ଓଡିଶା ଖବର

ପି ଏମ ଶ୍ରୀ ବାପୁଜୀ ହାଇସ୍କୁଲ କନ୍ଧକେଲଗାଁ ରେ ବାର୍ଷିକ ଉତ୍ସବ

(AKN NEWS): ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ର ଏକମାତ୍ର ବିଦ୍ୟାଳୟ ଭାବେ ପି ଏମ ଶ୍ରୀ ରେ ସାମିଲ ହୋଇଥିବା ପି ଏମ ଶ୍ରୀ ବାପୁଜୀ ଉଚ୍ଚ ବିଦ୍ୟାଳୟ କନ୍ଧକେଲଗାଁ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ପ୍ରଧାନ ଶିକ୍ଷକ ରାମଗୋପାଳ ଖମାରି ଶର୍ମା ସଭାପତିତ୍ବ କରିଥିବାବେଳେ ମୁଖ୍ୟ ଅତିଥି ରୂପେ ବ୍ଲକ ଶିକ୍ଷା ଅଧିକାରୀ, ଗୁଡଭେଲା ନମିତା ରାଣୀ ଭୋଇ ,ମୁଖ୍ୟ ବକ୍ତା ରୂପେ ସଇଁତଲା ବି ଆର ସି ସି ନାରାୟଣ ଭୋଇ,ସମ୍ମାନିତ ଅତିଥି ସରପଞ୍ଚ ଅହଲ୍ୟା ସାହୁ, ପୂର୍ଣ୍ଣାନନ୍ଦ ପଣ୍ଡା, ଅରୁଣ ଥନାପତି ଓ ଦେବରାଜ ମେହେର, ପ୍ରଫୁଲ୍ଲ ଦାଶ ଯୋଗଦେଇଥିଲେ l ଶିକ୍ଷକ ପ୍ରକାଶ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିବାବେଲେ ସଭା ଶେଷରେ ରାୟଗୁପ୍ତା ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ସେହିପରି ଆଶିଷ ବିଶି, ସୁରେନ୍ଦ୍ର ଷଡ଼ଙ୍ଗୀ, ରଶ୍ମିତା ପ୍ରଧାନ, ଲିପସିତା ସାହୁ ଲିଙ୍କନ ସାହୁ ଙ୍କ ଦ୍ୱାରା ପ୍ରସ୍ତୁତ ସାଂକୃତିକ କାର୍ଯ୍ୟକ୍ରମ ଦର୍ଶକ ମାନଙ୍କୁ ମନ ମୋହିଥିଲା l କ୍ରୀଡା କାର୍ଯ୍ୟକ୍ରମ ପ୍ରଭୁଦତ୍ତ ଧରୁଆ, ନିରୁପମ ସାହୁ,ଗୋପାଳ ପଟ୍ଟନାୟକ, ଜୟରାମ ମହାନନ୍ଦ,ବିମଲ ମେହେର ପରିଚାଳନା କରିଥିବାବେଳେ ଯୋଗ ଓ ପ୍ରାଣାୟାମ କାର୍ଯ୍ୟକ୍ରମ ଗୋବର୍ଦ୍ଧନ ଛତ୍ରିଆ, ହିମେଶ ଭୋଇ, ଜିତେନ୍ଦ୍ର ମେହେର କରାଇଥିଲେ l ବାଳିକା ସ୍ୱୟଂ ପ୍ରତିରକ୍ଷା କାର୍ଯ୍ୟକ୍ରମ ଟି ପଙ୍କଜିନୀ ମେହେର, ପୁଷ୍ପାଞ୍ଜଳି ମେହେର ଓ ସ୍ମୃତି ଲିପି ରୟଗୁରୁ ସଂଯୋଜନା କରିଥିବା ବେଳେ ଅନେକ ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ କୁ ବୈଷ୍ଣବ ବାରିକ, ବବିତ ବିଶି, ହିମାଂଶୁ ଭୋଇ ତଥା ପରିଚାଳନା କମିଟି ସଭ୍ୟ ସଭ୍ୟା ସହଯୋଗ ମଧ୍ୟ କରିଥିଲେ |

ବଲାଙ୍ଗିର ଜିଲ୍ଲା ସଇଁତଲା ରୁ ଅଶ୍ୱିନୀ ସାହୁ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!