ଓଡିଶା ଖବର

ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

(AKN NEWS):ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ତା :୧୦/୦୪/୨୦୨୫ ରିଖ ଭବାନୀପାଟଣା : ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ବିବେକ କନଫରେନ୍ସ ହଲ ଠାରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ପାଇଁ ଏକ ପ୍ରସ୍ତୁତି ବୈଠକ କଳାହାଣ୍ଡି ଚେସ ଏକାଡେମୀ ତରଫରୁ ଅନୁଷ୍ଠିତ ହୋଇଯାଇଛି | ଆସନ୍ତା ଏପ୍ରିଲ ୧୮ ଓ ୧୯ ରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ପ୍ରତିଯୋଗିତା ରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିବେ ଏବଂ ଏହି ପ୍ରତିଯୋଗିତା ରେ ସଫଳ ହୋଇଥିବ କୃତୀ ଛାତ୍ରଛାତ୍ରୀଙ୍କୁ ଆସନ୍ତା ଏପ୍ରିଲ ୩୦ ରେ ପୁରସ୍କୃତ କରାଯିବ |  ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବା ପାଇଁ ଇଛୁକ ଛାତ୍ରଛାତ୍ରୀ ଏପ୍ରିଲ ୧୭ ସୁଧା ନିଜର ନାମ ପଞ୍ଜିକରଣ କରିପାରିବେ ଓ ଅଧିକ ସୂଚନା ପାଇଁ ୯୪୩୭୪୧୧୬୯୩ ଓ ନାମ ପଞ୍ଜିକରଣ ପାଇଁ ଫୋନ ନମ୍ବର ୯୪୩୭୨୨୪୪୨୦, ୭୦୦୮୬୭୦୩୩୬ ଯୋଗାଯୋଗ କରିପାରିବେ ବୋଲି ଏକାଡେମୀ ର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷ ଡ଼ ଶିବରାମ ନାୟକ ସୂଚନା ଦେଇଛନ୍ତି | ପ୍ରତିଯୋଗିତା ର ଭାଉଚର ସିନିଅର ନେସନାଲ ଅରବିଟର ରବୀନ୍ଦ୍ର ସାହୁଙ୍କ ଦ୍ୱାରା ଉନ୍ମୋଚନ ହୋଇଥିଲା ଏକାଡେମୀ ଅଧ୍ୟକ୍ଷ ଡ଼. ଶିବରାମ ନାୟକ ସଭା ପରିଚାଳନା କରିଥିବା ବେଳେ ସମ୍ପଦ ମୁଣ୍ଡ, ସରିତା ବାଗେଲ, ପାର୍ବତୀ ପଟେଲ ସେମେତ ଏକାଡେମୀ ର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ |

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!