ଓଡିଶା ଖବର

ଜିଲ୍ଲା ଯୁବ ଲେଖକ ସମ୍ମିଳନୀ ରେ ବାଜି ମାରିନେଲେ ଛାତ୍ରୀ

ନବରଙ୍ଗପୁର(AKN NEWS): ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓ ଓଡ଼ିଶା ସାହିତ୍ୟ ଏକାଡେମୀ ସହଯୋଗ ରେ ନବରଙ୍ଗପୁର ମହାବିଦ୍ୟାଳୟ ଠାରେ ଯୁବ ଲେଖକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ର ଦଶଟି କଲେଜର ଛାତ୍ର ଛାତ୍ରୀ ମାନେ ଏହି ସମ୍ମିଳନୀରେ ଯୋଗ ଦେଇ ନିଜ ନିଜର ଗଳ୍ପ, ପ୍ରବନ୍ଧ ଓ କବିତା ରଚନା ଓ ଉପସ୍ଥାପନ କରିଥିଲେ। କୃତି ପ୍ରତିଯୋଗୀଙ୍କୁ ମାନପତ୍ର ଓ ପୁରସ୍କାର ଦେଇ ଅତିଥି ମାନେ ଉତ୍ସାହିତ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ଘାସିଆ ହରିଜନ ଙ୍କ ତତ୍ତ୍ୱାବଧାନରେ ଓ ସାହିତ୍ୟ ଏକାଡେମୀ ର ପୂର୍ବତନ ସଦସ୍ୟ ଅଶୋକ ପଟ୍ଟନାୟକ ଓ ବୁଲୁ ହୋତାଙ୍କ ସହଯୋଗ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ତହସିଲଦାର କୈଳାସ ଚନ୍ଦ୍ର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ସମ୍ମାନନୀୟ ଅତିଥି ଭାବେ ନବରଙ୍ଗପୁର କଲେଜ ଅଧ୍ୟକ୍ଷ ଏନ୍. ଗୋବିନ୍ଦା ଯୋଗ ଦେଇଥିଲେ। ବିଚାରକ ଭାବେ ଅଧ୍ୟାପକ ଦିଲ୍ଲୀପ ହୋତା , ଘାସିରାମ ବେହେରା,ମାନସୀ ମହାପାତ୍ର, ନିର୍ମଳା ହିକ୍କା , ହରିଶ ଚନ୍ଦ୍ର ଶବର, ପ୍ରିୟବ୍ରତ ସାହୁ ଙ୍କ ସହ ଅଶୋକ ପଟ୍ଟନାୟକ, ଦେବାଶିଷ ପଟ୍ଟନାୟକ, ଦୁର୍ଗା ପ୍ରସାଦ ପାଢ଼ୀ ଯୋଗ ଦେଇଥିଲେ ଥିଲେ । କବିତା ବିଭାଗରେ ପ୍ରଥମ -ଅର୍ଚ୍ଚିତା ତ୍ରିପାଠୀ (ନବରଙ୍ଗପୁର କଲେଜ), ଦ୍ଵିତୀୟ – ଭି.ଅନିତା ଆଚାରୀ (ବିଦ୍ୟାର୍ଥୀ କଲେଜ), ତୃତୀୟ – ପ୍ରିୟଙ୍କା ନାୟକ (ନବରଙ୍ଗପୁର କଲେଜ) ସହ ସ୍ୱତନ୍ତ୍ର ପୁରସ୍କାର – ସଦା ଭତରା (ମଡେଲ ଡିଗ୍ରୀ କଲେଜ), ପ୍ରବନ୍ଧ ବିଭାଗରେ ପ୍ରଥମ – କାର୍ତ୍ତିକ ଗଣ୍ଡ (ନବରଙ୍ଗପୁର କଲେଜ), ଦ୍ଵିତୀୟ – ପି.ଭାର ଦେବୀ (ବିଦ୍ୟାର୍ଥୀ କଲେଜ), ତୃତୀୟ – ଜ୍ୟୋତିର୍ମୟ ମାର୍ଥା (ସ୍ମାର୍ଟ ଗୁରୁକୁଳ) ଏବଂ ଗଳ୍ପ ବିଭାଗରେ ପ୍ରଥମ – ପ୍ରଜ୍ଞା ପ୍ରିୟଦର୍ଶିନୀ ପଣ୍ଡା (ନବରଙ୍ଗପୁର କଲେଜ), ଦ୍ଵିତୀୟ – ପ୍ରିୟଦର୍ଶିନୀ ମିଶ୍ର ( ବିଦ୍ୟାର୍ଥୀ କଲେଜ), ତୃତୀୟ – ସ୍ମୃତି ଆକାଂକ୍ଷା ନାୟକ ( ସ୍ମାର୍ଟ ଗୁରୁକୁଳ) ପୁରସ୍କୃତ ହୋଇଥିଲେ । ଆକାଶବାଣୀ କଣ୍ଠଶିଳ୍ପୀ କସ୍ତୁରୀ ରଥ, ସୁରେଶ ମିଶ୍ର, ଆନନ୍ଦ ଦାଶ ଓଡ଼ିଆ ଓ ଦେଶିଆ ସଂଗୀତ ପରିବେଷଣ କରି ପ୍ରତିଯୋଗୀଙ୍କ ମନ ମୋହିଥିଲେ । ରାମ ପ୍ରସାଦ ପାତ୍ର ଓ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ଙ୍କ ସହ ଅନ୍ୟ ଅଧ୍ୟାପକମାନେ ସହଯୋଗ କରିଥିଲେ।
ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!