ଓଡ଼ିଶା ପ୍ରେସ କ୍ଲବର ଜେନେରାଲ ସେକ୍ରେଟାରୀ ହେଲେ ଜଗମୋହନ ପଟ୍ଟନାୟକ

କଳାହାଣ୍ଡି (AKN NEWS): ଜଣେ ନିର୍ଭୀକ ନିରପେକ୍ଷ ନିଷ୍ଠାବାନ ତଥା ଉତ୍ତମ ସଂଗଠକ ଭାବେ ଶ୍ରୀ ଜଗମୋହନ ପଟ୍ଟନାୟକ ବେଶ ଜଣାଶୁଣା । ସେ ଦୀର୍ଘ ଦୁଇ ଦଶନ୍ଧିରୁ ଉର୍ଦ୍ଧ୍ୱ ବର୍ଷ ହେଲା ନିର୍ବିବାଦିୟ ଭାବେ ସାମ୍ବାଦିକତାକୁ ଲିଭାଇ ସମସ୍ତଙ୍କର ପ୍ରିୟପାତ୍ର ହୋଇ ପାରିଛନ୍ତି । ସେ ସର୍ବଦା ନବାଗତ ସାମ୍ବାଦିକ ମାନଙ୍କୁ ପ୍ରେରଣା ଦେଇ ଆସିଛନ୍ତି । ଏପରି ଜଣେ ନିଷ୍ଠାବାନ ଲୋକପ୍ରିୟ ସାମ୍ବାଦିକଙ୍କୁ ” ଓଡ଼ିଶା ପ୍ରେସ କ୍ଲବ,ଓଡ଼ିଶା ” ତାଙ୍କ ସଂଘର ଅନ୍ୟତମ ସର୍ବୋଚ୍ଚ ପଦବୀ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ଚୟନ କରିଥିବାରୁ କଳାହାଣ୍ଡି ରେ ଯୁବ ସାମ୍ବାଦିକ ଭାଇ ମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ଶ୍ରୀ ପଟ୍ଟନାୟକ ସମଗ୍ର ରାଜ୍ୟରେ ତାଙ୍କ ସଂଘ ଦ୍ୱାରା ଏକ ସୁସ୍ଥ ଗଣମାଧ୍ୟମର ବାତାବରଣ ସୃଷ୍ଟି କରି ଉଭୟ ଜନସାଧାରଣ ଏବଂ ପ୍ରଶାସନ କୁ ନୂତନ ରାହା ଦେଖାଇବାକୁ ଅନବରତ ଚେଷ୍ଟା ଏବଂ ପ୍ରୟାସ ଜାରି ରଖିବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି ।
ଆଜି ସମ୍ବଲପୁର ସ୍ଥିତ ପୂର୍ତ୍ତ ବିଭାଗ ଡାକବଙ୍ଗଳା ଠାରେ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ବରିଷ୍ଠ ସାମ୍ବାଦିକ ଗଣ ସଂଘର ସାଧାରଣ ପରିଷଦ ବୈଠକରେ ଯୋଗ ଦେଇଥିଲେ ।ବୈଠକରେ ସର୍ବ ସମ୍ମତି କ୍ରମେ ସଂଘର ସଭାପତି ଭାବେ ଶ୍ରୀ ଆଶୁତୋଷ ରଥଙ୍କୁ ଚୟନ କରାଯାଇଥିବା ବେଳେ ସାଧାରଣ ସମ୍ପାଦକ ଭାବେ କଳାହାଣ୍ଡି ସାମ୍ବାଦିକ ସଂଘ (kju )ର ସାଧାରଣ ସମ୍ପାଦକ ବରିଷ୍ଠ ସାମ୍ବାଦିକ ଜଗମୋହନ ପଟ୍ଟନାୟକଙ୍କୁ ଏବଂ ଉପ ସଭାପତି ଭାବେ ରାଧେଶ୍ୟାମ ପଣ୍ଡା ବିଜୟ ଆଚାର୍ଯ୍ୟ କାହ୍ନୁ ଚରଣ ସାହୁ ସମ୍ପାଦକ ଭାବେ ମହେଶ ଶତପଥୀ ଆଲୋକ କୁମାର ଦାସ ସିଦ୍ଧେଶ୍ୱର ଗିରୀ କୋଷାଧ୍ୟକ୍ଷ ଭାବେ ସୁମନ୍ତ ଆଚାର୍ଯ୍ୟ ଉପଦେଷ୍ଟା ସଦସ୍ୟ ଟିକେଶ୍ୱର ପ୍ରଧାନ ପଙ୍କଜ କୁମାର ସାହୁ ପ୍ରମୁଖଙ୍କୁ ଚୟନ କରାଯାଇଛି । ଆଗାମୀ ଦିନରେ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଗୁଡ଼ିକ ସମ୍ପ୍ରସାରଣ ହେବାକୁ ସଂଘ ପକ୍ଷରୁ ସୂଚନା ଦିଆ ଯାଇଛି ।
ବ୍ୟୁରୋ ରିପୋର୍ଟ AKN NEWS


