ଓଡିଶା ଖବର

ପାରମ୍ପରିକ ଦଣ୍ଡଯାତ୍ରାରେ ଜଙ୍ଗଲ ସୁରକ୍ଷା ସଚେତନତା 

କନ୍ଧମାଳ, (ଏକେଏନ ନ୍ୟୁଜ): ସମଗ୍ର କନ୍ଧମାଳ ଜିଲ୍ଲାରେ ଚାଲିଛି ତେର ଦିନିଆ ଦଣ୍ଡଯାତ୍ରା l ବାଲିଗୁଡା ର ମାଆ ଦକ୍ଷିଣକାଳୀ ଦଣ୍ଡନୃତ୍ୟ କମିଟି ପକ୍ଷରୁ ଚଳିତ ବର୍ଷ ବାଲିଗୁଡା ର ବିଭିନ୍ନ ୱାର୍ଡ ର କାମନାକାରୀ ଙ୍କ ଘରକୁ ମାଆ ବିରାଜମାନ କରି ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଛି l ବାଲିଗୁଡା ଅଞ୍ଚଳର ଏହି ସର୍ବ ପୁରାତନ ଦଣ୍ଡନାଚ ଦେଖିବା କୁ ଭକ୍ତ ଶ୍ରଦ୍ଧାଳୁ ଦର୍ଶକ ଙ୍କ ଭିଡ଼ ଜମୁଛି l ଦିନ ଦ୍ବି ପ୍ରହର ରେ ଧୁଳିଦଣ୍ଡ ସମୟରେ ଦଣ୍ଡ ଚରିତ ଅନୁସାରେ ଯାତ୍ରା ସମାପନ ହେଉଛି l ଏହି ସମୟରେ ଜଙ୍ଗଲ ସୁରକ୍ଷା ଉପରେ ଅଭିନୟ ନାଟକ ଗୀତ ମାଧ୍ୟମରେ ଜଙ୍ଗଲ କୁ ନିଆଁ ଦାଉରୁ ରକ୍ଷା କରିବା, ପୋଡୁ ଚାଷ, ବେଆଇନ ବନ୍ୟ ଜନ୍ତୁ ଶିକାର ରୁ ନିବୃତ ରହି ଜଙ୍ଗଲ ସୁରକ୍ଷା, ନୂତନ ଜଙ୍ଗଲ ସୃଷ୍ଟି କରିବା ଦିଗରେ ଜନ ସଚେତନତା ସୃଷ୍ଟି କରାଯାଉଛି l

ଅନୁଷ୍ଠାନ ର ବରିଷ୍ଠ କଳାକାର ତଥା ସାମ୍ବାଦିକ ପ୍ରମୋଦ ଦଣ୍ଡସେନା ରେଞ୍ଜର ଭୂମିକା ରେ ଅବତୀର୍ଣ୍ଣ ହୋଇଥିବା ବେଳେ , ଟିକି ଦଣ୍ଡିଆ, ସନ୍ତୋଷ ପୂଜାରୀ, ଦୁର୍ଗା ପାତ୍ର ବେଲାଳସେନ ବନ କର୍ମଚାରୀ ଭୂମିକା ରେ ନିଖୁଣ ଅଭିନୟ କରି ନିଆରା ଢଙ୍ଗରେ ଲୋକଙ୍କୁ ସଚେତନ କରୁଛନ୍ତି l ଦଣ୍ଡଯାତ୍ରା ର ଏହି କାର୍ଯ୍ୟକ୍ରମ କୁ ବାଲିଗୁଡା ଡ଼ିଏଫଓ ବିଶ୍ୱରାଜ ପଣ୍ଡା ସୋସିଆଲ ମିଡିଆରେ ଦେଖି ବେଶ ଉଚ୍ଚ ପ୍ରଶଂସା କରିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ, ଏକେଏନ ନ୍ୟୁଜ l

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!