ଓଡିଶା ଖବର

ସାହିଯାତ ଚୁଡାନ୍ତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପୁରୀ ୩/୪(AKN NEWS): ଚଳିତ ମାସ ୬ ତାରିଖ ରାମନବମୀ ତିଥିରୁ ଆରମ୍ଭ ହେବ ପୁରୀ ର ପାରମ୍ପରିକ ମହୋତ୍ସବ ସାହିଯାତ।ଏହା ଅପ୍ରେଲ ୨୨ ତାରିଖ ଶ୍ରୀରାମଙ୍କ ରାଜ୍ୟାଭିଷେକ ପର୍ଯ୍ୟନ୍ତ ଚାଲିବ।ଏହି ସାହିଯାତ କୁ ଶାନ୍ତି ଶୃଙ୍ଖଳା ଓ ଭବ୍ୟ ଭାବେ ଆୟୋଜନ କରିବାକୁ ଚୁଡାନ୍ତ ପ୍ରସ୍ତୁତି ବୈଠକ ଆଜି ମା ରାମଚାଣ୍ଡି ଠାକୁରାଣୀ ବିସୁନି ଜାଗା ରାମଚଣ୍ଡି ସାହି ରେ ସନ୍ଧ୍ୟା ରେ ଆଠସାହି ଆଖଡା ମିଳିତ ସମନ୍ୱୟ ସମିତି ପକ୍ଷରୁ ଅନୁଷ୍ଠିତ ହୋଇଥିଲା। ଏହି ବୈଠକର ଉପସ୍ଥିତ ରହି ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଅତିରିକ୍ତ ଏସପି ସୁଶୀଲ ମିଶ୍ର ଶ୍ରୀକ୍ଷେତ୍ର ସାହିଯାତ ପରମ୍ପରା କୁ ଅକ୍ଷୂର୍ଣ୍ଣ ରଖି ସରସ ସୁନ୍ଦର ଭାବେ ପାଳନ କରିବା, ସମସ୍ତଙ୍କ ସହଯୋଗ ଓ ସମନ୍ୱୟ ରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା, ରାସ୍ତା ମରାମତି, ସ୍ୱଛତା ଓ ସୁସ୍ଥ ପରିବେଶ ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ।ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, ଟାଉନ ଥାନା ଆଇଆଇସି ଗୋକୁଳାନନ୍ଦ ଦାସ,ଟ୍ରାଫିକ ଇନ୍ସପେକ୍ଟର ଜୟଦୀପ ମହାନ୍ତି,ବାସେଳୀ ସାହି ଆଇଆଇସି ବିକ୍ରମ କୁମାର ଜେନା ଓ କୁମ୍ଭାରପଡା ଥାନା ଆଇଆଇସି ସୁଶାନ୍ତ କୁମାର ସାହୁ ଯୋଗ ଦେଇ ଆଇନ ଶୃଙ୍ଖଳା, ଟ୍ରାଫିକ ନିୟନ୍ତ୍ରଣ, ସାହିଯାତ ର ପ୍ରଚାର ପ୍ରସାର ଇତ୍ୟାଦି ସମ୍ପର୍କରେ ଆଲୋକପାତ କରିଥିଲେ।ଆଠ ସାହି ଆଖଡ଼ା ସମନ୍ଵୟ ସମିତି ସଭାପତି ରବିନ୍ଦ୍ର ନାଥ ସେନାପତି ଅଧ୍ୟକ୍ଷତା କରିଥିବା ବେଳେ ସମ୍ପାଦକ ତଳୁଛ ନୀଳକଣ୍ଠ ମହାପାତ୍ର ସାହିଯାତ ସମ୍ପର୍କରେ ଆଲୋଚନା କରି ପ୍ରଥମ ଥର ରାଜ୍ୟ ସରକାରଙ୍କ ପକ୍ଷର ରୁ ସାହିଯାତ ପାଇଁ ସହଯୋଗ ର ହାତ ବଢିଥିବାରୁ ସମନ୍ଵୟ ସମିତି ପକ୍ଷରୁ ରୁ ରାଜ୍ୟ ସରକାର ଙ୍କର ଆଇନ ବିଭାଗ, ସଂସ୍କୃତି ବିଭାଗ, ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସକ ସମସ୍ତ ବିଭାଗକୁ ଧନ୍ୟବାଦ ଦେଇଥିଲେ।ଭବିଷ୍ୟତ ରେ ଏହାକୁ ମାନ୍ୟତା ଦେଇ ସଂସ୍କୃତି ବିଭାଗର ବାର୍ଷିକ କ୍ୟାଲେଣ୍ଡର ରେ ସାମିଲ କରିବା, ଧନୁଯାତ୍ରା ପରି ଆର୍ଥିକ ସହଯୋଗ ଯୋଗାଇବାକୁ ସମସ୍ତ ସଦସ୍ୟ ମାନେ ସରକାର ଙ୍କୁ ଅନୁରୋଧ କରିଥିଲେ।ସମାଜସେବୀ ଚକ୍ରଧର ମହାପାତ୍ର ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ବୈଠକରେ ଉପସଭାପତି ନାରାୟଣ ମହାସୁଆର, ବରିଷ୍ଠ ସଭ୍ଯ ରବି ଦାସ, ଜଗନ୍ନାଥ ମହାପାତ୍ର, ବିଶ୍ୱଜିତ୍ ସେନାପତି, ରାମ ଚନ୍ଦ୍ର ମହାପାତ୍ର, ନରେନ୍ଦ୍ର ମହାନ୍ତି ଗଣେଶ୍ଵର ମହାସୁଆର, କୃଷ୍ଣ ଚନ୍ଦ୍ର ଦାସ, ଜିତେନ୍ଦ୍ର ମହାପାତ୍ର, ନାରାୟଣ ମହାପାତ୍ର, ନାରାୟଣ କୋଠାରୀ, ଜ୍ୟୋତି ମହାପାତ୍ର, ଅନିରୁଦ୍ଧ ରାଉତ, ବିଜଯ କୃଷ୍ଣ ବର୍ମା, ହରିମୋହନ ଖୁଣ୍ଟିଆ, ପ୍ରଶାନ୍ତ କୁମାର ମହାନ୍ତି, ମନୋଜ କୁମାର ମହାପାତ୍ର, ଲକ୍ଷ୍ମୀ କାନ୍ତ ରଥ, ପ୍ରଫୁଲ୍ଲ କୁମାର ଖୁଣ୍ଟିଆ, ରଘୁନାଥ ଖୁଣ୍ଟିଆ, ରବିନାରାୟଣ ସୂପକାର, ମୋହନ ମହାପାତ୍ର,ଶ୍ୟାମ ସୁନ୍ଦର ମହାପାତ୍ର ଓ ଅନ୍ୟାନ୍ୟ ସଦସ୍ୟ ମାନେ ଯୋଗ ଦେଇଥିଲେ।ସାହିଯାତ ର ସୂଚନା ଫର୍ଦ୍ଦ କୁ ଅତିଥି ମାନେ ଉନ୍ମୋଚନ କରିଥିଲେ।

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!