ନନ୍ଦଳା ଗ୍ରାମରେ ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭସ୍ତମ୍ଭ ସ୍ଥାପନ ।

(AKN NEWS): ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ ଦୀର୍ଘ ୨୦/୨୧ ବର୍ଷ ଅପେକ୍ଷାର ଅନ୍ତ ଘଟାଇ ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ଶୁଭ ସ୍ତମ୍ଭ ସ୍ଥାପନ ତା ୦୩-୦୪-୨୫ ରିଖ ଗୁରୁବାର ସକାଳ ୭ଘ ୨୦ ମି .ସମୟେ ଅମୃତ ବେଳାରେ ନନ୍ଦଳା ଗ୍ରାମବାସୀ ତଥା ସହଯୋଗୀ ପାଇକରାପୁର ଗ୍ରାମର ଅସଂଖ୍ୟ ଭକ୍ତ ବୃନ୍ଦଙ୍କ ଉପସ୍ଥିତିରେ ଘଣ୍ଟ ଖୋଳତାଳ ପାଇକର ମହାପଟୁଆର ସହ ହରିବୋଲ୍ ହୁଳହୁଳି ମଧ୍ୟରେ ସ୍ଥାପନ କରାଯାଇଅଛି
ଉକ୍ତ ମନ୍ଦିର ୨୦୦୫ ମସିହାରେ ଶୁଭାରମ୍ଭ କରାଯାଇଥିଲା ପଣ୍ଡିତ ଶ୍ରୀ ନରସିଂହ ଶତପଥୀ ଶ୍ରୀ ଅଶୋକ ଶତପଥୀ ,ନାରଣ ମହାରଣା,ମୁଖ୍ୟ ଶିଳ୍ପୀ ଧରମା ମହାରଣା ତଥା କର୍ତ୍ତା ଶ୍ରୀମତୀ/ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ବିଷୋୟୀଙ୍କ ଏବଂ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଶୁଭ ଦିଆଯାଇଥିଲା ।ଦୀର୍ଘ ୨୦/୨୧ ବର୍ଷ ପାଳି ପହରା କରି ଆଜିର ସଂପୂର୍ଣ୍ଣ ପଥରରେ ନିର୍ମିତ ମନ୍ଦିର । ପ୍ରତିଷ୍ଠା ଦେଖିବେ ଦେଖିବେ ଭାବି କେତେ ଯେ ଚାଲି ଗଲେଣି ,ବର୍ତ୍ତମାନ ସେହି ଶୁଭ ବେଳା ଆସିଛି । ତା ୨୫-୦୪-୨୫ଠାରୁ ତା ୦୨- ୦୫ -୨୫ ପଯ୍ୟନ୍ତ ଦୀର୍ଘ ୭ ଦିନ ବ୍ୟାପୀ ୪୮ ପ୍ରହର ନାମ ଯଜ୍ଞ,ସହ ଘୃତ ଯଜ୍ଞ, ଅର୍ଣ୍ଣ ଯଜ୍ଞ ,ଜ୍ଞାନ ଯଜ୍ଞ ମାଧ୍ୟମରେ ସଂପାଦନ କରାଯିବ ବୋଲି ନନ୍ଦଳା ମନ୍ଦିର କମିଟି ସଦସ୍ୟ ଶ୍ରୀ ବିଷ୍ଣୁ ପ୍ରସାଦ ଦଳେଇ, ଏବଂ ଶ୍ରୀ ଅଖିଳ କୁମାର ନାୟକ ଜଣାଇଛନ୍ତି ।
କୃଷ୍ଣ ପ୍ରସାଦରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN News


