସୃଷ୍ଟିର ଲକ୍ଷ୍ୟ ରହିଛି ବୋଲି କହିଥିଲେ।।ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ

ସମସ୍ତଙ୍କୁ ସ୍ବାଗତ କରିବା ସହ ସୁଭଦ୍ରା ଶକ୍ତି ମେଳାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।ମେଳାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟ ଙ୍କ ଦ୍ବାରା ୧୫୦ଟି ଷ୍ଟଲ ଖୋଲାଯାଇଛି।ଶେଷରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି ଧନ୍ୟବାଦ ଅର୍ପଣ କରିଥିଲେ।ଅତିଥି ମାନେ ପ୍ରାରମ୍ଭରେ ଷ୍ଟଲ ପରିଦର୍ଶନ କରିଥିଲେ।ଏହି ମେଳା ଆଜି ଠାରୁ ମାର୍ଚ୍ଚ ୬ ତାରିଖ ପର୍ଯ୍ୟନ୍ତ ଚାଲିବ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!