ଓଡିଶା ଖବର

ପାରମ୍ପରିକ ପୋଷାକ ପରିଧାନ କଲେ ଅଧିକାରୀ, କର୍ମଚାରୀ

ପୁରୀ ୩/୪(AKN NEWS): ଓଡ଼ିଆ ପକ୍ଷ ପାଳନ ଅବସରରେ ପୁରୀ ଜିଲ୍ଲା ରେ ଅଧିକାରୀ ଓ କର୍ମଚାରୀ ମାନେ ପାରମ୍ପରିକ ପୋଷାକ ପରିଧାନ କରିଥିଲେ।ସମ୍ବଲପୁର ଓ ଖଦି ବସ୍ତ୍ର ପିନ୍ଧି ଅଧିକାରୀ ଓ କର୍ମଚାରୀ ମାନେ କାର୍ଯ୍ୟାଳୟ କୁ ଆସିଥିଲେ।ସରକାର ପ୍ରଥମ ଥର ପାଇଁ ଅପ୍ରେଲ ୧ ତାରିଖ ରୁ ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ଓଡ଼ିଆ ପକ୍ଷ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି।

ସେହି ଆଧାର ରେ ଆଜି ର ଦିବସ ଥିଲା ପାରମ୍ପରିକ ପୋଷାକ ପରିଧାନ।ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ଡଃ ଶରତ ଚନ୍ଦ୍ର ମହାପାତ୍ର, ଡେପୁଟୀ କଲେକ୍ଟର ପ୍ରିୟଦର୍ଶିନୀ ମଲ୍ଲିକ, ବସନ୍ତ ହାତୀ, ମନୀଷା ଷଡ଼ଙ୍ଗୀ, ସହଦେଵ ସାହୁ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ସହକାରୀ ଜିଲ୍ଲାପାଳ ତନ୍ମୟ ଦାସ,ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଅନିତା ପଟ୍ଟନାୟକ, ପ୍ରୋଗ୍ରାମ ଅଫିସର ଚନ୍ଦ୍ର ପ୍ରଭା ଦେଇ,ଅନ୍ୟାନ୍ୟ କର୍ମଚାରୀ ମାନେ ପୋଷାକ ପରିଧାନ ପୂର୍ବକ ଫଟୋ ପ୍ରଦର୍ଶନ କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!