ଓଡିଶା ଖବର

ଶ୍ରୀରାମକୃଷ୍ଣ ସେବାଶ୍ରମର ବାର୍ଷିକ ସାଧାରଣ ଅଧିବେଶନ ଅନୁଷ୍ଠିତ l

ଖୋର୍ଦ୍ଧା ଜିଲ୍ଲା(AKN NEWS):ବୋଲଗଡ ବ୍ଲକ ଅନ୍ତର୍ଗତ ପିଚୁକୁଳି ପଞ୍ଚାୟତର ଟିକାତାଳସ୍ଥ ଶ୍ରୀରାମକୃଷ୍ଣ ସେବାଶ୍ରମର ବାର୍ଷିକ ସାଧାରଣ ଅଧିବେଶନ ଶିକ୍ଷାବିତ୍ ବିଜୟ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ବରିଷ୍ଠ ସଦସ୍ୟ ଭକ୍ତବଲ୍ଲଭ ପଟ୍ଟନାୟକ ବେଦମନ୍ତ୍ର ପାଠ କରିଥିଲେ। ମନୋଜ କୁମାର ଗୁମାନସିଂହ ଶ୍ରୀରାମକୃଷ୍ଣ କଥାମୃତ ପାଠ ପୂର୍ବକ ବ୍ୟାଖ୍ୟା କରିଥିଲେ। ଅନୁଷ୍ଠାନର ସହସମ୍ପାଦକ ଶିକ୍ଷାବିତ୍ ସର୍ବେଶ୍ୱର ସାହୁ ୨୦୨୪-୨୫ ବର୍ଷର ଆୟବ୍ୟୟ ଉପସ୍ଥାପନ କରିଥିଲେ। ତାହା ସର୍ବସମ୍ମତି କ୍ରମେ ଗୃହୀତ ହୋଇଥିଲା। ସେବାଶ୍ରମର ପ୍ରତିଷ୍ଠାତା ସ୍ୱାମୀ ଭାଗବତାନନ୍ଦ ପୁରୀ ମହାରାଜଙ୍କ ତତ୍ୱାବଧାନରେ ଚଳିତବର୍ଷ ଦାତବ୍ୟ ମେଡିକାଲ ଶିବିର, ଶୀତକାଳୀନ ରିଲିଫ ସହିତ ମେଧାବୀ ବିଦ୍ୟାର୍ଥୀ ସାହାଯ୍ୟ, ଦାତବ୍ୟ କୋଚିଂ କେନ୍ଦ୍ର ସହିତ ସାଧୁସେବା ଓ ସମସ୍ତ ଉତ୍ସବ ଯଥାରୀତି ଅନୁଷ୍ଠିତ ହେବା ନିମନ୍ତେ ନିଷ୍ପତ୍ତି ନିଆଗଲା। ନିର୍ମାଣାଧୀନ ଭବ୍ୟ ରାମକୃଷ୍ଣ ମନ୍ଦିରକୁ ଅଗ୍ରାଧିକାର ଦେଇ ଏଥି ନିମନ୍ତେ ଦାନ ସଂଗ୍ରହ ପାଇଁ ଗୁରୁତ୍ୱ ଆରୋପ କରାଯାଇଛି। ସମ୍ପାଦକ ଗୋଲକ ଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ଅଶୋକ କୁମାର ସାହୁ, ଉପସଭାପତି ରାଜକିଶୋର ଛୁଆଳସିଂହ, ଆଡ଼ଭୋକେଟ ନିର୍ଭୟ କୁମାର ସାମନ୍ତରାୟ, ବରିଷ୍ଠ ସଦସ୍ୟ ବାସୁଦେବ ମହାପାତ୍ର, ଲକ୍ଷ୍ମୀପ୍ରିୟା ସାମନ୍ତରାୟ, ଦିଲ୍ଲୀପ କୁମାର ପଣ୍ଡା, ବାବାଜୀ ବେହେରା, ରଣଜିତ କୁମାର ଚମ୍ପତ୍ତି, ଶ୍ୟାମାକାନ୍ତ ପଟ୍ଟନାୟକ, ଆଡ଼ଭୋକେଟ ଗୋକୁଳ ଚନ୍ଦ୍ର ସାହୁ, ସୁବଳ ଛୁଆଳସିଂହ, ନଳିନୀ ସାହୁ, ରବୀନ୍ଦ୍ର ଜେନା ପ୍ରମୁଖ ଗଠନ ମୂଳକ ମତାମତ ଦେଇଥିଲେ। ଡାକ୍ତର ନିର୍ମଳ କୁମାର ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ଖୋର୍ଦ୍ଧାରୁ ଜିଲ୍ଲା ପ୍ରତିନିଧି ହାଡିବନ୍ଧୁ ଲେଙ୍କାଙ୍କ ରିପୋର୍ଟ -AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!