ଆଧାର କାର୍ଡ ରେ ତ୍ରୁଟି ଝିଅ ଙ୍କ ଜାଗାରେ ଅଛି ମା ଙ୍କ ନାମ

(AKN NEWS): ବର୍ତ୍ତମାନ କେନ୍ଦ୍ର ସରକାର ଙ୍କ ନିଷ୍ପତି ଅନୁଯାୟୀ ପ୍ରାୟ ସବୁ କାଗଜ ପାତ୍ର ତଥା ବ୍ୟାଙ୍କ ଆକାଉଣ୍ଟ ପରି ବିଭିର୍ଣ୍ଣ ଦସ୍ତାବେଜ ରେ ଆଧାର କାର୍ଡ ଲିଙ୍କ ବାଧ୍ୟତା ମୂଳକ କରାଯାଇଥିବା ବେଳେ କିନ୍ତୁ ନୂତନ ଆଧାର କାର୍ଡ ନିର୍ମାଣ ପାଇଁ ଆବେଦନ ସମୟରେ ଆଧାର କେନ୍ଦ୍ର ର ତ୍ରୁଟି ଯୋଗୁଁ ଜନସାଧାରଣ ହଇରାଣ ହେଉଥିବା ଦେଖିବାକୁ ମିଳୁଛି। ଏପରି ଏକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଲରମ୍ଭା ଥାନା ଟାଙ୍ଗରପଥର ଗ୍ରାମରେ, ଏହି ଗ୍ରାମର ନିବାସୀ ପିତାମ୍ବର ସାହୁ ଏବଂ ନିବେଦିତା ସାହୁ ଙ୍କ ଝିଅ ର ଆଧାର କାର୍ଡ ତିଆରି ସମୟରେ ଝିଅ ର ନାମ ପୁନମ ସାହୁ ବଦଳରେ ତାଙ୍କ ମା ନିବେଦିତା ସାହୁ ଙ୍କର ନା ଲେଖୀ ଦିଆଯାଇଥିବା ରୁ ନାମ ପରିବର୍ତ୍ତନ ପାଇଁ ବୋହୁ ହଇରାଣ ହେଉଛନ୍ତି ପିତାମ୍ବର।

ତାଙ୍କ ଦର୍ଶିତ ତାଙ୍କ ଝିଅ ର ଜନ୍ମ ପ୍ରମାଣ ପାତ୍ର ଅନୁଯାୟୀ ତା. 21.05.2013 ରେ ଜନ୍ମିତ ତାଙ୍କ ଝିଅ ର ନାମ ଜନ୍ମ ପ୍ରମାଣ ପାତ୍ର ରେ ପୁନମ ସାହୁ ବୋଲି ସଠିକ ଲେଖାଯାଇଥିବା ବେଳେ ଆଧାର ନିର୍ମାଣ ସମୟରେ କିନ୍ତୁ ପୁନମ ସାହୁ ଙ୍କ ନାମ ସ୍ଥାନ ରେ ତାଙ୍କ ମା ନିବେଦିତା ସାହୁ ଙ୍କର ନାମ ଲେଖା ହୋଇଯାଇଛି।

ତେବେ ଏନେଇ ସେ ପ୍ରଶାସନିକ ଆଧାର ସଂଶୋଧନ କେନ୍ଦ୍ର ରେ ମଧ୍ୟ ଆବେଦନ କରିଥିବା ବେଳେ ଏନେଇ ଗତ ତା. 12.03.2023 ଦିନ ଏକ ଇଫିଦେବିଟ ମଧ୍ୟ ଦେଇଛନ୍ତି। ତେବେ କିନ୍ତୁ ତାଙ୍କ ସହ ହୋଇଥିବା ଏପରି ସମସ୍ୟା ଯେମିତି ଆଉ କାହା ସହ ନହଉ ସେନେଇ ସେ ଉଭୟ ଆଧାର କେନ୍ଦ୍ର ଅପରେଟର ଏବଂ ଆଧାର କାର୍ଡ ଆବେଦନକାରି ମାନେ ସଜାଗ ହୁଅନ୍ତୁ ବୋଲି ନିବେଦନ କରିଛନ୍ତି।
ବରଗଡ ରୁ ରଜନୀକାନ୍ତ ସାହୁ ଙ୍କ ରିପୋର୍ଟ akn ନ୍ୟୁଜ


