ଓଡିଶା ଖବର

ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଦ୍ବୟଙ୍କ ଶ୍ରାଦ୍ଧ ଦିବସ ପାଳିତ

କୁଚିଣ୍ଡା:୧/୩(AKN NEWS): ଦେଶର ଦୁଇ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ ଭାରତର ପ୍ରଥମ ରାଷ୍ଟ୍ରପତି ଡ଼ . ରାଜେନ୍ଦ୍ର ପ୍ରସାଦ ଓ ଜାତୀୟ ବୀର ସୁରେନ୍ଦ୍ର ସାଏଙ୍କ ଶ୍ରାଦ୍ଧ ଦିବସ ଶିକ୍ଷାବିତ୍ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ। ସାତକମା ଉଚ୍ଚ ପ୍ରାଥମିକ ସ୍କୁଲ ସଭା ଗୃହ ଠାରେ ମିଳିତ ଭାବରେ ପାଳିତ ହୋଇ ଯାଇଛି ।ଏଥିରେ ସ୍ଥାନୀୟ ସ୍କୁଲ ପ୍ରଧାନ ଶିକ୍ଷୟିତ୍ରୀ ସୁରଭି ପଟେଲ , ହାଡ଼ିପାଳି ଉଚ୍ଚ ବିଦ୍ୟାଳୟ ପୂର୍ବତନ ପ୍ରଧାନ ଶିକ୍ଷକ ଅନନ୍ତ ଚରଣ ସାହୁ , ଗଜେନ୍ଦ୍ର ସାଥୁଆ, ନିର୍ମଳ ସାହୁ,ସୁଶ୍ରୀ ଲଲାଟେନ୍ଦୁ ପଟେଲ,ରାମକୃଷ୍ଣ ପଟେଲ, ମନୋଜ ଭଞ୍ଜ ,ବିପିନ ନାୟକ,ଅନନ୍ତ ପଟେଲ, କର୍ସେଲ, ଅଧ୍ୟାପକ କୃଷ୍ଣ ଚନ୍ଦ୍ର ପୁଝାରୀ ପ୍ରମୁଖ ଉଭୟ ମହାପୁରୁଷଙ୍କ ଫଟୋ ଚିତ୍ର ରେ ମାଲ୍ୟା ର୍ପଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ ।ସଭାପତି ଶ୍ରୀ ନାୟକ ଉଭୟ ଙ୍କ ଜୀବନୀ ସମ୍ପର୍କରେ ଆଲୋଚନା କରି ଦେଶ ପ୍ରତି ଉଭୟଙ୍କ ଅବଦାନକୁ ମନେ ପକାଇଥିଲେ । ପ୍ରଥମେ ସ୍କୁଲ ର ଛାତ୍ର,ଛାତ୍ରୀ ଦେଶପ୍ରେମ ମୂଳକ ସଙ୍ଗୀତ ଗାନ କରିଥିଲେ ।ଶେଷରେ ସୁଶ୍ରୀ ମମୀତା ଦେହୁରୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!