ଓଡିଶା ଖବର

ବୋଲଗଡ଼ରେ ବଳିଦାନ ଦିବସ ପାଳିତ 

  1. ଖୋର୍ଦ୍ଧା ଜିଲ୍ଲା(AKN NEWS):ବୋଲଗଡ ବ୍ଲକର ବୋଲଗଡ ଶହୀଦ ସ୍ତମ୍ଭ ନିକଟରେ ବଳିଦାନ ଦିବସ ପାଳିତ ହୋଇଛି l ସ୍ୱାଧୀନତା ସଂଗ୍ରାମରେ ଖୋର୍ଦ୍ଧାର ପ୍ରଥମ ପାଇକ କାଳିଆ ମଙ୍ଗରାଜଙ୍କୁ ଇଂରେଜ ସରକାର ଫାସିରେ ଚଢ଼ାଇଥିଲେ l ବାଂକୋଇ ଗ୍ରାମର ଭୂଇଁମୂଳ କାଳିଆ ମଙ୍ଗରାଜ ଓ ସଚ୍ଚିଦାନନ୍ଦ ପଟ୍ଟନାୟକ ସ୍ମୃତି ସଂସଦ ଆନୁକୂଲ୍ୟରେ ବୋଲଗଡ ଜଗନ୍ନାଥ ମନ୍ଦିର ଠାରେ ଅନୁଷ୍ଠିତ ହୋଇଛି l ନନ୍ଦିଘୋଷ ଭବନ ନିକଟରେ ଥିବା ଶହୀଦ ସ୍ମୃତି ସ୍ତମ୍ଭରେ ପୁଷ୍ପମାଲ୍ୟ ଦେଇ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ଐତିହାସିକ ରବୀନ୍ଦ୍ର କୁମାର ପରିଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିଥି ରୁପେ ଇଁ ଅକ୍ଷୟ ପଟ୍ଟନାୟକ, ଶିକ୍ଷାବିତ ହରିବନ୍ଧୁ ସାହୁ ମାଧବ ବିଶ୍ୱାଳ ଶିକ୍ଷାବିତ ଗୋପୀନାଥ ଖାଡ଼ଙ୍ଗା, ସମାଜସେବୀ ଲଲାଟ କେଶରୀ ସିଂ ଓ ଗୀତାଞ୍ଜଳି ମହାପାତ୍ର ପ୍ରମୁଖ ଯୋଗଦେଇଥିଲେ l ଶିକ୍ଷାବିତ କୃଷ୍ଣଚନ୍ଦ୍ର ପଟ୍ଟନାୟକ ବେଦ ପାଠ କରିଥିଲେ l ୧୮୧୭ ମସିହାରେ ଅନୁଷ୍ଠିତ ପାଇକ ବିଦ୍ରୋହରେ ଭୂଇଁମୂଳ କାଳିଆ ମଙ୍ଗରାଜଙ୍କୁ ଫାସି ଦେଇଥିଲେ l କବୟତ୍ରୀ ପ୍ରଭାତୀ ରଥ ସ୍ୱରଚିତ କବିତା ଶହୀଦ ମାନଙ୍କ ଉଦେଶ୍ୟରେ ଗାନ କରିଥିଲେ l ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମ କୁ ବରିଷ୍ଠ ସମାଜସେବୀ ଦୟାନିଧି ମଙ୍ଗରାଜ ପରିଚାଳନା କରିଥିଲେ l ଆଜିର ଯୁବପିଢ଼ିମାନେ ଶହୀଦ ଭୂଇଁମୂଳଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଦେଶମାତୃକାର ସେବାକରିବାକୁ ଆଗେଇଆସିବାକୁ ଆହ୍ୱାନ କରିଥିଲେ l ପରିଶେଷରେ ଶହୀଦଙ୍କ ଦାୟାଦ ଅଭିଳାଷ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ l

ଖୋର୍ଦ୍ଧାରୁ ଜିଲ୍ଲା ପ୍ରତିନିଧି ହାଡିବନ୍ଧୁ ଲେଙ୍କାଙ୍କ ରିପୋର୍ଟ -AKN NEWS

 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!