ଅନନ୍ୟ

କେସାଇବାହାଲରେ ବନାଗ୍ନୀ ନିବାରଣ ସଚେତନତା ସଭା

କେସାଇବାହାଲରେ ବନାଗ୍ନୀ ନିବାରଣ ସଚେତନତା ସଭା
କୁଚିଣ୍ଡା/ ବାମରା:୪/୩: ବାମରା ବ୍ଲକ ଅନ୍ତର୍ଗତ କେସାଇବାହାଲ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ପ୍ରଧାନ ଶିକ୍ଷକ ବଲ୍ଲବୀ ପଟେଲଙ୍କ ସଭାପତିତ୍ବରେ ବିଶ୍ଵ ବନ୍ୟ ପ୍ରାଣୀ ଦିବସ ଉପଲକ୍ଷେ ବନାଗ୍ନି ନିବାରଣ ସଚେତନତା ସଭା ଅନୁଷ୍ଠିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ବନ୍ୟ ପ୍ରାଣୀ ସଂରକ୍ଷଣ ପାଇଁ ବିଜୁ ପଟ୍ଟନାୟକ ପୁରସ୍କାର ରେ ପୁରସ୍କୃତ ପ୍ରକୃତି ବନ୍ଧୁ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଆଖୋଜ ବାମଣ୍ଡାର ପୂର୍ବ ଗୌରବ ଫେରାଇ ଆଣିବାକୁ ଛାତ୍ର ସମାଜ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ ।ସମ୍ମାନିତ ଅତିଥି ଭାବରେ ଦୁଇ ପ୍ରକୃତି ବନ୍ଧୁ ରବିନ୍ଦ୍ର କୁମାର ଦାଶ, ଅଲେଖ କୁମାର ପତି ଓ ସାମାଜିକ କର୍ମୀ ଉଦୟ ଦ୍ବିବେଦୀ ଭାଷଣ ଦେଇ ବନାଗ୍ନି ନିର୍ବାପନ ପାଇଁ ବିଭିନ୍ନ ଉପାୟ ସମ୍ପର୍କରେ ସଚେତନତା ପ୍ରଦାନ କରିଥିଲେ ।ଏହା ପରେ ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ଜନ ସଚେତନତା କରିବା ସହ ସ୍କୁଲ ପରିସରରେ ଏକ ଚାରା ରୋପଣ କରାଯାଇଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!