ଓଡିଶା ଖବର
ମାଲୁଦ ଜୁଏଲାରୀ ଦୋକାନରୁ ଚୋରି ଘଟଣା କୁ ନେଇ ତିନି ମହିଳା ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ ,ଏବଂ ରୂପା ଅଳଙ୍କାର ଜବତ ।

(AKN NEWS):ପୁରୀ ଜିଲ୍ଲା କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ମାଲୁଦ ରାଜା ବଜାରରେ ଥିବା ମମତା ଜୁଏଲାରୀ ରୁ ଗତ -୨୨-୦୨-୨୫ ତାରିଖ ଦିନ ୪୪ ଗୋଟି ରୂପା ପାଉଁଜି ଚୋରି ହୋଇଥିବା ରାକେଶ କୁମାର ପାତ୍ର ଅଭିଯୋଗ କରିଥିଲେ । ଅଭିଯୋଗ ଅନୁଯାୟୀ କୃଷ୍ଣ ପ୍ରସାଦ ଥାନାରେ କେସ ନଂ ୩୭/୨୫ ରେ ଏକ ମାମଲା ରୁଜୁ ହୋଇଥିଲା କୃଷ୍ଣ ପ୍ରସାଦ ଥାନା ଆଇଆଇସି ଭାବଗ୍ରାହୀ ରାଉତ ଙ୍କ ନେତୃତ୍ୱ ରେ ତଦନ୍ତ ଆରମ୍ଭ କରାଯାଇଥିଲା କୃଷ୍ଣ ପ୍ରସାଦ ପୋଲିସି ତଦନ୍ତ କରି ଏକ ଅଟୋ ରିକ୍ସା କୁ ଜବତ କରିବା ସହ ଚୋରି ହୋଇଥିବା ୪୪ଟି ରୂପା ପାଉଁଜି କୁ ଜବତ କରିଛି ।
ଚୋରି କରିଥିବା ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବଡ଼ ବଜାରର ପୂଜା ଦାସ, ଝୁମୁରି ଦାସ, କ୍ରିଷ୍ଣା ନାୟକଙ୍କୁ ଗିରଫ କରି ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି।
AKN NEWS


