ଓଡିଶା ଖବର
ପାଇପ ଲାଗିବ କହି ଖୋଲି ଦେଲେ ଗ୍ରାମ ରାସ୍ତା । ହିନସ୍ତା ଗ୍ରାମବାସୀ ।

ଲାଗୁନି ପାଇପ , ହେଉନି ମରାମତି ।
କଣ୍ଟାବାଞ୍ଜି,(AKN NEWS): ମେଗା ପାନୀୟ ଜଳ ପ୍ରକଳ୍ପ କାମ ହେବ କହି ତୁରେକେଲା ବ୍ଲକ୍ ଅନ୍ତର୍ଗତ ଚଟୁଅନକା ପଞ୍ଚାୟତ ଅନ୍ତର୍ଗତ କୁର୍ଲି ଗ୍ରାମରେ ଥିବା କଂକ୍ରିଟ୍ ରାସ୍ତା ଖନନ କରି ଭୁଲି ଯାଇଛନ୍ତି ଠିକା ସଂସ୍ଥା । ୩ ମାସ ହେଲା ରାସ୍ତା ଖୋଲା ଦେଇ ପାଇପ ବିଛାଇବା ଭୁଲି ଯାଇଛନ୍ତି । ନା ରାସ୍ତା ମରାମତି ହୋଇଛି ନା ଖୋଲା ଯାଇଥିବା ରାସ୍ତାରେ ପାଇପ ବିଛା ଯାଇଛି ।
ଗ୍ରାମବାସୀମାନେ ଯିବା ଆସିବା ରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ରାସ୍ତା ଖୋଳାଯିବା ହେତୁ ଦୈନନ୍ଦିନ ଯାତାୟାତରେ ଅସୁବିଧା ସୃଷ୍ଟି କରିଛି । ଅସମାନ ଭୂମି ଦୁର୍ଘଟଣାର ଆଶଙ୍କା ବୃଦ୍ଧି କରୁଛି , ବିଶେଷକରି ରାତିରେ କିମ୍ବା କମ୍ ଦୃଶ୍ୟମାନତା ପରିସ୍ଥିତିରେ ଅନେକ ଲୋକ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି।ଗ୍ରାମବାସୀ ଦାବି କରୁଛନ୍ତି ଯେ କର୍ତ୍ତୃପକ୍ଷ ଏହି ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ନିଅନ୍ତୁ ଏବଂ ସେମାନଙ୍କର ସୁରକ୍ଷା ସୁନିଶ୍ଚିତ କରନ୍ତୁ।
ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS


