ଓଡିଶା ଖବର

ମୋବାଇଲ ଓ ଗୁଲି,ଗପ ରେ ମସଗୁଲ ଡାକ୍ତର ଖାନା ଅଧିକାରୀ ଓ କର୍ମଚାରୀ, ନର୍ସ ଙ୍କ ଉନ୍ମତକାଣ୍ଡ,ଦୁର୍ବ୍ୟବହାର ସହ ଜିଦ୍ ରେ ଥିବା ନର୍ସ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି।

ବଲାଙ୍ଗୀର/ଟିଟିଲାଗଡ,(AKN NEWS):ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ସ୍ଥିତ ମାତୃ ଓ ଶିଶୁ ଚିକିତ୍ସାଳୟ ରେ ଜଣେ କାର୍ଯ୍ୟରତ ମହିଳା ନର୍ସ ଙ୍କୁ ସାଲାଇନ ଖୋଲିବା ନେଇ ଜଣେଇ ଥିଲେ । ହେଲେ ମୁଁ ସଲାଇନ ଲଗେଇ ଦେଲି ଖୋଲି ପାରିବିନି ତମେ ଅଲଗା କାହାକୁ କହ କହି ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ । ଏପରିକି ମାତ୍ରାଧିକ ଦୁର୍ବ୍ୟବହାର ପ୍ରଦର୍ଶନ ସହ ରୋଗୀ ଙ୍କ ଜୀବନ ସହ ଖେଳିବା ସହ ତାଙ୍କ ପରିଜନ ଙ୍କୁ ଗାଳି,ଗୁଲଜ କରିବା ପ୍ରକାଶ ପାଇଛି । ଉକ୍ତ ଡାକ୍ତରଖାନା ର ଏହି ନର୍ସ ତଥା ଆଉ କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ନିଜ କାର୍ଯ୍ୟ ସମୟ ରେ ଇଞ୍ଜେକ୍ସନ , ସାଲାଇନ ଡାକ୍ତର ଙ୍କ ନିର୍ଦ୍ଦେଶ ମୁତାବକ ସଠିକ ସମୟ ରେ ନ ଲଗେଇବା ଓ ନିଜ ମୋବାଇଲ ରେ କ୍ରିକେଟ ଖେଳ ,ସିନେମା ରେ ବ୍ୟସ୍ତ ରହି ଆସୁଛନ୍ତି ଯଦ୍ୱାରା ରୋଗୀ ଙ୍କ ଅବସ୍ଥା ଭଗବାନ ଙ୍କ ଭରସାରେ ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଛି । ସେହିପରି ଟିଟିଲାଗଡ ସହର ର ଜଣେ ଆଶା କର୍ମୀ ବିଗତ ଦିନରେ ଶିଶୁ ବିକ୍ରି ଭଳି ଗୁରୁତର ଘଟଣା ରେ ସାମିଲ ଥିବା ଅଭିଯୋଗ ରହିଛି । ଏପରି କି ଏହି ଆଶା ଓ ଅନ୍ୟ କେତେକ ଆଶା ଖୋଲା, ଖୋଲି ଭାବରେ ଟଙ୍କା ଆଦାୟ କରିବା ସାଧାରଣ ଘଟଣା ପାଲଟିଛି । କିଛି ଅଧିକାରୀ ଓ କର୍ମଚାରୀ ଗାଳି, ଗୁଲଜ ସହ ଧମକ, ଚମକ ଦେବା ଭଳି ଗୁରୁତର ଅଭିଯୋଗ ବାରମ୍ବାର ହୋଇ ଆସୁଛି । ବିଗତ ଦିନରେ ଏହି ଟଙ୍କା କାରବାର ବନ୍ଦ କରିବା ନେଇ ଅଧିକାରୀ ତାଗିଦ୍ କରି ଥିବା ବେଳେ ଆଶା କର୍ମୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ।

ଏହି ଟଙ୍କା କାରବାର ସହ ଆଖ, ପାଖ ଅଞ୍ଚଳ ର ସରଳ, ଗରିବ ଲୋକ ଙ୍କୁ ଏହି କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ଏହି ସାଲାଇନ, ଇଞ୍ଜେକ୍ସନ ଦେବାକୁ ନେଇ ଦୁର୍ବ୍ୟବହାର କରି ଆସୁଥିବା ବୃଦ୍ଧି ପାଉଛି । ସେହିଭଳି ଗତ ୧୮ ତାରିଖ ରେ ଟିଟିଲାଗଡ ସହର ର ୧୧ ନମ୍ବର ୱାର୍ଡ ନିବାସୀ ଜଣେ ରୋଗୀ ଙ୍କ ସାଲାଇନ ଖୋଲିବା କୁ କାର୍ଯ୍ୟରତ ନର୍ସ କ୍ରୀଷ୍ଣା କୁମାରୀ ମହାପାତ୍ର ଙ୍କୁ ଜଣେଇବା ରୁ ନିଜ ଜିଦ୍ ରେ ଅଟଳ ରହି ମୋ କାମ ନୁହଁ କହି ଦୁର୍ବ୍ୟବହାର ପ୍ରଦର୍ଶନ କରି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି । ଅଭିଯୋଗ କୁ ଆଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରି ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଚିକିତ୍ସାଧିକାରୀ ଙ୍କୁ ସବିଶେଷ ତଦନ୍ତ ସହ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ରିପୋର୍ଟ, ସନ୍ତୋଷ କୁମାର ନାୟକAKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!