ଓଡିଶା ଖବର

ଆବାସ ଯୋଜନା ଯୋଗୁଁ ମୁଁ ସର୍ବହରା ହେଲି,ଏଭଳି ସ୍ଥିତି ରେ ଅସହାୟ ଗରିବ ପରିବାର,ଲାଞ୍ଚ ନ ଦେଲେ ମିଳୁନି ଆବାସ ଟଙ୍କା।

ବଲାଙ୍ଗୀର/ଟିଟିଲାଗଡ,(AKN NEWS):ସରକାରୀ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା ଗରିବ ହିତାଧିକାରୀ ଙ୍କ ପାଇଁ ଉଦ୍ଦିଷ୍ଟ । ସବୁ କାଗଜ ପତ୍ର ଦେଇ ଘର ଭାଙ୍ଗି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା କୁ ନିର୍ଦ୍ଦେଶ ନାମା ଜାରି କରାଗଲା,ତିନି ମାସ ମଧ୍ୟରେ ସମ୍ପୂର୍ଣ ଟଙ୍କା କିସ୍ତି ଆକାର ରେ ପକେଇଦିଆ ଯିବ ବୋଲି କହିବାରୁ ରହୁଥିବା ଘର ଭାଙ୍ଗି ଦେଇ ନୂଆ ଘର ଆରମ୍ଭ କରି ଜରିପାଲ ଘୋଡ଼ା ଏକ ଆଶ୍ରୟ ସ୍ଥଳୀରେ ରହି ଆସୁଛନ୍ତି । ହେଲେ କିସ୍ତି ଆକାର ରେ ପ୍ରଥମେ ୪୦ ହଜାର ଟଙ୍କା ପକେଇ ଦେଇ ବିଭାଗୀୟ ଅଧିକାରୀ ନିରବ ରହି ଗଲେ । ଭଙ୍ଗା ,ଦଦରା ଜରି ପାଲ ଘୋଡ଼ା ଘରେ ଆଶ୍ରୟ ନେଇ ସେ ତାଙ୍କ ସଂସାର ଭାଷୀ ଗଲା କହି ଗୁହାରୀ କରି କେବଳ ପଶ୍ଚ୍ୟାତାପ କରୁଛନ୍ତି ସିନା ଅନ୍ୟ ରାସ୍ତା ନାହିଁ । ଏବେ ବକେୟା ଟଙ୍କା ପାଇଁ ଧାଇଁ,ଧାଇଁ ତିନି ବର୍ଷ ବିତିଗଲା ଆଜି,କାଲି କହି ଦିନ ଗଡ଼େଇ ନେଉଛନ୍ତି ସରକାରୀ ଅଧିକାରୀ । ଏବେ ମୁଁ କରିବି କଣ ଆପଣ ସରକାରୀ ବାବୁ ମାନେ ଦୟା କରି କିଭଳି ଅବସ୍ଥାରେ ଭୋକ, ଉପାସରେ ଦିନ ଗଡ଼େଇ ଚାଲିଛି ଖାଲି ଦେଖି ଚାଲି ଯାଆନ୍ତୁ କହି ଆମ କ୍ୟାମେରା ଆଗରେ ପ୍ରକାଶ କରିଛନ୍ତି ଜଗମୋହନ ବାଗ । ଏହି ୭୦ ବର୍ଷୀୟ ବୃଦ୍ଧ ରୋଗାକ୍ରାନ୍ତ ଜଗମୋହନ ବାଗ କେଉଁ ଉପାନ୍ତ ଗାଁ ର ଜଣେ ଅସହାୟ ବ୍ୟକ୍ତି ନୁହନ୍ତି,ସେ ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ ଟିଟିଲାଗଡ ପୌର ପରିଷଦ ଅଧିନସ୍ତ ୱାର୍ଡ ନଂ,୪ ର ସ୍ଥାୟୀ ବାସିନ୍ଦା । ଏହି ଜଗମୋହନ ବାଗ ନାମକ ବୃଦ୍ଧ ରୋଗା କ୍ରାନ୍ତ ଙ୍କ ପୁଅ ଦଇତାରୀ ବାଗ ଏବେ ଯକ୍ଷ୍ମା ରେ ଆକ୍ରାନ୍ତ,ବର୍ଷାଧିକ କାଳ ହେବ ସେ ଶଯ୍ୟାଶାୟୀ ଅବସ୍ଥାରେ ପଡିଥିବା ବେଳେ ଦୁଇ ଛୋଟ ସନ୍ତାନ ଓ ସ୍ତ୍ରୀ ଏବେ ଖାଇବାକୁ ମୁଠେ ମିଳିବା କଷ୍ଟକର । ଏ ନେଇ ସ୍ଥାନୀୟ ପୌର ପରିଷଦ କାର୍ଯ୍ୟାଳୟ ପକ୍ଷରୁ ଯେତେ ହାରି,ଗୁହାରୀ କଲେ ସୁଦ୍ଧା କିଛି ସୁଫଳ ପାଇ ନ ପାରି ଭାଗ୍ୟ କୁ ଆଦରି ଭୋକ, ଉପାସରେ କାଳ କାଟୁଛନ୍ତି । ତିନି ମାସ ମଧ୍ୟରେ ସମ୍ପୂର୍ଣ ଗୃହ ନିର୍ମାଣ କଲେ ଦୁଇ ଲକ୍ଷ କୋଡିଏ ହଜାର ଟଙ୍କା ର ପୂର୍ବ ସରକାର ଅମଳ ର ଯୋଜନା ହେଲେ ତିନି ମାସ ରେ ଧାର,କରଜ କରି ଘର ଆରମ୍ଭ କରି ଏବେ ବର୍ଷ,ବର୍ଷ ଗଡ଼ି ଚାଲିଛି ଓ ଦୟନୀୟ ଭାବେ କାଳାତିପାତ କରିବା କୁ ଏହି ପରିବାର ବାଧ୍ୟ ହୋଇ ଛନ୍ତି । ଏ ନେଇ କେହି ଅଧିକାରୀ କିଛି ପଦକ୍ଷେପ ଗ୍ରହଣ ନ କରିବା ସହ ଉକ୍ତ ଅଧିକାରୀ କାର୍ଯ୍ୟାଳୟ ରେ ଅନୁପସ୍ଥିତ ରହିବା ନେଇ ଏଭଳି ସ୍ଥିତି ଅନେକ ପରିବାର ର ନଜର କୁ ଆସିଚି ।ସବୁ ଜାଣି ଅଧିକାରୀ କର୍ମଚାରୀ ସରକାରୀ ନିୟମ ର ଖୋଲା, ଖୋଲି ଉଲ୍ଲଂଘନ କରି ନିଜ ମନ, ମାନି ସହ ଟଙ୍କା କାରବାର ଚାଲୁ ଥିବା ଓ ଲାଞ୍ଚ ନ ମିଳିଲେ ଏଭଳି ଦସା ଭୋଗ କରିବା ସାର ବୋଲି ବିଭିନ୍ନ ମହଲ ରେ ନିନ୍ଦା କରାଯାଉଛି । ଏ ଦିଗରେ ଏହି ଅସହାୟ ଗରିବ ପରିବାର ବର୍ଗ ମାନେ କିଭଳି ସୁଫଳ ଉକ୍ତ ଆବାସ ଯୋଜନା ରୁ ପାଇବେ ତାହା ସମୟ କହିବ ।

ରିପୋର୍ଟ, ସନ୍ତୋଷ କୁମାର ନାୟକAKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!