ଓଡିଶା ଖବର

କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡାବ୍ଳକ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ 

କଳାହାଣ୍ଡି ଜିଲ୍ଲା(AKN NEWS):ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତୁମୁରା ଧାନ ମଣ୍ଡିରେ ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ଶ୍ରୀମାନ ବିନ୍ଦୁ ମହାନନ୍ଦ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା, ଗୋଲାମୁଣ୍ଡା ବିଜେପି ମଣ୍ଡଳ ସଭାପତି ବୈଶାଖୁ କେତକୀ, ଦଶପୁର ମଣ୍ଡଳ ସଭାପତି ପ୍ରମୋଦ ପ୍ରଧାନ,କେଗାଁ ମଣ୍ଡଳ ପୂର୍ବତ୍ତନ ସଭାପତି ଦୁର୍ବାକ୍ଷ ପଟେଲ,ନାରୀ ନେତ୍ରୀ ଦିଵ୍ୟାରାଣୀ ସାହୁ,ବରିଷ୍ଠ ସାମ୍ବାଦିକ ଦାମୋଦର ଦାସ, ପୂର୍ବତନ ଜିଲ୍ଲା ପରିଷଦ ବୃଷଭ ନାଏକ, ସମାଜ ସେବୀ ଶ୍ୟାମସୁନ୍ଦର ଅଗ୍ରୱାଲା,ସାଂସଦଙ୍କ ପ୍ରତିନିଧିତ୍ୱକାରୀ ପ୍ରସନ୍ନ ରାଉତ,ମାନଝରୀ ସରପଞ୍ଚ ଜଗୁଜିବନ ଅଘ୍ରିଆ ପ୍ରମୁଖ ମଞ୍ଚାସୀନ ହୋଇଥିଲେ । ପ୍ରଥମେ ଜାତିୟ ପିତା ମହାତ୍ମାଗାନ୍ଧୀଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଓ ଦୀପ ପ୍ରଜ୍ଜ୍ୱଳନ କରି କାଶ୍ମୀରରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ମୃତକଙ୍କ ସଦଗତି ନିମନ୍ତେ ଏକ ମିନିଟ୍ ନିରବ ପ୍ରାର୍ଥନା କରି ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍ଥାନରୁ ଆସିଥିବା ବ୍ୟକ୍ତି ବିଶେଷଙ୍କଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବ୍ଲକ ଅଧ୍ୟକ୍ଷ ଶ୍ରୀ ବିନ୍ଦୁ ମହାନନ୍ଦ,ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀଧର ପଣ୍ଡା ସ୍ଵାଗତ ଭାଷଣ ରଖିଥିବା ବେଳେ ମଞ୍ଚାସିନ ସମସ୍ତ ଅତିଥି ସଂକ୍ଷିପ୍ତ ଅଭିଭାଷଣ ରଖିଥିଲେ । ପରେ କଳାହାଣ୍ଡି ଜିଲ୍ଲାରେ ମନେରେଗା ଯୋଜନାରେ ଗୋଲାମୁଣ୍ଡା ବ୍ଲକ ଏକ ନମ୍ବର ସ୍ଥାନ ଅଧିକାର କରିଥିବା ଲୋକଙ୍କୁ ପୁରସ୍କୃତ କରାଯାଇଥିଵା ବେଳେ ୪୦ ଜଣଙ୍କୁ ନୂତନ ରାସନ୍ କାର୍ଡ ବଣ୍ଟନ କରିଥିଲେ । ଏହିକାର୍ଯ୍ୟକ୍ରମରେ ପଞ୍ଚାୟତ ଅଧିକାରୀ ରୋମିତ ପ୍ରଧାନ ମଞ୍ଚ ପରିଚାଳନା କରିଥିବା ବେଳେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତରୁ ଶହ ଶହ ସଂଖ୍ୟା ରେ ଜନସାଧାରଣ ଉପସ୍ଥିତ ରହିସହଯୋଗ କରିଥିଲେ । dhramgarh upa khanda ru shyam sundar agrawal AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!