ବିଜୁ ବାବୁଙ୍କ ୧୦୯ ତମ ଜୟନ୍ତୀ ପାଳିତ,ଦୁଇ ଜଣ ବିଜୁ ଲିଗାସି ସମ୍ମାନିତ

ବିଜୁ ବାବୁଙ୍କ ୧୦୯ ତମ ଜୟନ୍ତୀ ପାଳିତ,ଦୁଇ ଜଣ ବିଜୁ ଲିଗାସି ସମ୍ମାନିତ
କୁଚିଣ୍ଡା:୫/୩: ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୯ ତମ ଜୟନ୍ତୀ ଆଜି ଆଦିବାସୀ ଭବନର ସଭା କକ୍ଷରେ ଅନୁଷ୍ଠିତ ହୋଇ ଯାଇଛି ।ଏଥିରେ କୁଚିଣ୍ଡା ଉପଖଣ୍ଡର ତିନି ଜଣ ବିଜୁ ବାବୁଙ୍କ ସହଯୋଗୀ ଓ ଅନୁଗାମୀ ଯୋଗ ଦେଇ ପ୍ରବାଦ ପୁରୁଷ ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।ଏହି ଅବସରରେ ବିଶିଷ୍ଟ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ଙ୍କ ସଭାପତିତ୍ବରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ବାବୁଙ୍କ ଦ୍ଵିତୀୟ ମୁଖ୍ୟମନ୍ତ୍ରିତ୍ୱ ସମୟରେ କୁଚିଣ୍ଡା ପଞ୍ଚାୟତ ସମିତିର ଅଧ୍ୟକ୍ଷ ଥିବା କରୁଣା କର କିସାନ ମୁଖ୍ୟ ଅତିଥି ଓ ବରିଷ୍ଠ ସାମ୍ବାଦିକ ଗଗନ ଶର୍ମା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।ବିଜୁ ବାବୁଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ତାଙ୍କ ଭାଷଣ ରେ କଳିଙ୍ଗର ବରପୁତ୍ର ବିଜୁ ବାବୁ ନୂତନ ଓଡ଼ିଶାର ବିନ୍ଧାଣି ହେବା ସହ ସେ କେବଳ ଓଡ଼ିଶା ନୁହେଁ ସେ ମଧ୍ୟ ଜଣେ ଅନ୍ତର୍ଯ୍ୟାତିକ ନେତା ଥିଲେ ବୋଲି ମତ ବ୍ୟକ୍ତ କରିଥିଲେ । ବିଜୁ ବାବୁଙ୍କ ସହଯୋଗୀ ଭାବରେ କାର୍ଯ୍ୟ କରିଥିବା ବିଜୁ ଲିଗାସି ସମାଜ ସେବୀ ସୁବାସ ନାୟକ ଓ ଗଗନ ଶର୍ମାଙ୍କୁ ଉପଢ଼ୌକନ ଦେଇ ମୁଖ୍ୟ ଅତିଥି ଶ୍ରୀ କିସାନ କମିଟି ପକ୍ଷରୁ ସମ୍ମାନିତ କରିଥିଲେ ।ଏହି ଅବସରରେ ଜଣେ ପ୍ରତିଷ୍ଠିତ ସମାଜ ସଂସ୍କାରକ ପ୍ରଫେସର ଶଶିକାନ୍ତ ଆଚାର୍ଯ୍ୟ ଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରି ଶ୍ରଦ୍ଧାଞ୍ଜଳି ଦେଇଥିଲେ । ବଲମତି- ଦେହୁରୀ ନର୍ସିଂ କଲେଜ ର ଛାତ୍ରୀ ଗଣ ବନ୍ଦେ ଉତ୍କଳ ଜନନୀ ଗଣ କରିଥିଲେ ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜୟନ୍ତୀ କମିଟି ଆବାହିକା ସୁଶ୍ରୀ କ୍ଷତି ପ୍ରଭା ବାଘ ସ୍ଵାଗତ ଭାଷଣ ଓ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କମିଟିର ସଭ୍ୟ ପର୍ଥାବି କିସାନ, ଲିଲିମା ମିର୍ଦ୍ଧା, ମିତ କିସାନ, ଅମ୍ବିକା କିସାନ,କୁନ୍ତଳା କିସାନ,ସୋନାଲି ନାଏକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ ।
