ଓଡିଶା ଖବର

ଜିଲ୍ଲା ସ୍ତରୀୟ ଡାକ୍ତରଖାନା ମାନ୍ୟତା ପ୍ରଦାନ ସହ ଦକ୍ଷ ଅଧିକାରୀ ଙ୍କ ସ୍ଥାୟୀ ନିଯୁକ୍ତି ପ୍ରଦାନ ଦାବି ।

ବଲାଙ୍ଗୀର(AKN NEWS): ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ଜିଲ୍ଲା ସ୍ତରୀୟ ଚିକିତ୍ସାଳୟ ମାନ୍ୟତା ପ୍ରଦାନ ସହ ଦକ୍ଷ ଅଧିକାରୀ ନିଯୁକ୍ତି ନେଇ ବିଭିନ୍ନ ମହଲରେ ଦାବି ହୋଇଛି । ପ୍ରକାଶ ଯେ,ଇତି ମଧ୍ୟରେ ଡ଼ାଃ ଓଁକାର ହୋତା ଟିଟିଲାଗଡ ନିକଟସ୍ତ ମାତୃ ଓ ଶିଶୁ ଡାକ୍ତର ଖାନା ପରିଚାଳନା ଓ ପ୍ରାଶାସନିକ ଦାୟିତ୍ଵ ଗ୍ରହଣ କରିବା ନେଇ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି ।

ଜିଲ୍ଲା ସ୍ତରୀୟ ଟିଟିଲାଗଡ ଡାକ୍ତରଖାନା ରେ ସେ ବର୍ତ୍ତମାନ୍ କାର୍ଯ୍ୟରତ ମୁଖ୍ୟ ଚିକିତ୍ସାଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଥିବା ବେଳେ କର୍ମଚାରୀ ଙ୍କୁ ନେଇ ଜରୁରୀ ବୈଠକ ସହ ତାଙ୍କ କାର୍ଯ୍ୟ,ଦରମା ପ୍ରଦାନ ସମସ୍ୟା ତଥା ସାଧାରଣ ଲୋକେ କିଭଳି ଉପଯୁକ୍ତ ସ୍ବାସ୍ଥ୍ୟ ସେବା ପାଇବେ ସେ ନେଇ ବୈଠକ ଅନୁଷ୍ଠିତ କରିବା ସହ କାର୍ଯ୍ୟକାରୀ କରିଛନ୍ତି । ଏଭଳି ଦକ୍ଷ ଅଧିକାରୀ ମାନ ଙ୍କୁ ଏହି ଦାୟିତ୍ଵ ପ୍ରଦାନ କରା ଗଲେ ସାଧାରଣ ଉପକୃତ ହେବେ ବୋଲି ମତ ପ୍ରକାଶ ପାଇଛି । ଡ଼ାଃ ପ୍ରଦୀପ ନାଏକ ଏହି ଦାୟିତ୍ଵ ରେ ଥିବା ବେଳେ ପାଞ୍ଚ,ମାସ ଛଅ ମାସ ହେବ ଦରମା ପ୍ରଦାନ ଦିଗରେ ଆବେଦନ, ନିବେଦନ କରି ନିରାଶ ହୋଇ ଆସୁଥିବା ସାର ହୋଇଛି । କିଛି ଠିକା ସଂସ୍ଥା ସହ ମିଶି ପିସି କାରବାର ଦାବି ଯୋଗୁଁ କର୍ମଚାରୀ ଏଭଳି ଦୁର୍ଦ୍ଦଶା ଭୋଗ କରିବା ପ୍ରକାଶ କରିଛନ୍ତି । ସେହିପରି ସେ ନିଜେ ଜଣେ ପଦବୀ ରେ ରହି ବେଆଇନ୍ ଭାବେ ସରକାରୀ ପଞ୍ଜୀକୃତ ନ କରି ନିଜ ବିରାଟ ୩୧ ଲକ୍ଷ ଟଙ୍କା ର ବାସଭବନ ସହ କ୍ଲିନିକ୍ ଓ ଏକ ବେସରକାରୀ ଔଷଧ ଦୋକାନ ଖୋଲି ଗରିବ ରୋଗୀ ଙ୍କୁ ୩୦୦ ଟଙ୍କା ଲେଖାଏଁ ଫିସ ଆଦାୟ କରି ଶୋଷଣ କରୁଥିବା ଟିଟିଲାଗଡ ସଚେତନ ନାଗରିକ କମିଟି ତରଫ ରୁ ସ୍ବେଛାସେବୀ ଶ୍ରୀକାନ୍ତ ସାହୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ଡାକ୍ତରଖାନା ପରିସରରେ ସରକାରୀ ନିୟମ ର ଖିଲାପ କରି ତାଙ୍କ ଘରୋଇ ବାସ ଭବନ ରେ ଥିବା ବେଆଇନ୍ କ୍ଲିନିକ୍ କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ବୋଲି ବଡ,ବଡ ଅକ୍ଷର ରେ ଲେଖା ଯାଇଛି । ସେହିପରି ସେ ନିଜ ସରକାରୀ କାମ ବଦଳ ରେ ମନ ଇଚ୍ଛା ଆସି ଚାଲି ଯିବା ଜରୁରୀ କାଗଜ ପତ୍ର ରେ ଦସ୍ତଖତ ନ କରିବା ଓ ନିଜ ଘରୋଇ କ୍ଲିନିକ୍ ରେ ଆଖ, ପାଖ ଅଞ୍ଚଳରୁ ଆସୁଥିବା ରୋଗୀ ଙ୍କୁ ଶୋଷଣ କରୁଥିବା ବେଳେ ସ୍ବାସ୍ଥ୍ୟ ସେବା ସମ୍ପୂର୍ଣ ରୂପେ ଭୁସୁଡ଼ି ପଡିଛି । ଏ ସମୟ ରେ ଜଣେ ଦକ୍ଷ ଅଧିକାରୀ ଜିଲ୍ଲା ସ୍ତରୀୟ ଅଧିକାରୀ ଭାବରେ ନିଯୁକ୍ତି ପ୍ରଦାନ ସହ ଜଣେ ଦକ୍ଷ ଅଧିକାରୀ ଙ୍କୁ ଦୈଇତ୍ଵ ପ୍ରଦାନ କରାଯିବା ନେଇ ଟିଟିଲାଗଡ ସଚେତନ ନାଗରିକ କମିଟି ତରଫ ରୁ ଦୃଢ଼ ଦାବି ହୋଇଛି । ସେହିପରି ସ୍ଥାନୀୟ ନେତା ଅଧିକାରୀ ଙ୍କୁ ମାସିକ ମୋଟା ଅଙ୍କର କୋଟା ଉକ୍ତ ଡ଼ାଃ ଶ୍ରୀ ନାଏକ ଦେବା ଯୋଗୁଁ ଏହି ସବୁ ବିଭିନ୍ନ ପ୍ରକାରର ସମସ୍ୟା ଲାଗି ରହିଛି । ସେହିପରି ଇତି ମଧ୍ୟରେ ଟିଟିଲାଗଡ ସଚେତନ ନାଗରିକ କମିଟି ତରଫ ରୁ ବେଆଇନ୍ ବିଦ୍ୟୁତ୍ ସଂଯୋଗ ନେଇ ଲିଖିତ ଅଭିଯୋଗ ହୋଇ ଥିବା ସତ୍ତ୍ୱେ ମୋଟା ଅଙ୍କର ଅର୍ଥ ଦେଇ ଘଟଣା ଚାପେଇଦେବା ଉଦ୍ୟମ ସହ ସେ ଫାଇନ ଭୟ ରେ ଅନ୍ୟତ୍ର ଚାଲି ଯାଇଥିବା ଜଣାଯାଇଛି । ସରକାରୀ ନିୟମ ର ଖୋଲା , ଖୋଲି ଉଲ୍ଲଘଂନ କରି ଦିର୍ଘ୍ ବର୍ଷ ଧରି ବଦଳି ନ ହେବା ନେଇ କର୍ମଚାରୀ ଦୁର୍ଦ୍ଦଶା ଭୋଗ କରିବା ସାର ହେବା ସହ ଲୋକ ଙ୍କ ଅକାଳ ମୃତ୍ୟୁ ବରଣ ସାଧାରଣ ଘଟଣା ରେ ପରିଣତ ହୋଇଛି ।

