ଓଡିଶା ଖବର

ସିଭିଲ ସୋସାଇଟି କର୍ମକର୍ତ୍ତା ଙ୍କ ସହ ରାଜ୍ୟପାଳଙ୍କ ଆଲୋଚନା।

ପୁରୀ(AKN NEWS):ରାଜ୍ୟପାଳ ଙ୍କ ପୁରୀ ଜିଲ୍ଲା ଉନ୍ନୟନ ମୂଳକ ଯୋଜନା ର ସମୀକ୍ଷା ସମୟରେ ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ସିଭିଲ ସୋସାଇଟିର କର୍ମକର୍ତ୍ତା ଙ୍କ ସହ ଆଲୋଚନା କରିଥିଲେ।ସାମାଜିକ ଅନୁଷ୍ଠାନ ଦି ବେଲ ର ଅଧ୍ୟକ୍ଷ ତଥା ପୁରୀ ଜିଲ୍ଲା ଦିବ୍ୟାଙ୍ଗ ସଂଘର ଅଧ୍ୟକ୍ଷ ସିଦ୍ଧାର୍ଥ ରାୟ,ପିଙ୍ଗଳାକ୍ଷୀ ପବ୍ଲିକ ୱ୍ବେଲଫେୟାର ଅର୍ଗାଜାଇସେନର ସମ୍ପାଦକ ଗଗନ ବିହାରୀ ଦାସ ଓ ପିପୁଲସ ଫୋରମର ପ୍ରୋଗ୍ରାମ ଡାଇରେକ୍ଟର ଅଶୋକ କୁମାର ପାତ୍ର ପ୍ରମୁଖ ଯୋଗ ଦେଇ ରାଜ୍ୟପାଳ ଙ୍କୁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ। ଗଙ୍ଗୁଆ ନଦୀର ପ୍ରଦୂଷିତ ଜଳ ଦୟା ନଦୀରେ ଯେପରି ନ ମିସେ ଏବଂ କଣାସ ବାସି ସ୍ୱଛଜକ କିପରି ପାଇବେ ସେଥି ପାଇଁ ବ୍ୟବସ୍ଥା କରିବା,ସ୍ବାସ୍ଥ୍ୟ ସୁବିଧା ପାଇଁ ତୁରନ୍ତ ବାହାରକୁ ରୋଗୀ ନେବା ପାଇଁ ଜୀବନ ରକ୍ଷା କାରୀ ଆମ୍ବୁଲାନ୍ସର ବ୍ୟବସ୍ଥା, ଏବଂ ବର୍ଣ୍ଣ ୟୁନିଟ ବ୍ୟବସ୍ଥା, ପୁରୀ ର ପ୍ରଶାସନିକ ବ୍ୟବସ୍ଥା କୁ ସୃଦୃଢ଼ କରିବା ପାଇଁ ପୁରୀ ଜିଲ୍ଲା କୁ ଦୁଇ ରୁ ତିନୋଟି ସବ ଡିଭିଜନ ରେ ବିଭକ୍ତ କରିବା,ସ୍ଵର୍ଗଦ୍ଵାର ସମ୍ପ୍ରସାରଣ ଓ କର୍ପସ ଫଣ୍ଡ ବ୍ୟବସ୍ଥା ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକା ପାଇଁ ଆଧୁନିକ ପ୍ରଶିକ୍ଷଣ ଓ ଯନ୍ତ୍ର ପାତି ତଥା ଜେଟି ଓ ଏଫ୍ ଏଲ୍ ସି ବ୍ୟବସ୍ଥା,ପୁରୀ ର ବାକି ରହି ଥିବା ଅତିହ୍ୟ ସ୍ଥଳ ର ସୁରକ୍ଷା ସହିତ ଏହାର ଚିହ୍ନଟ, ପିଲିଗ୍ରୀମ ଟୁରିଯିମ୍ କୁ ବଢ଼ାଇବା, ବିଶାଳ ମୁକ୍ତ ସମୁଦ୍ର ତଟ ର ସୁରକ୍ଷା ପାଇଁ ବ୍ୟବସ୍ଥା,ପୁରୀ ଜିଲ୍ଲାର ସମସ୍ତ ଜଳମାର୍ଗରେ ପର୍ଯଟନ କ୍ରୀଡା ବା ସ୍ପୋର୍ଟ୍ସ ଟୁରିଜିମ ପାଇଁ ସରକାରୀ ପ୍ରୋତ୍ସାହନ, ଟ୍ରାନସ ଜେଣ୍ଡର ମାନଙ୍କ ଥଇଥାନ ବ୍ୟବସ୍ଥ, ଜରାନିବାସ ବ୍ୟବସ୍ଥା ଇତ୍ୟାଦି ପାଇଁ ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ପୁରୀ ଲୋକସଭା ସାଂସଦ ଡା ସମ୍ବିତ ପାତ୍ର, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ପୁରୀ ବିଧାୟକ ସୁନିଲ କୁମାର ମହାନ୍ତି, ଭାରପ୍ରାପ୍ତ ସାମାଜିକ ସୁରକ୍ଷା ଅଧିକାରୀ ଅନିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

 ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!