ଅନନ୍ୟ

ନିଯୁକ୍ତି ମେଳା ଚଳିତ ମାସ ୭ ତାରିଖ ରେ

ନିଯୁକ୍ତି ମେଳା ଚଳିତ ମାସ ୭ ତାରିଖ ରେ
ପୁରୀ ୪/୩ ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଓ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲା ନିଯୁକ୍ତି ମେଳା ଚଳିତ ମାସ ୭ ତାରିଖରେ ଅନୁଷ୍ଠିତ ହେବ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ପରାମର୍ଶ କ୍ରମେ ଏହି ନିଯୁକ୍ତି ମେଳା ଚଳିତ ମାସ ୭ ତାରିଖରେ ତାଳବଣିଆ ଆଇଟିଆଇ ଖେଳ ପଡିଆ ଠାରେ ପୂର୍ବାହ୍ନ ୯ ଘଟିକା ସମୟରେ ଅନୁଷ୍ଠିତ ହେବ ବୋଲି ଜିଲ୍ଲା ନିୟୋଜନ ଅଧିକାରୀ ସୁବାସ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।ଏହି ନିଯୁକ୍ତି ମେଳା ରେ ରାଜ୍ୟ ଓ ରାଜ୍ୟ ବାହାର ର ପ୍ରତିଷ୍ଠିତ ୫୦ ରୁ ଅଧିକ ନିଯୁକ୍ତି ଦାତା ସଂସ୍ଥା ମାନେ ଯୋଗ ଦାନ କରି ଆଶାୟୀ କୁଶଳୀ ଓ ଅଣକୁଶଳୀ ପ୍ରାର୍ଥୀ ମାନଙ୍କୁ ଚୟନ କରିବେ ।ଏତଦ ବ୍ୟତୀତ ଓଡିଶା ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ସହିତ ବୁଝାମଣା ପତ୍ର ସ୍ୱାକ୍ଷର କରିଥିବା ପ୍ରକଳ୍ପ କାର୍ଯ୍ୟକାରିଣୀ ସଂସ୍ଥା ମାନେ ମଧ୍ୟ ଯୋଗ ଦେବେ।ଏହି ସଂସ୍ଥା ମାନେ ପ୍ରତ୍ୟକ୍ଷ ନିଯୁକ୍ତି ପ୍ରଦାନ କରିବେ।ନିଯୁକ୍ତି ମେଳାରେ ନିଯୁକ୍ତି ଆଶାୟୀ ୫ମ ଶ୍ରେଣୀ ପାସ ଠାରୁ ସ୍ନାତକ ପାସ ପର୍ଯ୍ୟନ୍ତ ଏବଂ ଆଇଟିଆଇ, ଡିପ୍ଲୋମା ପାସ ଆଶାୟୀ ପ୍ରାର୍ଥୀ,ପ୍ରାର୍ଥୀନୀ ମାନେ ଯେଉଁ ମାନଙ୍କ ବୟସ ୧୮ ବର୍ଷରୁ ୩୫ ବର୍ଷ ମଧ୍ୟରେ ସେମାନେ ଯୋଗ ଦେଇପାରିବେ। ଆଗ୍ରହୀ ପ୍ରାର୍ଥୀ ମାନେ ସେମାନଙ୍କ ଶିକ୍ଷାଗତ ଯୋଗ୍ୟତା ଓ ଆଧାର ପ୍ରମାଣ ପତ୍ର ର ଏକକିତା ନକଲ ସହ ପାସପୋର୍ଟ ସାଇଜର ୨ ଗୋଟି ଫଟୋ ସାଙ୍ଗରେ ଆଣି ଏହାର ସୁଯୋଗ ନେବାପାଇଁ ଜିଲ୍ଲା ନିୟୋଜନ ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି। ଏହି ବୈଠକରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ନିୟୋଜନ ବିଭାଗର ମୁଖ୍ୟ କିରାଣୀ ପୁଷ୍ପଲତା ପ୍ରଧାନ, ବାମଦେବ ସାହୁ ଓ ଅନ୍ୟାନ୍ୟ କର୍ମଚାରୀ ମାନେ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!