ନନ୍ଦଳା ଗ୍ରାମରେ ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ନିମନ୍ତେ ହଜାର ହଜାର ଭକ୍ତ ଙ୍କ ସମାଗମରେ ୫୦୦ କଳସ ର ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି ।

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ନୂତନ ମନ୍ଦିର ,ନୂତନ ବିଗ୍ରହ ତଥା ଶ୍ରୀମଦ୍ ଭାଗବତ ଗାଦି ପ୍ରତିଷ୍ଠା ମହୋତ୍ସବ ତା ୨୫-୦୪-୨୫ ଠାରୁ ତା ୨-୦୫-୨୫ ରିଖ ପଯ୍ୟନ୍ତ ଦୀର୍ଘ ଆଠ ଦିନ ଧରି ଚାଲିବ । ଆଜି ଉକ୍ତ ଉତ୍ସବ ର ଜଳଯାତ୍ରା , ଏଥିରେ ବହୁ ଭକ୍ତ ଶ୍ରଦ୍ଧାଳୁ ଭାଗନେଇ ୪୮ ପ୍ରହର ନାମ ଯଜ୍ଞର ଅଙ୍କୁରାପଣ କରାଯାଇଥିଲା । ମାହେନ୍ଦ୍ର ବେଳା ସକାଳ ୭ଘଟିକା ସମୟେ ମୁଖ୍ୟ କର୍ତ୍ତା ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ବିଶୋଇ ଓ ତାଙ୍କ ଧର୍ମପତ୍ନୀ ଙ୍କ ସହିତ ବେରୁଆଁ ବାଡ଼ି ବାବାଜୀ ଓ ଅନେକ ସାଧୁ ସନ୍ଥ ମାନଙ୍କ ଗହଣରେ ଯଥା ବିଧି ପୂଜା ଅନୁଷ୍ଠିତ ହୋଇଥିଲା ଏବଂ ପ୍ରୟାଗି ଅଳେଶ୍ୱର ନିକଟସ୍ଥ ମୋହଦଧିରୁ ପାଞ୍ଚଶହ ମହିଳା ଭକ୍ତଙ୍କ ସମାଗମରେ ପାଞ୍ଚ ଶହ ସୁବାସିତ ଜଳପୂର୍ଣ୍ଣ କଳସ ଧରି ବେଶ୍ ଆଡମ୍ବର ସହକାରେ ଘଣ୍ଟ ଘଣ୍ଟାର ନାଦରେ ଏବଂ ପାଇକ ଆଖଡ଼ା ର ତାଳେ ତାଳେ ଓ ହରିବୋଲ ହୁଳହୁଳି ର ଶବ୍ଦରେ ପ୍ରକମ୍ପିତ ହୋଇ ଉଠିଥିଲା । ପ୍ରାୟ ତିନି କିଲୋମିଟର ରାସ୍ତା ଅତିକ୍ରମ କରି ଆସି ମନ୍ଦିର ନିକଟରେ ପହଞ୍ଚିଥିଲେ । ଏବଂ ପ୍ରସାଦ ସେବନ କରାଯାଇଥିଲା ଏଥିରେ ପାଇକରା ପୁର ଗ୍ରାମର ଗୋପବନ୍ଧୁ ପାଠାଗାର ର ସମସ୍ତ ସଦସ୍ୟ ଏବଂ ମା ବରୁଣାଇଁ ଯୁବଛାତ୍ର ସଂଗଠନ ନନ୍ଦଳା ର ସମସ୍ତ ସଦସ୍ୟ ମାନେ ମିଶି କାର୍ଯ୍ୟକ୍ରମ କୁ ସୁଚାରୁରୂପେ ସମ୍ପାଦନ କରିଥିଲେ ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


