ଓଡିଶା ଖବର

ରୋଗୀଙ୍କ ପାଇଁ ଦେବେ ଦୂତ ସାଜିବ ଆୟୁସ୍ମାନ ଯୋଜନା

ନବରଙ୍ଗପୁର ଜିଲ୍ଲା(AKN NEWS):ତେନ୍ତୁଳିଖୁଣ୍ଟି ବ୍ଲକ୍ ଅନ୍ତର୍ଗତ ଅଞ୍ଚଳଗୁମ୍ମା ଠାରେ ଆୟୁସ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜୋନ ଆରୋଗ୍ୟ କାରି ଯୋଜନା ଓ ଗୋପବନ୍ଧୁ ଜୋନ ଆରୋଗ୍ୟ କାରି ଯୋଜନା ସ୍ୱାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ଆୟୁସ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜୋନ ଆରୋଗ୍ୟ କାରି ଯୋଜନା କାର୍ଡ ବଣ୍ଟନ କାର୍ଯ୍ୟକ୍ରମରେ, ମୁଖ୍ୟ ଅତିଥିଭାବେ MP ରିପ୍ରେଜେଣ୍ଟିବ, ରମା ପତି ବିଷୋୟୀ ଯୋଗଦେଇ ଗରିବ କଲ୍ୟାଣ   ଆଇସ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜୋନ ଆରୋଗ୍ୟ କାରି ଯୋଜନା ସ୍ୱାସ୍ଥ୍ୟ କାର୍ଡର ଶୁଭାରମ୍ଭ କରିଥିଲେ। ଏହି ସ୍ୱାସ୍ଥ୍ୟ କାର୍ଡର ଶୁଭାରମ୍ଭ କାର୍ଯ୍ୟକ୍ରମ ଜୋଗ୍ୟ ହିତାଧିକାରୀ ପରିବାରଙ୍କୁ ବଣ୍ଟନ କରିଥିବା ଦେଖିବାବେଳେ ଅନ୍ୟତମ ଅତିଥିଭାବେ ଅଞ୍ଚଳ ଗୁମ୍ମା ସରପଞ୍ଚ, କୁସୂମା ପୂଜାରୀ ପୂର୍ବତନ ସରପଞ୍ଚ ଯୁବନେତା ସୂର୍ଯ୍ୟ ରନ୍ଧାରି ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତରେ ଜୋନ ଆରୋଗ୍ୟ କାରି ଯୋଜନା ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅତିସୁନ୍ଦର ଭାବେ କରିଥିବା ଦେଖିବାକୁ ମିଳିଛି। ଉକ୍ତ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କାର୍ଯ୍ୟକ୍ରମକୁ ନିଆରା ଢଙ୍ଗରେ ପରିଚାଳନା କରିଥିଲେ ଅଞ୍ଚଳଗୁମ୍ମା PHC ଅଧିକାରୀ ଡାକ୍ତର. ପ୍ରସଂଜିତ୍ ମହାନ୍ତି ,ଏବଂ ତାଙ୍କ ସହକର୍ମୀ ଅତିସୁନ୍ଦର ପରିଚାଳନା ଆମନ୍ତ୍ରିତ ଲୋକଙ୍କ ମନଛୁଆଁ ହୋଇଥିବାବେଳେ। ସ୍ୱାସ୍ଥ୍ୟ କାର୍ଡ ପାଇଥିବା ଗରିବ ହିତାଧିକାରୀଙ୍କ ମନରେ ଏକ ପ୍ରକାର ଖୁସିର ଲହରୀ ଖେଳି ଯାଇଥିବାବେଳେ। ବୁଦ୍ଧି ଜିବୀ ମହଲରେ ଏହା ଏକ ଉଚିତ୍ ପଦକ୍ଷେପ କହି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ପ୍ରଶଂସା ଓ ସାଧୁବାଦ୍ ଜଣାଉଥିବାର ଦେଖିବାକୁ ମିଳିଛି।

ତେନ୍ତୁଳିଖୁଣ୍ଟି ବ୍ଲକ୍ ରୁ ସଞ୍ଜୀବ ଖୁରାଙ୍କ ରିପୋର୍ଟ୍                                     AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!