ଓଡିଶା ଖବର

ଗ୍ରୀଷ୍ମ ଋତୁରେ ଉତ୍କଟ ପାନୀୟ ଜଳ ସମସ୍ୟା,କାଗଜ କଲମରେ ଲକ୍ଷ, ଲକ୍ଷ ଟଙ୍କା ହଡ଼ପ ଅଭିଯୋଗ ।

ବଲାଙ୍ଗୀର, (AKN NEWS): ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ସବ ଡିଭିଜନ ଅଞ୍ଚଳ ରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ନେଇ ମାତ୍ରାଧିକ ଦୁର୍ନୀତି ର ପରଦା ହଟି ଥିବା ବେଳେ ଏହି ଅଧିକାରୀ ବେଶ ମାଲେ, ମାଲ ହୋଇ ପାରିଛନ୍ତି । ନାମକୁ ମାତ୍ର ବସୁଧା ଯୋଜନା ଭଳି ବିଭିନ୍ନ ପ୍ରକାର କାର୍ଯ୍ୟ ଦର୍ଶାଇ ମିଥ୍ୟା ବିଲ, ଭାଉଚର୍ କରି ଲକ୍ଷ, ଲକ୍ଷ ଟଙ୍କା ହଡ଼ପ କରି ଆସୁଥିବା ଅଭିଯୋଗ ହୋଇଛି । ପ୍ରକାଶ ଯେ ,ନାମକୁ ମାତ୍ର ଏହି ଅଧିକାରୀ ଜିଲ୍ଲା ଜଳ ଯୋଗାଣ ଦାୟିତ୍ଵ ଗ୍ରହଣ କରିଥିବା ବେଳେ ନାମକୁ ମାତ୍ର ପାଣି ଟ୍ୟାଙ୍କର ସ୍ଥାପନ କରି ସୂଚନା ଫଳକ ଦର୍ଶାଇ ମିଥ୍ୟା ବିଲ ଅନୁଯାୟୀ ଅନ୍ୟ ଅଧିକାରୀ କର୍ମଚାରୀ ଙ୍କୁ ଭାଗ ଦେଇ କଥା ଚପେଇ ଦେଇଥିଲେ । ହେଲେ ଏବେ ଗ୍ରୀଷ୍ମ ପ୍ରବାହ ଋତୁରେ ଗ୍ରାମାଞ୍ଚଳ ର ସରଳ ,ନିରକ୍ଷର ତଥା ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲା ର ବିଭିନ୍ନ ଗ୍ରାମାଞ୍ଚଳ ସହ ମୁରିବାହାଲ ବ୍ଲକ ଅଞ୍ଚଳ ରେ ଏହି ଜାଲିଆତି ଲୋକ ଲୋଚନ କୁ ଆସିଚି । ଏ ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ଏହି ଅଧିକାରୀ ଙ୍କ ବିରୋଧ ରେ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଦାବି କରାଯାଇଛି । ଇତି ମଧ୍ୟରେ ପାନୀୟ ଜଳ ଯୋଗାଣ ନେଇ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ସହ ବିଭିନ୍ନ ଗ୍ରାମାଞ୍ଚଳ ଗୁଡ଼ିକ ରେ ଗରା,ବାଲଟି ରଖି ରାସ୍ତା ଅବରୋଧ ନୀତି ଦିନିଆ ଘଟଣା ରେ ପରିଣତ ହୋଇଛି । ଏପରିକି କିଛି ମୁଷ୍ଟିମେୟ ରାଜନେତା ତଥା ଗଣ ମାଧ୍ୟମ ପ୍ରତିନିଧି ଓ ଅଫିସର ଙ୍କୁ ହାତ କରି ଏହି ସରକାରୀ ବାବୁ ଅଚିନ୍ତା ରେ ଅଛନ୍ତି । ସରକାର ଙ୍କ କୋଟି, କୋଟି ଟଙ୍କା ଖୋଲା, ଖୋଲି ଭାବରେ ହାରିଲୁଟ କରି ଜଳ ଯୋଗାଣ ପ୍ରକଳ୍ପ, ଓଭର ହେଡ଼ଟ୍ୟାଙ୍କ ନିର୍ମାଣ ନାମକୁ ମାତ୍ର କରି ଥିବା ବେଳେ ପ୍ରାୟ ତିନି ବର୍ଷ ହେବ ପାଣି ନାହିଁ କିମ୍ବା ପାନୀୟ ଜଳ ସଂଯୋଗ ବ୍ୟବସ୍ଥା ନାହିଁ । କାଗଜ, କଲମରେ ସିମୀତ ରଖିଥିବା ବେଳେ ଏବେ ସେ ଜରୁରୀ କାଳୀନ ସ୍ଥିତି ରେ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରିଦେବେ ବୋଲି ପ୍ରତିଶ୍ରୁତି ଦେଇ ତାହା ବି କାଗଜ, କଲମରେ ସିମୀତ ରଖିଥିବା ଅଭିଯୋଗ ହୋଇଛି । ଏଭଳି ଦୁର୍ନୀତି ଗ୍ରସ୍ତ ଅଧିକାରୀ ଙ୍କ ମାତ୍ରାଧିକ ଦୁର୍ନୀତି ଯୋଗୁଁ ସାଧାରଣ ପାଣି ଟୋପେ ପାଇଁ ଡହଳ, ବିକଳ ହୋଇ ଚାଲିଛନ୍ତି । ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗ ନେଇ ଜିଲ୍ଲା ଆଦିବାସୀ କଲ୍ୟାଣ ମହାସଂଘ ତରଫରୁ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସବିଶେଷ ତଦନ୍ତ କରାଯାଉ ବୋଲି ଦାବି ହୋଇଛି । ଏପରିକି ପ୍ରଶାସନ ପକ୍ଷରୁ ବିଭାଗୀୟ ମୁଖ୍ୟ ସଚିବ ନିଜେ ସ୍ବତନ୍ତ୍ର ରୂପେ ଦୃଷ୍ଟି ଦେଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଆଗାମୀ ଦିନରେ ବିରାଟ ଗଣ ଆନ୍ଦୋଳନ କରାଯିବ ଓ ଏଥି ପାଇଁ ପ୍ରଶାସନ ହିଁ ଦାୟୀ ରହିବେ ବୋଲି ପ୍ରକାଶ ପାଇଛି ।

ରିପୋର୍ଟ, ସନ୍ତୋଷ କୁମାର ନାୟକ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!