ଓଡିଶା ଖବର

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ବାବା ସାହେବ୍ ଡ ଭୀମରାଓ ରାମଜୀ ଆମ୍ବେଦକର ଙ୍କ ୧୩୫ତମ ଜୟନ୍ତୀ ମହାସମାରୋହରେ ପାଳିତ

ନବରଙ୍ଗପୁର(AKN NEWS):ତା ୧୪.୪.୨୦୨୫: ଆଜି ସ୍ଥାନୀୟ ରାଜା ଚୈତନ୍ୟ ଦେବ ନୋଡାଲ ଉଚ୍ଚ ବିଦ୍ୟାଳୟ ସମ୍ମିଳନୀ ଗୃହରେ ସକାଳ ଘ ୮.୩୦ ମି ସମୟରେ ଡ ବି ଆର୍ ଆମ୍ବେଦକର ଙ୍କ ୧୩୫ତମ ଜନ୍ମ ଜୟନ୍ତୀ ସ୍ମୃତିସଭା ,ଆଲୋଚନାଚକ୍ର ଓ ମୁକ୍ତ ପ୍ରଶ୍ନ ମଂଚର ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରେ ଅନୁଷ୍ଠିତ ହୋଇଯାଇଛି। ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ବିଶ୍ୱଜିତ୍ ବର୍ମନ୍ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ଜନ୍ମ ଜୟନ୍ତୀ ଉତ୍ସବରେ ମୁଖ୍ୟ ଅତିଥି ରୂପେ ମାନ୍ୟବର ରାଜ୍ୟସଭା ସାଂସଦ ମୂଜ୍ଜିବୁଲା ଖାଁ, ସମ୍ମାନିତ ଅତିଥି ରୂପେ ଉପ ଜିଲ୍ଲାପାଳ,ନବରଙ୍ଗପୁର ପ୍ରକାଶ କୁମାର ମିଶ୍ର,ପୌରପାଳିକା ,ନବରଙ୍ଗପୁର ଅଧ୍ୟକ୍ଷ କୁନୁ ନାୟକ,ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ ଓ ମୁଖ୍ୟ ବକ୍ତା ରୂପେ ଉପ ସଭାପତି, ନିଖିଳ ଉତ୍କଳ ଆଇନଜିବି ପରିଷଦ ନରସିଂହନାଥ ତ୍ରୀପାଠୀ ପ୍ରମୁଖ ଯୋଗ ଦେଇଥିଲେ।ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ମନୋଜ କୁମାର ବେହେରା ସଭାର ଆୟୋଜନ ଓ ସଂଚାଳନ କରିଥିଲେ ।ଅତିଥିଗଣ ଡ ଆମ୍ବେଦକର ଙ୍କୁ ବିଶିଷ୍ଟ ଜନନେତା,ସମାଜ ସଂସ୍କାରକ, ଅସାଧାରଣ ବ୍ୟକ୍ତିତ୍ଵ , ସମ୍ବିଧାନ ପ୍ରଣେତା , ଗଣତନ୍ତ୍ର ର ମୁଖ୍ୟ ପୁରୋଧା, ବିଶିଷ୍ଟ ରାଜନୀତିଜ୍ଞ, ମହିଳାମାନଙ୍କ ଅଧିକାରରେ ସମାନତା,ସାମାଜିକ ନ୍ୟାୟ ର ପ୍ରତିଷ୍ଠାତା,ଦଳିତ ଓ ନିଷ୍ପେସିତ ଙ୍କ ପ୍ରାଣକର୍ତା ରୂପେ ଅଭିହିତ କରି ତାଙ୍କର ଆଦର୍ଶ ଓ ଜୀବନୀ କୁ ପାଠ କରି ଆଗାମୀ ପିଢ଼ି ଏକ ସଶକ୍ତ , ବଳିଷ୍ଠ ଗଣତନ୍ତ୍ରରେ ଭାରତବର୍ଷ କୁ ଦେଖିବା ଓ ସମସ୍ତେ ସାମାଜିକ ନ୍ୟାୟ ପ୍ରତି ଅଙ୍ଗୀକାର ହେବାକୁ ଆହ୍ବାନ କରିଥିଲେ।ଦର୍ଶକ ମଧ୍ୟରୁ ପ୍ରକାଶ ଚନ୍ଦ୍ର ନାଗ ଡ ଆଂବେଦକର ଙ୍କ ଜୀବନୀ ଓ ସମ୍ବିଧାନ ଉପରେ ବିଶେଷ ବକ୍ତବ୍ୟ ରଖିଥିଲେ।

ଏହି ଅବସରରେ ଆଜି ସକାଳ ଘ ୮.୦୦ ସମୟରେ ସମସ୍ତ ଅତି ଥିଗଣ କସ୍ତୁରବା ଗାନ୍ଧୀ ଆଶ୍ରମ , ଆର୍ ସି ଡି ସ୍କୁଲ ର ଛାତ୍ର ଛାତ୍ରୀ,ଶିକ୍ଷକ ଶିକ୍ଷୟତ୍ରୀ, ସରକାରୀ ଅଧିକାରୀ,ସହରର ବୁଦ୍ଧିଜୀବୀ ଙ୍କ ଉପସ୍ଥିତିରେ ଡି ଇ ଓ କାର୍ଯ୍ୟଳୟ ନିକଟସ୍ଥ ଡ ବି ଆର୍ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ପୂଜ୍ୟପୂଜା କରିଥିଲେ। । ସଭାକାର୍ଯ୍ୟ ପରେ ଡ ଆଂବେଦକର ଙ୍କ ଜୀବନୀ ଓ ଦର୍ଶନ ଉପରେ ଏକ ମୁକ୍ତ ପ୍ରଶ୍ନ ମଞ୍ଚ ଅନୁଷ୍ଠିତ ହୋଇଥିଲା ଏବଂ ଏହାକୁ ଶିକ୍ଷକ ପ୍ରଣବ ମିଶ୍ର ଏବଂ ସ୍ମରଣ ଜେନା ପରିଚାଳନା କରିଥିଲେ।ଉତ୍ତୀର୍ଣ୍ଣ ପ୍ରତିଯୋଗୀଙ୍କୁ ଅତିଥି ଗଣ ପୁରସ୍କାର ପ୍ରଦାନ କରିଥିଲେ।ସଭାରେ ବିଭିନ୍ନ ବିଦ୍ୟାଳୟ ଆର୍ ସି ଡି ସ୍କୁଲ, ଏକସ୍ ବୋର୍ଡ, କସ୍ତୁରବା ଗାନ୍ଧୀ ଆଶ୍ରମ ସ୍କୁଲ୍, ପାରେଣ୍ଟସ ପ୍ରାଇଡ, ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ଛାତ୍ର ଛାତ୍ରୀ,ଗଣମାଧ୍ୟମ ପ୍ରତିନିଧି,ଅନୁଷ୍ଠାନ କର୍ମକର୍ତ୍ତା,ସରକାରୀ ଅଧିକାରୀ ଉପସ୍ଥିତ ଥିଲେ।ଶେଷରେ ଜିଲ୍ଲା ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

ନବରଙ୍ଗପୁର ରୁ ଘାସିରାମ ହରିଜନଙ୍କ ରିପୋର୍ଟ                                  AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!