ଓଡିଶା ଖବର

ପ୍ରବେଶ ଉତ୍ସବ ଓ ଖଡିଛୁଆଁ ଶିଶୁ ବାଟିକାର ଶୁଭାରମ୍ଭ

ପୁରୀ ୨/୪ (AKN NEWS): ପୁରୀ ଜିଲ୍ଲାର ସମସ୍ତ ବିଦ୍ୟାଳୟ ରେ ଆଜି ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୫ ଶିଶୁ ବାଟିକାର ଶୁଭାରମ୍ଭ ହୋଇଛି।ସଭିଏଁ ସ୍କୁଲ ଯିବା ର ଅଭିପ୍ରାୟ ନେଇ ଆରମ୍ଭ ହୋଇଥିବା ଏହି ଅଭିଯାନ ସମସ୍ତ ବିଦ୍ୟାଳୟ ରେ ଆଜି ପୂର୍ବାହ୍ନରେ ଆରମ୍ଭ ହୋଇଥିଲା।ବିଶ୍ବମ୍ଭର ବିଦ୍ୟାପୀଠ ଠାରେ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଯୋଗ ଦେଇ ନୂଆ କରି ନାମ ଲେଖାଇବାକୁ ଥିବା ଶିଶୁ ମାନଙ୍କୁ ସ୍ବାଗତ କରିଥିଲେ।ସୁନ୍ଦର ଭାବେ ସଜ୍ଜିତ ପରିବେଶ ସହ ପୂଜାର୍ଚନା ଓ ପୁଷ୍ପ ପ୍ରଦାନ କରି ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ପିଲା ମାନଙ୍କୁ ବିଦ୍ୟାଳୟ କୁ ପାଛୋଟି ନେଇଥିଲେ।ପରେ ଖଡିଛୁଆଁ ଅନୁଷ୍ଠିତ ହୋଇଥିଲା।ପିଲାମାନେ ସିଲଟରେ ବ୍ରହ୍ମା, ବିଷ୍ଣୁ, ମହେଶ୍ବର ଉଚ୍ଚରଣ କରି ମୁଣ୍ଡଳା ବୁଲାଇ ଶିକ୍ଷା ର ଶୁଭାରମ୍ଭ କରିଥିଲେ।ପିଲାଙ୍କ ଉତ୍ସାହ ପାଇଁ ସ୍ବାଗତ ସଂଗୀତ, ବେଲୁନ ବ୍ୟବସ୍ଥା ସହ ଏକ ଶିକ୍ଷଣୀୟ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

ଏଥିରେ ପ୍ରଧାନଶିକ୍ଷୟତ୍ରୀ ଶୁଭଶ୍ରୀ ଦାଶ,ଶିକ୍ଷକ ସୁରେଶ ଚନ୍ଦ୍ର ତ୍ରିପାଠୀ, ପାର୍ବତୀ ଦାସ, ରଶ୍ମି ରେଖା ମଲ୍ଲିକ,ସୁଷମା ସିଂ ସାମନ୍ତ, ବିଶ୍ବଜିତା ପ୍ରିୟଦର୍ଶିନୀ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।ସେହିପରି ପୁରୀ ଜିଲ୍ଲା ସ୍କୁଲରେ ଶ୍ରୀ ସେଠୀ ପହଞ୍ଚି ଶିଶୁ ମାନଙ୍କୁ ସ୍ବାଗତ କରିଥିଲେ।ସଂକୀର୍ତ୍ତନ, ନୃତ୍ୟ ଓ ସଂଗୀତରେ ପିଲା ମାନଙ୍କୁ ସ୍ବାଗତ ସହ ଖଡିଛୁଆଁ କରାଯାଇଥିଲା।କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସୁଧାଂଶୁ ଶେଖର ରାୟ,ଆଲୁମିନି ସମ୍ପାଦକ ରବିନ୍ଦ୍ର କୁମାର ସାହୁ,ଶିକ୍ଷକ ଅରୁଣ ଭଟ୍ଟାଚାର୍ୟ୍ଯ, ବିଦ୍ୟାଧର ମିଶ୍ର,ବିଶ୍ବଜିତ ବାନାର୍ଜୀ, ସୁଦର୍ଶନ ସାମଲ,ଅମୂଲ୍ୟ ମହାପାତ୍ର, ଅନାମ ଜ୍ୟୋତି ମୁଦୁଲି, ସମ୍ବିତ ବେହେରା, ଉତ୍ତମ ପ୍ରଧାନ, ବିଦ୍ୟାଧର ଜେନା, ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଅଭିଭାବକ ପ୍ରମୁଖ ଯୋଗ ଦେଇଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!