ଓଡିଶା ଖବର

ସୋଲବନ୍ଧ,ଝୁଲେନବର,ବନକାବିହରଗ୍ରାମ ଇଷ୍ଟଦେବୀ ମାଁ ପୁଟୁକୀ ବୁଢୀ ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ମହୋତ୍ସବ

ବଲାଙ୍ଗିର(AKN NEWS):ପାଟଣାଗଡ଼ ବ୍ଳକ ସୋଲବନ୍ଧ, ଝୁଲେନବର, ବନକାବିହର ଗ୍ରାମବାସୀ ନିଜ ଗ୍ରାମ ଇଷ୍ଟଦେବୀ ରୂପେ ମାନୁଥିବା ମା’ ଫୁଟୁକି ବୁଢୀ ଦେବୀ ଙ୍କ ମନ୍ଦିର ପ୍ରତିଷ୍ଠା ଧୂମମାମ ରେ ପାଳିତ ହୋଇ ଯାଇଛି ! ଏହି ମନ୍ଦିର ପ୍ରତିଷ୍ଠା ଦିର୍ଘ ଚାରି ଦିନ ଧରି ପାଳିତ ହୋଇଥିବା ବେଳେ ପ୍ରଥମେ କଲସ ଯାତ୍ରା ହୋଇ ଷୋହଳ ପ୍ରହର ନାମ ଯଜ୍ଞ ସହିତ ହୋମ ଆଳତି ରେ ଉଛୁଲି ପଡିଥିଲା ଗ୍ରାମ ଦେବୀ ମାଁ ପୁଟୁକୀ ବୁଢୀଙ୍କ ପିଠ !ତେବେ ବହୁ ପୂର୍ବ ପୁରୁଷା ରୁ ପିଢି ତଲ ପିଢି ଲୋକେ ମା’ଙ୍କୁ ପୂଜାର୍ଚ୍ଚନା କରିଆସୁଥିଲେ ତେବେ ପୂର୍ବ ପୁରୁଷ ଙ୍କ କହି ଆସୁଥିବା କଥା ଅନୁଯାୟୀ ମାଁ ପୁଟୁକୀ ବୁଢୀ ପାହାଡ଼ ଉପରେ ପୂଜା ପାଇ ଆସୁଥିଲେ ଦିନକର କଥା ପାହାଡ଼ ଉପରେ ଗାଁ ର ପୂଜକ ପୂଜା ସାରୀ କୌଣସି ଏକ ବସ୍ତୁ ଛାଡ଼ି ଘରକୁ ଫେରି ଆସିଥିଲା ପରେ ପୂଜକ ଙ୍କୁ ସୂପ୍ନା ଦେଶରେ ମାଁ ପାହାଡ଼ ଉପରେ ପ୍ରତିଥର ପୂଜା ନ ଦେଇ ପାହାଡ଼ର ପାଦ ଦେଶରେ ଏକ ମନ୍ଦିର ନିର୍ମାଣ କରି ପୂଜା କରିବା ପାଇଁ ଆଦେଶ ଦେଇଥିଲେ । ଏବଂ ମାଁ ପାହାଡ଼ ଉପରୁ ଏକ ପଥର ପାଦ ଦେଶ ଫିଙ୍ଗି ଥିଲେ ଓ ପଥର ଯେଉଠିଁ ରହିବ ସେଇଠି ମନ୍ଦିର ଗଢି ପୂଜା ଦେବାକୁ ପୂଜକ କୁ ସ୍ବପ୍ନା ଦେଶ ଦେଇ ଥିଲେ ପରେ ପୂଜକ ଗ୍ରାମ ବାସୀଙ୍କୁ ଜଣାଇବାରୁ ସେଠାରେ ଏକ ମନ୍ଦିର ନିର୍ମାଣ କରାଯାଇ ମାଙ୍କୁ ପୂଜାର୍ଚ୍ଚନା କରାଯାଇଥିଲା ପରେ ଧିରେ ଧିରେ ପଥର ରୂପୀ ଦେବୀ ମାଁ ପୁଟୁକୀ ବୁଢୀ ଧିରେ ଧିରେ ବଡ଼ ହେବାକୁ ଲାଗିଲେ ଏବଂ ବହୁ ବର୍ଷ ବିତି ଯାଇଥିଲା ଓ ପରେ ମନ୍ଦିର ଭଗ୍ନ ଅବସ୍ଥା କୁ ଗତି କରିଥିଲା ଯେଉଁ ପଥର ଉପରେ ମାଁ ପୂଜା ପାଇଁ ଆସୁଛନ୍ତି ବର୍ତ୍ତମାନ ପର୍ଯ୍ୟନ୍ତ ସେହି ପଥର ବଡ଼ ରୂପ ନେଉଥିବା ହେତୁ ନୂତନ ମନ୍ଦିର ନିର୍ମାଣ ହୋଇ ମନ୍ଦିର ପ୍ରତିଷ୍ଠା କରୁଥିବା ଗ୍ରାମ ବାସୀ କହିଛନ୍ତି

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!