ଓଡିଶା ଖବର

ଜିଲ୍ଲା ମୁଖ୍ୟ ଅଧିକାରୀ ଙ୍କ ଯୋଗ ଦାନ କରିବା ଦିନ ଠୁ ବଢ଼ିଛି ଜଳ ସମସ୍ୟା,ଲକ୍ଷ,ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ।

ବଲାଙ୍ଗୀର(AKN NEWS): ଟିଟିଲାଗଡ, ତା,୦୪-୦୪: ଦିର୍ଘ୍ ବର୍ଷ ଧରି ପାନୀୟ ଜଳ ଯୋଗାଣ ପ୍ରକଳ୍ପ କେବଳ ସରକାରୀ ବାବୁ,ଠିକାଦାର,ଯନ୍ତ୍ରୀ ନିଜ କାଗଜ କଲମରେ ମିଥ୍ୟା ବିଲ, ଭାଉଚର ଦର୍ଶାଇ ଲକ୍ଷ, ଲକ୍ଷ ଟଙ୍କା ହଡ଼ପ କରି ଆସୁଥିବା ବେଳେ ସରକାର ଙ୍କ ନିର୍ମାଣଧିନ ଓଭର ହେଡ୍ ଟ୍ୟାଙ୍କ ନାମକୁ ମାତ୍ର ବୋଲି ଗୁରୁତର ଅଭିଯୋଗ ହୋଇଛି । ପ୍ରକାଶ ଯେ, ପଞ୍ଚାୟତି ରାଜ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରକଳ୍ପ କାର୍ଯ୍ୟ କାରିତା ନେଇ କୌଣସି ଅଭିଯୋଗ ଆସିଲେ ତୁରନ୍ତ ମାମଲା ରୁଜୁ ସହ ଜେଲ ଯିବେ ଠିକାଦାର ଓ ସଂପୃକ୍ତ ସରକାରୀ ଅଧିକାରି ବୋଲି କଡା ଚେତାବନୀ ଦେଇଛନ୍ତି । ହେଲେ ପରିତାପ ର ବିଶୟ ଯେ,ସଠିକ୍ ସମୟ ରେ ତ ଦୂର ର କଥା ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ଯାହାକି ତତଲାଗଡ ଭାବେ ପରିଚିତ ଏହି ଅଞ୍ଚଳ ର ଗ୍ରାମବାସୀ ପାଣି ପାଇଁ ଡହଳ, ବିକଳ ହୋଇ ରାଜ ରାସ୍ତା କୁ ଓହ୍ଲାଇଆସୁଛନ୍ତି ।

ବାରମ୍ବାର ଅଭିଯୋଗ ସତ୍ତ୍ୱେ ଏହି ଟିଟିଲାଗଡ ଅଞ୍ଚଳ ର ବେଲପଦର୍,ମାଲିଶିରା,ତେନ୍ତୁଳିଖୁଣ୍ଟି, ଡଙ୍ଗରପଡା, ଖଜୁରପଡ଼ା,ସିହିନି, ଡୁମେରବାହାଲ, ବୁର୍ଡିପଡା,ସିରୁଲ,ଭଳି ଅନେକ ଗୁଡ଼ିଏ ଗ୍ରାମ ରେ ଏହି ଜଳ ଯୋଗାଣ ବ୍ୟବସ୍ଥା ରୁ ସମ୍ପୂର୍ଣ ରୂପେ ବାଦ ପଡିଛନ୍ତି ଜନ ସାଧାରଣ । ମହିଳା,ପୁରୁଷ ସବୁ ବର୍ଗ ର ଗ୍ରାମବାସୀ ନିୟମିତ ଆବେଦନ,ନିବେଦନ କରିବା ଅଭିଯୋଗ ସହ ରାସ୍ତା ଅବରୋଧ କରି ବିରୋଧ ପ୍ରଦର୍ଶନ କରାଯାଇ ଆସିବା ନିୟମିତ ଘଟଣା ରେ ପରିଣତ ହୋଇଛି । ଏ ନେଇ ଜିଲ୍ଲା ମୁଖ୍ୟ ବିଭାଗୀୟ ଅଧିକାରୀ ଙ୍କୁ ଯୋଗା, ଯୋଗ କରିଥିବା ସତ୍ତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ । ପ୍ରକାଶ ଯେ,ପ୍ରାୟ ତିନି ବର୍ଷ ଧରି ବଲାଙ୍ଗୀର ଜିଲ୍ଲା ଦାୟିତ୍ଵ ଗ୍ରହଣ କରିବା ପରେ ପିସି କାରବାର କରିବା ଓ ଯୋଜନା ଆଳରେ ମାଲେମାଲ ହୋଇ ଥିବା ବେଳେ ଏବେ ଏହି ଗ୍ରୀଷ୍ମ ଋତୁରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ବ୍ୟବସ୍ଥା କରିବେ ବୋଲି କହିଛନ୍ତି । ଏହି ଜିଲ୍ଲା ଓ ମୁଖ୍ୟ ଭାବେ ଟିଟିଲାଗଡ ସବ ଡିଭିଜନ ରେ ଲକ୍ଷ, ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ଅଧପନ୍ତରିଆ ସହ ନିମ୍ନ ମାନର କାର୍ଯ୍ୟ କରି କିଛି ଗୋଟି ଓଭର ହେଡ ପାଣିଟାଙ୍କି ନିର୍ମାଣ କାହା ସ୍ୱାର୍ଥରେ ସେଥିରୁ ସ୍ପଷ୍ଟ ଅନୁମେୟ । ଏପରିକି ଉକ୍ତ ଅଧିକାରୀ ଠିକାଦାର ତଥା ସବୁ ସରପଞ୍ଚ ଓ ଅନ୍ୟ ଅଧିକାରୀ ଙ୍କୁ ନେଇ ପିସି କାରବାର କରିବା ସ୍ପଷ୍ଟ ଅନୁମେୟ । ଏହି ଅଧିକାରୀ ଙ୍କ ବିରୁଦ୍ଧରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ବିଭିନ୍ନ ମହଲ ରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।

ରିପୋର୍ଟ, ସନ୍ତୋଷ କୁମାର ନାୟକ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!