ଏ ଦିଗରେ ସ୍ଥାନୀୟ ବଲାଙ୍ଗୀର ଜିଲ୍ଲା ର ସ୍ୱାସ୍ଥ୍ୟ ମନ୍ତ୍ରୀ ନିଜ ଜିଲ୍ଲା ରେ ଡାକ୍ତର,କର୍ମଚାରୀ ପଦବୀ ଟିଏ ଏତେ ଦିନ ଶାସନ ରେ ରହି ପୁରଣ କରି ପାରୁ ନ ଥିବା ବେଳେ ତାଙ୍କର ଏଥିରେ ନିଶ୍ଚିତ ରୂପେ ପିସି କାରବାର ରହିଛି ତଥା ସ୍ଥାନୀୟ ବିଧାୟକ ମଧ୍ୟ ସଂପୃକ୍ତ ବୋଲି ସଚେତନ ନାଗରିକ କମିଟି ତରଫ ରୁ ଖୋଲା, ଖୋଲି ନିନ୍ଦା କରାଯାଇଛି ।

ବିଭାଗୀୟ ମୁଖ୍ୟ ଶାସନ ସଚିବ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ସର ଜମିନ ତଦନ୍ତ କରିବା ନିମନ୍ତେ ଦାବି କରି ଆସୁଥିବା ବେଳେ ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ କରାଯିବ ବୋଲି ସଚେତନ ନାଗରିକ କମିଟି ତରଫ ରୁ ଦୃଢ଼ ଦାବି ହୋଇଛି ।

ରିପୋର୍ଟ, ସନ୍ତୋଷ କୁମାର ନାୟକ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!