ଓଡିଶା ଖବର

ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଗୋଲାମୁଣ୍ଡା କ୍ଲଷ୍ଟର ସ୍ଥିତ କେନ୍ଦ୍ର ବିଦ୍ୟାଳୟ ସମସ୍ତ ରେ ପ୍ରଥମ ଦିବସ ମହାସମାରୋହରେ ପାଳନ

(AKN NEWS): ଶିଶୁ ବାଟିକା ଏଵଂ ପ୍ରଥମ ଶ୍ରେଣୀ ରେ ନାମ ଲେଖାର ଵୟସ ନିପୁଣ ଓଡିଶା କାର୍ଯ୍ୟକ୍ରମ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରବେଶ ଉତ୍ସବ ଓ ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଗୋଲାମୁଣ୍ଡା କ୍ଲଷ୍ଟର ସ୍ଥିତ କେନ୍ଦ୍ର ବିଦ୍ୟାଳୟ ସମସ୍ତ ରେ ପ୍ରଥମ ଦିବସ ମହାସମାରୋହରେ ପାଳନ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଗୋଲାମୁଣ୍ଡା ବ୍ଲକ ର ସମ୍ମାନୀୟ ତହସିଲ ଦାର ଶ୍ରୀଯୁକ୍ତ ଚନ୍ଦନ କୁମାର ନାୟକ, ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ସୁଭାଷ ନାଏକ,ଗୋଷ୍ଠୀ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତରଫରୁ ବିଆରସିସି ଶ୍ରୀଯୁକ୍ତ ଲବଣୀ ନାଏକ, ସମାଜ ସେବୀ ଶ୍ରୀଯୁକ୍ତ ଶ୍ୟାମସୁନ୍ଦର ଅଗ୍ରୱାଲା, ତାଙ୍କ ଧର୍ମ ପତ୍ନୀ ଶ୍ରୀମତୀ ମନିଷା ଅଗ୍ରୱାଲ , ଗଂଗା ଧର ରାଉତ ଏଵଂ ଗୋଲାମୁଣ୍ଡା କ୍ଲଷ୍ଟର ସିଆରସିସି ଶ୍ରୀଯୁକ୍ତ ଥଵିର ମାଝୀ, ପ୍ରଧାନ ଶିକ୍ଷକ ରାଜିବ ଖମାରୀ,କରଙ୍ଗାମୁଣ୍ଡାବିଦ୍ୟାଳୟ ସଭାପତି, ନୂଆ ପଡା ବିଦ୍ୟାଳୟ ର ସଭାପତି,ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ,ଆଖ ପାଖର ସମସ୍ତ ଭଦ୍ରମଣ୍ଡଳୀ ଉପସ୍ଥିତ ରହି ପ୍ରଵେଶ ଉତ୍ସବ ଓ ଖଡ଼ି ଛୁଆଁ ରଥ ଫିତା କାଟି ଶୁଭ ଉଦ୍ଘାଟନ କରିଥିଲେ।ଶିଶୁ ବାଟିକା ୩ ଏଵଂ ପ୍ରଥମ ଶ୍ରେଣୀ ର ନୂତନ ଛାତ୍ରଛାତ୍ରୀମାନଙ୍କୁ ଫୁଳତୋଡା, ଚନ୍ଦନ, ବରକୋଳି ପତ୍ର, ଦେଇ ପ୍ରଵେଶ ଦ୍ଵାର ସମ୍ମୁଖ ରୁ ପାଛୋଟି ନେଇ କାର୍ଯ୍ୟ କ୍ରମ କୁ ମଧ୍ୟ ଶୁଭ ଉଦ୍ଘାଟନ କରିଥିଲେ। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶିକ୍ଷୟିତ୍ରୀ ତଥା ସମସ୍ତେ ସହଯୋଗ କରିଥିଲେ।

dhramgarh upa khanda ru shyam sundar agrawal akn news

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!