କୁଲେଇଗଡ଼ରେ ନିଶା ମୁକ୍ତି ପାଇଁ ପଦଯାତ୍ରା କଲେ ମହିଳା ଙ୍କ ସାଥିରେ ସମାଜସେବୀ ଓ ପଞ୍ଚାୟତରାଜ ପ୍ରତିନିଧି

କୁଚିଣ୍ଡା :୩/୪(AKN NEWS): କୁଚିଣ୍ଡା ଉପଖଣ୍ଡରେ ନିଶା ନିଶା ନିବାରଣ ଅଭିଯାନ ପକ୍ଷରୁ ଆୟୋଜିତ ନିଶା ମୁକ୍ତି ପଦଯାତ୍ରା ଆଜି କୁଲେଇଗଦ ଗ୍ରାମ ପଞ୍ଚାୟତ ର ସଦର ମହକୁମା କୁଡ଼ାପଡ଼ା ଗ୍ରାମରେ ଆରମ୍ଭ ହୋଇଯାଇଛି । ଅଭିଯାନ ର ଅବିଭକ୍ତ ସମ୍ବଲପୁର ଜିଲ୍ଲା ସଭାପତି ସୁବାସ ଚନ୍ଦ୍ର ନାୟକ ,କୁଚିଣ୍ଡା ଉପଖଣ୍ଡ ସଭାପତି କରୁଣା କର କିସାନ,କୁଚିଣ୍ଡା ବ୍ଲକ ଆବାହକ ମିତ୍ରଭାନୁ ପଧାନ,କୁଲେଇଗଦ୍ ଗ୍ରାମ ପଞ୍ଚାୟତ ସଭାନେତ୍ରୀ ମୀନା ମହାନନ୍ଦିଆ ଓ ସମ୍ପାଦିକା ମୀନା ମହାନନ୍ଦିଆ ଙ୍କ ନେତୃତ୍ୱରେ ଏହି ପଦ ଯାତ୍ରା ରାଜୀବ ଭବନ ରୁ ଆରମ୍ଭ ହୋଇ ପ୍ରତ୍ୟେକ ଗଲି କନ୍ଦି କୁ ଯାଇ ନିଶା ସେବନ ଓ ବିକ୍ରୟ କୁ ବନ୍ଦ କରିବାକୁ ଆହ୍ବାନ ଦେଇଥିଲେ ।ବିଭିନ୍ନ ସ୍ଲୋଗାନ ଦେଇ ନିଶା ମୁକ୍ତ ଅଞ୍ଚଳ ଓ ରାଜ୍ୟ ଗଠନ ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।ବିଭିନ୍ନ ସ୍ଥାନରେ ଆୟୋଜିତ ପାଠ ପ୍ରାନ୍ତ ସଚେତନତା ସଭାକୁ ନାଏବ ସରପଞ୍ଚ ତଥା ଅଭିଯାନ ର କର୍ମୀ ଲମ୍ବୋଦର କୂମୁରା ସଂଯୋଜନା କରିଥିଲେ ।ସଭାରେ ଜିଲ୍ଲା ସଭାପତି ସମାଜ ସେବୀ ଶ୍ରୀ ସୁବାସ ନାୟକ ରାଜ୍ୟ ସରକାର ଓ ସାଧାରଣ ଜନତା ଙ୍କ ସହଯୋଗ ରେ ନିଶା ମୁକ୍ତ ଅଞ୍ଚଳ ହୋଇ ପାରିବ ବୋଲି କହିଥିଲେ ।ଆନ୍ଦୋଳନ କୁ ସମର୍ଥନ କରି କୁଚିଣ୍ଡା ଜିଲ୍ଲା ପରିଷଦ ସଭ୍ୟ ଅଜିତ ମହାପାତ୍ର,ସରପଞ୍ଚ ନଳିନୀ କିସାନ ,ନାଏବ ସରପଞ୍ଚ ଲମ୍ବୋଦର କୂମୂରା ,ୱାର୍ଡ ସଭ୍ୟ ସରୋଜ ମେହେର,ୱାର୍ଡ ସଭ୍ୟା ଜୟନ୍ତୀ ସୁନାନୀ ପ୍ରମୁଖ ପଞ୍ଚାୟତ ରାଜ ପ୍ରତିନିଧି ଗଣ ପଦଯାତ୍ରାରେ ଗ୍ରାମ୍ୟ ପରିକ୍ରମା କରିଥିଲେ ।ସେମାନେ ତାଙ୍କ ଭାଷଣ ରେ ନିଶା ମୁକ୍ତ ହେବା ପର୍ଯ୍ୟନ୍ତ ସହଯୋଗ କରିବାର ଘୋଷଣା କରିଥିଲେ । ସଭାରେ ଉପସ୍ଥିତ ଶତାଧିକ ନିଶା ନିବାରଣ କର୍ମୀ କୌଣସି ପ୍ରକାର ନିଶା ଦ୍ରବ୍ୟ ଖାଇବେ ନାହିଁ ଓ ଖାଉ ଥିବା ଲୋକଙ୍କୁ ଗାନ୍ଧି ନିତି ରେ ବରଣ କରିବେ ବୋଲି ହାତ ଟେକି ଶପଥ ନେଇଥିଲେ ।ଏହି ସଚେତନତା ଶୋଭାଯାତ୍ରା କୁ ମନୋରମା ପଟେଲ, କଳ୍ପନା ପଟେଲ, ସସ୍ମିତା ସୁନାନି, ଗୀତାଞ୍ଜଳି ସୁନାନୀ, ମଞ୍ଜରୀ ପୋଢ଼, ଜୟନ୍ତୀ ସୁନାନୀ,ସରୋଜିନୀ ମେହେର, ସଂଯୁଲତା ପେଣ୍ଠେଇ, ଅନିତା ପଟେଲ ପ୍ରମୁଖ ପରିଚାଳନା କରିଥିଲେ । ଶେଷରେ ନିଶା ନିବାରଣ ଅଭିଯାନ ର ଜିଲ୍ଲା ସଂପାଦକ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଉତ୍ପଳ ଧୁରୁଆ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।
ବ୍ୟୁରୋ ରିପୋର୍ଟ AKN NEWS


