ଓଡିଶା ଖବର

ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି

ପୁରୀ (AKN NEWS): ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳନ କରାଯାଇଛି | ଏହି ବର୍ଷ ପାଇଁ ବାର୍ତା ହେଉଛି ସୁସ୍ଥ ଅୟମାରମ୍ଭ, ଆଶାଦୀପ୍ତ ଭବିଷ୍ୟତ | ଏହି କାର୍ଯ୍ୟକ୍ରମରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ. ରୂପାଭାନୁ ମିଶ୍ର ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ | ସେ ଉଦ୍-ଵୋଧନ ଦେଇ ଏହି ଦିବସଟି ପାଳନର ମୁଖ୍ୟ ଆଭିମୁଖ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇଥିଲେ । ସେ କହିଥଲେ ଯେ ସୁସ୍ଥ ସମାଜ ଗଠନ ପାଇଁ ମା’ ଓ ଶିଶୁ ସ୍ୱାସ୍ଥ୍ୟ ପାଇଁ ସମସ୍ତଙ୍କର ଭୂମିକା ନିହାତି ଜରୁରୀ ଓ ଏଥି ନିମନ୍ତେ ସରକାରଙ୍କ ଠାରୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗର ଲାଭ ଉଠାଇବା ଉଚିତ | ଉତ୍କ କାର୍ଯ୍ୟକ୍ରମ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଚନ୍ଦ୍ରକାନ୍ତି ଆଚାର୍ଯ୍ୟ ମଧ୍ୟ ଉପସ୍ଥିତ ସମସ୍ତଙ୍କୁ କହିଥିଲେ ସମସ୍ତଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇଦେବାରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସବୁବେଳେ ତପ୍ତର | ତେବେ ସରକାରୀ ସ୍ତରରେ ଅନେକ ସଚେତନତା ଜନ ସଚେତନତା କାର୍ଯ୍ୟକ୍ରମ କରାଯାଇଥାଏ ତେଣୁ ସମସ୍ତେ ଏହିସବୁର ଫାଇଦା ଉଠାଇବା ଦରକାର | ବରିଷ୍ଠ ସ୍ତ୍ରୀ ଓ ପ୍ରସୂତି ବିଭାଗର ଡାକ୍ତର ଡ. ବାସୁଦେବ ମହାପାତ୍ର ନିଜର ବକ୍ତବ୍ୟରେ କହିଥିଲେ ଯେ ଗର୍ଭବତୀ ମା’ ଟିଏ ପାଇଁ ପରିବାରରେ ସମସ୍ତେ ଯତ୍ନବାନ ହେବା ସହ ଉପଯୁକ୍ତ ସମୟରେ ଡାକ୍ତର ପରାମର୍ଶ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ଦରକାର | ଶିଶୁ ବିଭାଗର ବରିଷ୍ଠ ଡାକ୍ତର ସୂର୍ଯ୍ୟ ନାରାୟଣ ମିଶ୍ର କହିଥିଲେ ଯେ ଆଜିର ଶିଶୁ କାଲିର ଭବିଷ୍ୟତ ତେଣୁ ଶିଶୁକୁ କୁପୋଷଣରୁ ରକ୍ଷା କରିବା ନିହାତି ଦରକାର ତେଣୁ ଏଥି ନିମନ୍ତେ କେବେଳ ଯେ ସରକାରୀ ସୁବିଧା ଅଥବା ବଜାରରେ ମିଳୁଥିବା ପ୍ୟାକେଟ ଖାଦ୍ୟ ଉପରେ ନିଭର୍ର ନକରି ବରଂ ପ୍ରତ୍ୟକ ପରିବାର ଶିଶୁ ପାଇଁ ନିଜେ ଯତ୍ନବାନ ହେବ ଶିଶୁ ଉପଯୋଗୀ ପୁଷ୍ଟିକର ଖାଦ୍ୟ କରିବା ଦରକାର | ଏହି କାର୍ଯ୍ୟକ୍ରମରେ ଡାକ୍ତର ବିନୋଦ ବିହାରୀ ରଥ ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଭେକ୍ଟର ବାହିତ ରୋଗ), ଡାକ୍ତର ଲଲାଟେନ୍ଦୁ ମିଶ୍ର ଜିଲ୍ଲା ଅତିରିକ୍ତ ଜନସ୍ୱାସ୍ଥ୍ୟ ଅଧିକାରୀ (ଯକ୍ଷ୍ମା ରୋଗ), ଡ.ପବିତ୍ର ମୋହନ ମଲ୍ଲିକ ଅଧିକ୍ଷକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପ୍ରମୁଖ ଉପସ୍ଥିତ ଥିଲେ | ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ଏବଂ ମନୋଜ କୁମାର ପଣ୍ଡା ଆସିଷ୍ଟାଣ୍ଟ ମ୍ୟାନେଜର (ଟ୍ରେନିଂ) କାର୍ଯ୍ୟକ୍ରମ ପରିଚଳନା କରିଥିଲେ | ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ରର ପ୍ରିନସିପାଲ ଶ୍ରୀମତୀ ନୟନା ସାମଲ, ଡିପିଏମ୍ ଶ୍ରୀ ଟି ନାରାୟଣ ରାଓ,ସନ୍ଦୀପ ବରଣ ଓଝା ଆସିଷ୍ଟାଣ୍ଟ ପ୍ରୋଗ୍ରାମ ମ୍ୟାନେଜର ଓ ମନୋଜ କୁମାର ପଣ୍ଡା ଆସିଷ୍ଟାଣ୍ଟ ମ୍ୟାନେଜର (ଟ୍ରେନିଂ) ଓ ମହିଳା ସ୍ୱାସ୍ଥ୍ୟ କର୍ମୀ ତାଲିମ କେନ୍ଦ୍ରର ସମସ୍ତ ପ୍ରଶିକ୍ଷିକାମାନେ ମଧ୍ୟ କାର୍ଯ୍ୟକ୍ରମରେ ମଧ୍ୟ ଉପସ୍ଥିତ ଥଲେ । ପରିଶେଷରେ ଶ୍ରୀ ବେଣୁଧର ନାୟକ ଅତିରକ୍ତ ଜନ ସ୍ୱାସ୍ଥ୍ୟ ସଂଚାର ଅଧିକାରୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥଲେ |

ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!