ଓଡିଶା ଖବର

ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କୁ ନେଇ ସବୁଠି ପ୍ରଶଂସା

ଗୋଲାମୁଣ୍ଡା,୧|୩(AKN NEWS): କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା।ଦିନ କୁ ଦିନ ପ୍ରଶଂସା ର ସୁଅ ଛୁଟୁଛି।ତାଙ୍କର ଜନସେବା ମନ ବୃତ୍ତି କୁ ନେଇ ସବୁ ଆଡେ ଭୁରିଭୂରି ସାବାସୀ ଦିଆଯାଉଛି। ନିଷ୍ଠା ଆଉ ନିଃସ୍ୱାର୍ଥ ସେବା ଯୋଗୁ ଲୋକଙ୍କ ବିଶ୍ୱାସ ଓ ଆସ୍ଥା ତାଙ୍କ ପ୍ରତି ବଢ଼ିବାରେ ଲାଗିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ସେ ଅଧ୍ୟକ୍ଷ ହେବା ପରେ ବ୍ଲକ ର ପରିବର୍ତ୍ତନ ଘଟିଛି।ବିକାଶ ଦିଗରେ ଅଗ୍ରସର ହେବାରେ ଲାଗିଛି।ଵିଶେଷ କରି ଗରିବ ଲୋକଙ୍କ ସାହା ଭରସାର ଦରଦି ବନ୍ଧୁ ପାଲଟି ଥିବା କୁହାଯାଏ।ଜିଲ୍ଲା ରେ ପ୍ରଥମ ଅଧ୍ୟକ୍ଷ ଯିଏ ଦ୍ୱାରମୁହଁ ସେବା କାର୍ଯ୍ୟକ୍ରମ କରି ଜନସାଧାରଣ ଙ୍କ ମନ କିଣି ପାରିଛନ୍ତି।ଏହି ସେବା ମାଧ୍ୟମରେ ଛୋଟ ବଡ଼ ସମସ୍ୟା ର ସମାଧାନ କରି ଜିଲ୍ଲା ପାଇଁ ଏକ ଉଦାହରଣ ସୃଷ୍ଟି କରିପାରିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି।ବ୍ଲକ ଅନ୍ତର୍ଗତ ଗାଁ ଗାଁ ବୁଲି ବ୍ୟକ୍ତିଗତ ହେଉ ଅବା ସାମୁହିକ ସମସ୍ୟା ହେଉ ତୁରନ୍ତ ସମାଧାନରେ ପ୍ରଚେଷ୍ଟିତ ଥିବା ତାଙ୍କର ବଡ଼ ଉପଲବ୍ଧି କୁହାଯାଏ।ସକାଳ ପାହିଲେ ନିଜ ବାସ ଭୁବନ ଆଗରେ ଶହ ଶହ ଲୋକଙ୍କ ଭିଡ଼ ଜମି ରହିବା ଏହାର ସ୍ପଷ୍ଟ ପ୍ରମାଣିତ ମିଳେ ଲୋକଙ୍କ ଭରସା ,ଆସ୍ଥା ବଢ଼ିବାରେ ଲାଗିଛି।ଏପରିକି ସ୍ୱତନ୍ତ୍ର ଭାବେ ନିଜ ବାସ ଭୁବନ ରେ ଏକ ଅଭିଯୋଗ ପ୍ରକୋଷ୍ଠ ମାଧ୍ୟମରେ ଲୋକଙ୍କ ଅଭିଯୋଗ ଗ୍ରହଣ କରିବା ଓ ସମ୍ଭାବିତ ଭାବେ ସମାଧାନ କରିବା ଉଲ୍ଲେଖନିୟ ।ବ୍ଲକ ର ବିଭିନ୍ନ ସମସ୍ୟା ରାସ୍ତା ଘାଟ,ଶିକ୍ଷା, ବିଶୁଦ୍ଧ ପାନୀୟ ଜଳଯୋଗାଣ, ପୋଖରୀ ନିର୍ମାଣ ,ବାର୍ଦ୍ଧକ୍ୟଭତ୍ତା ,ବିଧବା ଭତ୍ତା,ରାଶନ କାର୍ଡ, ଆବାସ ,ମନରେଗା ଯୋଜନା ଏପରିକି ଘରୋଇକଳି,ଜମିବିବାଦ ମାମଲା ଇତ୍ୟାଦି ବାବଦରେ ଅଭିଯୋଗ ତାଙ୍କ ପାଖ କୁ ଆସେ ଏବଂ କ୍ଷମତା ଅନୁଯାୟୀ ସମ୍ଭାବିତ ବିଷୟ ସମାଧାନ ହୋଇପାରୁଥିବା ଲୋକେ ପ୍ରକାଶ କରନ୍ତି।ତେବେ ଲୋକଙ୍କୁ ଯୁଦ୍ଧ କାଳୀନ ସ୍ଥିତି ରେ ସହଯୋଗ କରିବାକୁ ସରକାରୀ ଫଣ୍ଡ କିମ୍ପା ସରକାରୀ ବ୍ୟବସ୍ଥା କ୍ଷମତା ତାଙ୍କ ହାତରେ ନ ଥିବା ହିଁ ଏକ ପ୍ରକାର ତାଙ୍କ ପାଇଁ ସମସ୍ୟା ରହୁଥିବା ସେ ପ୍ରକାଶ କରନ୍ତି।ହେଲେ ରାଜନୀତି ନୁହଁ ବରଂ ଜନସେବା ମନବୃତି ରଖି ଲୋକଙ୍କ ସେବା ଯୋଗାଇ ଦେବା କେବଳ ତାଙ୍କ ଲକ୍ଷ ଥିବା ସ୍ପଷ୍ଟ ଭାବେ ବିନ୍ଦୁ ମହାନନ୍ଦ ପ୍ରକାଶ କରନ୍ତି।

dhramgarh upa khanda ru shyam sundar agrawal akn news 

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!