ଓଡିଶା ଖବର

ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।

ପୁରୀ :(AKN NEWS):ପୁରୀ ତାଳବଣିଆ ଠାରେ ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ହେବ ଚଳିତ ମାସ ୨୪ ତାରିଖରେ।ଏହି ଦିବସ କୁ ଶୃଙ୍ଖଳା ର ସହ ପାଳନ ପାଇଁ ଏକ ଚୁଡାନ୍ତ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଅଧ୍ୟକ୍ଷତା କରି ଭାରପ୍ରାପ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ସମସ୍ତଙ୍କୁ ସ୍ୱାଗତ କରିବା ସହ ରାଜ୍ୟ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପୁରୀ ଜିଲ୍ଲାରେ ପାଳନ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ଯାହା ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ।ଏହାକୁ ସୁନ୍ଦର ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବାକୁ ସମସ୍ତେ ନିଷ୍ଠାର ସହ କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ବିଭିନ୍ନ ବିଭାଗ କୁ ଯେଉଁ ଦାୟିତ୍ୱ ଦିଆଯାଉଛି ତାହାକୁ ଅଗ୍ରାଧିକାର ଭିତ୍ତିରେ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।ରାଜ୍ୟ ସ୍ତରୀୟ ଏହି କାର୍ଯ୍ୟକ୍ରମ ଆସନ୍ତା କାଲି ପୂର୍ବାହ୍ନ ୧୦.୩୦ ମିନିଟ ସମୟରେ ଆରମ୍ଭ ହେବ। ଆଭାସୀ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏଥିରେ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି।ଏଥିରେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ,ସାଂସଦ, ବିଧାୟକ ପ୍ରମୁଖ ଯୋଗ ଦେବାର କାର୍ଯ୍ୟ ସୂଚୀ ରହିଛି।ସେହିପରି ମୁଖ୍ୟ ସଚିବ ଙ୍କ ସହ ଅନ୍ୟାନ୍ୟ ବିଭାଗର ସଚିବ ମାନଙ୍କ ଯୋଗ ଦେବାର କାର୍ଯ୍ୟ ସୂଚୀ ରହିଛି।ତେଣୁ ସମସ୍ତ କାର୍ଯ୍ୟ କୁ ସଫଳ କରିବା ପାଇଁ ଶ୍ରୀ ବେହେରା ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।ପ୍ରାରମ୍ଭରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେବା ସହ ଉତ୍ସବ ସ୍ଥଳକୁ ପ୍ରସ୍ତୁତ କରିବା, ଟେଣ୍ଟ ବ୍ୟବସ୍ଥା କରିବା, ଆସୁଥିବା ଲୋକ ମାନଙ୍କୁ ସୁବିଧା ଯୋଗାଇ ଦେବା, ପାନୀୟ ଜଳ ବ୍ୟବସ୍ଥା, ଶୌଚାଳୟ ବ୍ୟବସ୍ଥା, ଚିକିତ୍ସା ବ୍ୟବସ୍ଥା, ବିଦ୍ୟୁତ ଯୋଗାଣ ବ୍ୟବସ୍ଥା, ପରିଷ୍କାର ପରିଛନ୍ନତା ବ୍ୟବସ୍ଥା,ପାର୍କିଂ ସ୍ଥଳ ବ୍ୟବସ୍ଥା,ଶାନ୍ତି ଶୃଙ୍ଖଳା ରକ୍ଷା ଇତ୍ୟାଦି ସମ୍ବନ୍ଧ ରେ ସମ୍ପୃକ୍ତ ବିଭାଗ ତ୍ବରାନ୍ବିତ କରିବାକୁ ଅନୁରୋଧ କରିଥିଲେ।ଏ ସମ୍ପର୍କରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗ ମାନେ କାର୍ଯ୍ୟ ତ୍ୱରାନ୍ୱିତ ପାଇଁ ଭାରପ୍ରାପ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ ଡଃ ଶରତ ଚନ୍ଦ୍ର ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନୀଳମାଧବ ଭୋଇ, ଉପ ଜିଲ୍ଲାପାଳ ରାଜ କିଶୋର ଜେନା,ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା ରୂପଭାନୁ ମିଶ୍ର,ଅତିରିକ୍ତ ଉପ ଜିଲ୍ଲାପାଳ ନୀଳମାଧବ ମାଝୀ,ଅତିରିକ୍ତ ମୁଖ୍ୟ ଉନ୍ନୟନ ଅଧିକାରୀ ରାଜୀବ ବେହେରା,ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ ଓ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

     ପୁରୀ ରୁ ରଞ୍ଜନ ଦାସଙ୍କ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!