ଓଡିଶା ଖବର

ବିଧାୟକ ଙ୍କ ନାଁ ରେ ବଟି ଆଦାୟ,ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ରୁ ବଞ୍ଚିତ ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ର ଜନ ସାଧାରଣ ।

ବଲାଙ୍ଗୀର(AKN NEWS):ଦୀର୍ଘ ବର୍ଷ ପରେ ବିଜେଡି ଦଳ ତରଫରୁ ଶାସନ ଚାଲିଥିଲା ହେଲେ ଏବେ ଡବଲ ଇଞ୍ଜିନ ସରକାର ନାମକୁ ମାତ୍ର ବୋଲି କୁହାଯାଉଛି । ପ୍ରକାଶ ଯେ,ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ କୁ ଜିଲ୍ଲା ମାନ୍ୟତା ସାତ ସପନ ପାଲଟି ଥିବା ବେଳେ ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନେଇ ବିଜେପି ଦଳ ବିଫଳ ହୋଇଛି । ଏପରିକି ଏହି ଟିଟିଲାଗଡ ନିର୍ବାଚନ ମଣ୍ଡଳୀ ର ନବୀନ ଜୈନ ବିଧାୟକ ଭାବେ ମନୋନୀତ ହୋଇ ଥିବା ବେଳେ ତାଙ୍କ ଅଗୋଚର ରେ କିଛି ଟାଉଟର ଶ୍ରେଣୀୟ ବ୍ୟକ୍ତି ବେଶ୍ ଚାନ୍ଦା ଆଦାୟ କରିବା ନେଇ ବୁଦ୍ଧିଜୀବୀ ମହଲରେ ଦୃଢ଼ ନିନ୍ଦା କରାଯାଇଛି । ନିଃସ୍ଵାର୍ଥପର ଭାବେ ସେ ବିଧାୟକ ଥିବା ଓ ପାରୁ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ଉନ୍ନତୀ ମୂଳକ କାର୍ଯ୍ୟ ବ୍ୟକ୍ତିଗତ ଭାବେ କରିଆସୁଛନ୍ତି । ହେଲେ ରାଜନୀତି ର ପସାପାଲିରେ ନୂତନ ଡାକ୍ତର ପଦବୀ ପୂରଣ କରିବା ଓ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବା ବ୍ୟବସ୍ଥା ଅଛି କିନ୍ତୁ ଉକ୍ତ ଦଳର ଜଣେ ଅଣ ଓଡ଼ିଆ ବ୍ୟବସାୟୀ ତଥା ଠିକାଦାର ଏବେ ନିଜକୁ ସାମ୍ବାଦିକ ପରିଚୟ ଦେଇ ସେ କ୍ଷେତ୍ରରେ କୌଣସି ଦକ୍ଷତା ନ ଥାଇ ବିଭିନ୍ନ ଅଧିକାରୀ ଙ୍କ ନିକଟରୁ ବଦଳି କରିବା ଠୁ ଆରମ୍ଭ କରି ସବୁ କ୍ଷେତ୍ରରେ ବିଧାୟକ ଙ୍କ ନାଁ ନେଇ ଟଙ୍କା ଆଦାୟ ଚଳାଇଥିବା ଚର୍ଚ୍ଚା ଏବେ ଜୋର୍ ଧରିଛି । ସୂଚନା ଯୋଗ୍ୟ ଯେ,ଏହି ଟିଟିଲାଗଡ ଡାକ୍ତରଖାନା ମୁଖ୍ୟ ଚିକିତ୍ସାଧିକାରୀ ବିଧାୟକ ଙ୍କ ନାଁ ନେଇ ଶ୍ରୀ ଅଗ୍ରୱାଲ ନାମକ ବ୍ୟକ୍ତି ଇତି ମଧ୍ୟରେ ଟଙ୍କା ଆଣିବା ତଥା ଜିଲ୍ଲା ସ୍ତରୀୟ ସ୍ବାସ୍ଥ୍ୟ ଅଧିକାରି ଙ୍କୁ ବଦଳି ବାତିଲ ନେଇ ଅର୍ଥ ଆଣିବା ବଲାଙ୍ଗୀର ଜନ ଜାଗରଣ ମଞ୍ଚ ତରଫ ରୁ ସଭାପତି ରବୀନ୍ଦ୍ର ନାଗ ଲିଖିତ ଅଭିଯୋଗ କରିଛନ୍ତି । ସେହିପରି ଟିଟିଲାଗଡ ରେ ୧୯୯୨ ମସିହା