ଓଡିଶା ଖବର

ଭକ୍ତ ଚରଣ ଉଚ୍ଚ ବିଦ୍ୟାପୀଠ, ସାନପଦର ଠାରେ ଶିକ୍ଷକଙ୍କ ଅବସର କାଳୀନ ସମ୍ବର୍ଦ୍ଧନା ଓ ବାର୍ଷିକ ଉତ୍ସବ ଅନୁଷ୍ଠିତ l

ବୋଲଗଡ଼, (AKN NEWS): ଖୋର୍ଦ୍ଧା ଜିଲ୍ଲା ଶିକ୍ଷା ବ୍ଲକ ବୋଲଗଡ଼ ଅଧୀନ ସାନପଦର ଭକ୍ତ ଚରଣ ସରକାରୀ ଉଚ୍ଚ ବିଦ୍ୟାଳୟର ସଦ୍ୟ ଅବସର ନେଇଥିବା ବରିଷ୍ଠ ଶିକ୍ଷକ ଐତିହାସିକ ସାହିତ୍ୟକ ଡ଼ଃ ବିଭୁତି ଭୂଷଣ ଦଳାଇଙ୍କ ଅବସର କାଳୀକ ବିଦାୟ ସମ୍ବର୍ଦ୍ଧନା ସହିତ ବିଦ୍ୟାଳୟର ବାର୍ଷିକ ଉତ୍ସବ ପ୍ରଧାନ ଶିକ୍ଷୟତ୍ରୀ ଜୋସ୍କାରାଣୀ ବେହେରାଙ୍କ ଅଧ୍ୟକ୍ଷତାରେ ଦୁଇଟି ଅଧିବେଶନରେ ଅନୁଷ୍ଠିତ ହୋଇଯାଇଛି l ପ୍ରଥମ ପ୍ରଯ୍ୟୟରେ ବିଦାୟୀ ସମ୍ବର୍ଦ୍ଧନା ସଭାରେ ଅତିଥି ଭାବେ ଏ.ବି.ଇ.ଓ ଅମିତା ମିଶ୍ର, ଆଞ୍ଚଳିକ ସାଧନ କେନ୍ଦ୍ର, ବୋଲଗଡ଼ର ସି.ଆର.ସି.ସି ପ୍ରଫୁଲ୍ଲ କୁମାର ଦାସ, ସାନପଦର ଗ୍ରା:ପର ସରପଞ୍ଚ ବୈକୁଣ୍ଠ ଚରଣ ସ୍ୱାଇଁ,ସମିତି ସଭ୍ୟ ଦିଲ୍ଲୀପ କୁମାର ମହାପାତ୍ର, ଗୋପାଳପୁର ଗ୍ରା:ପର ସରପଞ୍ଚ ପ୍ରଦୀପ କୁମାର ବାରିକ,ବିଦ୍ୟାଳୟର ଅବସର ପ୍ରାପ୍ତ ଶିକ୍ଷକ ତଥା ପୂର୍ବତନ ପ୍ରଧାନ ଶିକ୍ଷକ ଗୌରାଙ୍ଗ ଛୋଟରାୟ,ରମେଶଚନ୍ଦ୍ର ବଳବନ୍ତରାୟ, ଯୋଗିନାଥ ନାୟକ, ପ୍ରଫୁଲ୍ଲ ଚନ୍ଦ୍ର ସିଂହ,ବିଜୟକୁମାର ମିଶ୍ର,ବୋଲଗଡ଼ର ଅବସର ପ୍ରାପ୍ତ ବି.ଆର.ସି.ସି ପଦ୍ମ ଚରଣ ବେହେରା, ପଡୋଶୀ ପଶ୍ଚିମେଶ୍ୱର ଦେବ ସରକାରୀ ଉଚ୍ଚ ବିଦ୍ୟାପୀଠ, ତାଳତୁମ୍ବର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷଜ ପୁରୁଷୋତମ ବେହେରା,ହରିବନ୍ଧୁ ତ୍ରିପାଠୀ

