ଟିଟିଲାଗଡ଼ର ବୋହୁ ହେଲେ ଭୁବନେଶ୍ୱରର ମାରୱାଡି ଯୁବା ମଞ୍ଚର ସଭାନେତ୍ରୀ / ଅଧ୍ୟକ୍ଷା।

ଟିଟିଲାଗଡ଼(AKN NEWS):ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ସହରର ପ୍ରତିଷ୍ଠିତ ବ୍ୟବସାୟୀ କେଜ୍ରିୱାଲ ପରିବାରର ତଥା କୃଷକର ସାଥି ହିନ୍ଦୁସ୍ତାନ ସିଡ଼ସର ପ୍ରତିଷ୍ଠାତା ରାଣୀସତୀ ଦାଦିଜୀ ମନ୍ଦିର / ଗାୟତ୍ରୀ ମନ୍ଦିରର ମୁଖ୍ୟ ଉଦ୍ୟୋଗତା ସ୍ବର୍ଗତ ଲକ୍ଷ୍ମଣଦାସ କେଜି୍ରିୱାଲଙ୍କ କନିଷ୍ଠ ପୁତ୍ରବଧୂ ତଥା ଟିଟିଲାଗଡ଼ର ମୂଳ ବାସିନ୍ଦା ତଥା ବର୍ତ୍ତମାନ ଭୁବନେଶ୍ୱରରେ ଅବସ୍ଥାପିତ ବିଶିଷ୍ଟ ବ୍ୟବସାୟୀ ଓ ପୁଞ୍ଜିପତି ତଥା ପ୍ରତିଷ୍ଠିତ ସମାଜସେବୀ ରାଜେଶ କୁମାର କେଜ୍ରିୱାଲଙ୍କ ସହଧର୍ମିଣୀ ଶ୍ରୀମତୀ ଗୀତାଞ୍ଜଳି କେଜ୍ରିୱାଲଙ୍କୁ ଅଖିଳ ଭାରତୀୟ ମାରୱାଡି ଯୁବାମଞ୍ଚର ଭୁବନେଶ୍ୱର ଶାଖାର ( ଯାହାକି ଭାରତ ବର୍ଷ ର ସର୍ବ ବୃହତ ଶାଖାର ) ସଭାନେତ୍ରୀ ବା ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇ ଶପଥ ଗ୍ରହଣ କରିଛନ୍ତି ! ଏହି ଶପଥ ଗ୍ରହଣ ଉତ୍ସବ ଭୁବନେଶ୍ୱରର ମଞ୍ଚେଶ୍ୱର ସ୍ଥିତ ଏକ ପ୍ରତିଷ୍ଠିତ ହୋଟେଲରେ ଆୟୋଜନ କରାଯାଇଥିଲା ! ଏହି ମାରୱାଡି ଯୁବାମଞ୍ଚ ଭୁବନେଶ୍ୱର ଶାଖାର ବାର୍ଷିକ ସାଧାରଣ ବୈଠକରେ ଶ୍ରୀମତୀ କେଜ୍ରିୱାଲଙ୍କ ସହିତ ତାଙ୍କ ଟିମ ଏହି ଅବସରରେ 202/2026 ବର୍ଷ ଲାଗି ଯୁବ ସମାଜସେବୀ ଶ୍ରୀମତୀ କେଜ୍ରିୱାଲ ମଞ୍ଚରେ 26 ତମ ସଭାନେତ୍ରୀ / ଅଧ୍ୟକ୍ଷା ଭାବେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିଛନ୍ତି, ବୈଠକରେ ମୁଖ୍ୟ ଅତିଥି ଭାବେ ଓଡିଶା ପ୍ରଦେଶ ର ମାରୱାଡି ଯୁବାମଞ୍ଚର ଅଧ୍ୟକ୍ଷ ଅଜୟ କୁମାର ଶର୍ମା ଯୋଗ ଦେଇ ଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବ, ଭାଜପା ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ଭାଜପା ରାଜ୍ୟ ମହିଳା ମୋର୍ଚ୍ଚା ସଭ୍ୟା ତଥା ଅଭିନେତ୍ରୀ ବିଦୁସ୍ମିତା ମନ୍ତ୍ରୀଙ୍କ ସମେତ ଉପସ୍ଥିତ ଥିଲେ! ଏହି କାର୍ଯ୍ୟକ୍ରମ ଓଡିଶା ପ୍ରଦେଶ ଉମେଶ ଖଣ୍ଡେଲୱାଲଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲାଏବଂ ଓଡିଶା ପ୍ରଦେଶ ମାରୱାଡି ଯୁବାମଞ୍ଚର ଉପାଧ୍ୟକ୍ଷ ଅରୁଣ କୁମାର ଅଗ୍ରୱାଲ ପ୍ରମୁଖ ଏବଂ ଓଡିଶା ରାଜ୍ୟରୁ ବିଭିନ୍ନ ଜିଲ୍ଲାରୁ ମାରୱାଡି ଯୁବାମଞ୍ଚର ସଭାପତି / ସମ୍ପାଦକ ଏବଂ ସଭ୍ୟ / ସଭ୍ୟା ପ୍ରମୁଖ ଉପସ୍ଥିତ ଥିଲେ ।
ରିପୋର୍ଟ, ସନ୍ତୋଷ କୁମାର ନାୟକAKN NEWS