ରୁ ଡ଼ାଃ ପ୍ରଦୀପ ନାଏକ କାର୍ଯ୍ୟରତ ଥିବା ବେଳେ ତାଙ୍କ ବେଆଇନ୍ ଘରୋଇ କ୍ଲିନିକ୍ ବିନା ସରକାରୀ ପଞ୍ଜୀକୃତ ହୋଇ ଚଲେଇ ଆସୁଛନ୍ତି । ସରକାରୀ ନିୟମ ର ଖିଲାପ କରି ଉକ୍ତ ଅଗ୍ରୱାଲ ଙ୍କୁ ହାତ କରି ମନ ଇଛା ନିଜ ଘରେ କ୍ଲିନିକ୍ ସହ ନିକଟ ରେ ଔଷଧ ଦୋକାନ କରି ଦିନ ,ରାତି ବ୍ୟସ୍ତ ଅଛନ୍ତି । ଜଣେ ମାତ୍ର ଭେଷଜ ବିଶେଷଜ୍ଞ ଥିବା ବେଳେ ସେ ସରକାରୀ ଚେମ୍ୱର ରେ ଗରିବ ଙ୍କୁ ମାଗଣା ରେ ସ୍ବାସ୍ଥ୍ୟ ପରୀକ୍ଷା ନ କରି ଆଖ, ପାଖ ଗ୍ରାମାଞ୍ଚଳ ର ସାଧାରଣ ଲୋକଙ୍କ ନିକଟ ରୁ ଅର୍ଥ ଶୋଷଣ ରେ ବ୍ୟସ୍ତ ରହି ଆସୁଛନ୍ତି । ସେହିପରି ଠିକା ସଂସ୍ଥା ଗୁଡ଼ିକ ର କର୍ମଚାରୀ ଙ୍କ ପିସି ଦାବି କରି ମାସ,ମାସ ଦରମା ବନ୍ଦ ରଖି ଆସିବା ନେଇ କର୍ମଚାରୀ ଦୁର୍ଦ୍ଦଶା ଭୋଗ କରି ଆସୁଥିବା ସାର ହେଉଛି । ବିଶେଷ ଦ୍ରଷ୍ଟବ୍ୟ ଯେ,ଏହି ଜିଲ୍ଲା ସ୍ତରୀୟ ଡାକ୍ତରଖାନା ରେ ଚୋରା ବିଜୁଳି ତାର ସଂଯୋଗ ନେଇ ଟିଟିଲାଗଡ ଉପ ଜିଲ୍ଲାପାଳ ଙ୍କୁ ଲିଖିତ ଅଭିଯୋଗ ହୋଇ ଥିବା ବେଳେ ସେ ନେଇ ତାଙ୍କୁ ନୋଟିସ ଜାରି କରାଯାଇଥିଲା । ମୁଖ୍ୟ ଚିକିତ୍ସାଧିକାରୀ ସଂଯୋଗ ବିଚ୍ଛିନ୍ନ କରି ଦେଇ ପୁଣି ଉକ୍ତ ବିଧାୟକ ଙ୍କ ପାଖ ଲୋକ କହି ଶ୍ରୀ ଅଗ୍ରୱାଲ ଚୋରା ସଂଯୋଗ କରିଛନ୍ତି । ବିପଦ ସଙ୍କୁଳ ଅବସ୍ଥାରେ ଥିବା ଗୁଡ଼ାଏ ଚୋରା ବିଦ୍ୟୁତ୍ ସଂଯୋଗ ବର୍ତ୍ତମାନ୍ ସୁଦ୍ଧା ଲାଗି ରହିଛି । ମୁଖ୍ୟ ଚିକିତ୍ସାଧିକାରୀ ଉକ୍ତ ବିଧାୟକ ଙ୍କ ଦଲାଲ ସାଜିଥିବା ଶ୍ରୀ ଅଗ୍ରୱାଲ ଏ ନେଇ ମୋଟା ଅଙ୍କର ଅର୍ଥ କାରବାର କରିବା ଅଭିଯୋଗ ହୋଇଛି । ସେହିପରି ବିଭିନ୍ନ ବିଭାଗ ରୁ ଏହି ଦଲାଲ ଓ ଅନ୍ୟ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତି ମାସିକ ବଟି ଆଦାୟ ସହ ସମସ୍ତ ସରକାରୀ ଅଧିକାରୀ ଙ୍କ ନିକଟରୁ ଅର୍ଥ ଆଦାୟ ନେଇ ସାଧାରଣ ରେ ଚର୍ଚ୍ଚା ଜୋର ଧରି ଥିବା ବେଳେ ଏ ନେଇ ସ୍ଥାନୀୟ ବିଧାୟକ ତୁରନ୍ତ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଏହି ଅନିୟମିତତା କିଭଳି ବନ୍ଦ ହେବ ସେ ନେଇ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ରିପୋର୍ଟ, ସନ୍ତୋଷ କୁମାର ନାୟକ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!