ଓ ଭକ୍ତ ଚରଣ ଉଚ୍ଚ ବିଦ୍ୟାପିଠର ପ୍ରତିଷ୍ଠାତା ସଭ୍ୟ ରାଜକିଶୋର ବ୍ରହ୍ମା, ତ୍ରିଲୋଚନ ମହାନ୍ତି, ବୈକୁଣ୍ଠ ଚରଣ ନାୟକ, ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷା ପ୍ରଶାନ୍ତି ମହାପାତ୍ର, ମୋ ସ୍କୁଲ ସଭାପତି ରାମଚନ୍ଦ୍ର ନାୟକ ଆଦି ଉପସ୍ଥିତ ଥିଲେ l ପ୍ରାୟ ଦିନ ତମାମ ଅତିଥି ମାନଙ୍କ ମୁଖରେ ଡ଼ଃ ବିଭୁତି ଦଳାଇଙ୍କ ଶିକ୍ଷକତା ମଧ୍ୟ୍ୟରେ କଲମ ଚାଳନା ଦ୍ୱାରା ସାହିତ୍ୟକ ଓ ଐତିହାସିକ ତଥ୍ୟ ଗବେଷଣା କରିବା ଓ ବିଭିନ୍ନ ଘଟଣା ବଳୀକୁ ଜନ ସମୁଖରେ ଆଦୃତ କରିବା,ଗାଁରେ ବିଭିର୍ନ୍ନ କ୍ଷେତ୍ରରେ ନେତୃତ୍ୱ ନେଇ ନିଜର ଯଶ ଅର୍ଜନ କରି ଦକ୍ଷ ସମାଜସେବୀ ରୂପେ କବିତିର୍ଥ ସାନପଦର ମାଟିର ନାମକୁ ସୁଦୂର ପ୍ରସାରୀ କରିଥିବାରୁ ଭୁରୀ ଭୁରୀ ପ୍ରଶଂସା କରିଥିଲେ l ଦ୍ୱିତୀୟ ପ୍ରଯ୍ୟାୟରେ ମୁଖ୍ୟ ଅତିଥି ଭାବେ ବେଗୁନିଆ ବିଧାୟକ ପ୍ରଦୀପ କୁମାର ସାହୁ,ସଂମ୍ମାନିତ ଅତିଥି ରୂପେ ଏମପି ପ୍ରତିନିଧି ପ୍ରକାଶ ରଣବିଜୁଳି, ମୁଖ୍ୟ ବକ୍ତା ଭାବେ ଗୋଷ୍ଟି ଶିକ୍ଷା ଅଧିକାରୀ ଗୋକୁଳଚନ୍ଦ୍ର ବଳବନ୍ତରାୟ ଓ ବୋଲଗଡ଼ ବ୍ଲକ ଅଧକ୍ଷା ହୁଲାସ ପ୍ରଧାନ ଏବଂ ପ୍ରଥମ ପର୍ଯ୍ୟାୟର ଅତିଥିମାନେ ମଞ୍ଚାସୀନ

ଥିଲେ l ଅତିଥିମାନଙ୍କ ଦ୍ୱାରା ଦୀପ ପ୍ରଜ୍ୱଳନ କରାଗଲା ପରେ ସଂଗୀତଜ୍ଞ ପୂର୍ଣ୍ଣ ଚନ୍ଦ୍ର ବେହେରାଙ୍କ ସହଯୋଗରେ ସାଥି ଓ ବିଦ୍ୟାଳୟର ଛାତ୍ରୀମାନଙ୍କ କଣ୍ଠରେ ସ୍ୱାଗତ ସଂଗୀତ ପାଠ କରାଯାଇଥିଲା l ବିଧାୟଜ ଡ଼ଃ ବିଭୁତି ଦଳାଇଙ୍କୁ ସମ୍ବର୍ଦ୍ଧନା ପୂର୍ବକ ମାନପତ୍ର ଉତ୍ତରୀ ପ୍ରଦାନକରି ତାଙ୍କ ମହାନତାର ଗୁଣ ବଖାଣିଥିଲେ l ଛାତ୍ର ଛାତ୍ରୀମାନଙ୍କୁ ବିଦ୍ୟା ସହିତ ସମସ୍ତ କ୍ଷେତ୍ରରେ କୃତି ଅର୍ଜନ ପାଇଁ ଉତ୍ସାହିତ କରିଥିଲେ l ବିଦ୍ୟାଳୟରେ କେତେକ ଆବଶ୍ୟକତାକୁ ପୂରଣ ନିମନ୍ତେ ପ୍ରକାଶ ଚନ୍ଦ୍ର ରଣବିଜୁଳିଙ୍କ ଦୃଷ୍ଟି ଗୋଚର

ଜରାଯିବାରୁ ସେ ରାଜନୀତିରୁ ଉର୍ଦ୍ଧରେ ରହି ସମସ୍ତ ସହଯୋଗ କରିବାକୁ କଥା ଦେଲେ l ଅନ୍ୟ ସମସ୍ତ ଅତିଥିଙ୍କ ଭାଷଣ ବିରାମ ପରେ ଅତିଥି ମାନଙ୍କ ହସ୍ତରେ ବିଦ୍ୟାଳୟରେ ବିଭିର୍ନ୍ନ କ୍ଷେତ୍ରରେ ଭଲ ପଦର୍ଶନ କରଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନପତ୍ର ସହିତ ପଦକ ପ୍ରଦାନ କରାଗଲା l ଶ୍ରେଣୀୟ ପୁରସ୍କାର ବିତରଣ କାର୍ଯ୍ୟକୁ ସାନନ୍ଦ କୁମାର ସାହୁ ସାର ତ୍ୱରାନ୍ୱିତ କରିଥିବାବେଳେ ଅଶୋକ କୁମାର ନାୟକ ସାର ସହଯୋଗ କରିଥିଲେ l ମଞ୍ଚ ଉଦଘୋଷାକ ଶ୍ରୀକାନ୍ତ କୁମାର ନାୟକ ଓ ମଞ୍ଚ ପରିଚାଳନା ବିଜୟ କୁମାର ସାହୁ ସାର କରିଥିଲେ l ପ୍ରାୟ ବିଳମ୍ବିତ ରାତ୍ରି ପର୍ଯନ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ନୃତ୍ୟ ସଂଗୀତ ପରିବେଷଣ କରାଯାଇଥିଲା l

ଖୋର୍ଦ୍ଧାରୁ ଜିଲ୍ଲା ପ୍ରତିନିଧି ହାଡିବନ୍ଧୁ ଲେଙ୍କଙ୍କ ରିପୋର୍ଟ -Akn News

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!