ଓଡିଶା ଖବର

ଧର୍ମଗଡ ସ୍ନାତକ ମହିଳା ମହାବିଦ୍ୟାଳୟ ରେ ଓଡ଼ିଶା ସରକାର ଙ୍କର ଯବ ଶସ୍ୟ (ମିଲେଟ୍) ଖାଦ୍ୟ ଓ ପୋଷଣ ଉପରେ ଏକ ପ୍ରତିଯୋଗିତା ଓ କର୍ମଶାଳା ଅନୁଷ୍ଠିତ ହୋଇଥିଲା।

(AKN NEWS):ତା ୨୬/୦୪/୨୫ ରିଖ ଧର୍ମଗଡ ସ୍ଥାନୀୟ ସ୍ନାତକ ମହିଳା ମହାବିଦ୍ୟାଲୟରେ ଓଡ଼ିଶା ସରକାର ଙ୍କ ମିଲେଟ ଉପରେ ଛାତ୍ରୀ ମାନଙ୍କ ମଧ୍ୟରେ ଏକ ଖାଦ୍ୟ ତିଆରି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷା ଶ୍ରୀମତୀ ମୂର୍ତ୍ତି ମଞ୍ଜୁରୀ ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ ପ୍ରିୟଦର୍ଶିନୀ ଡିଗ୍ରୀ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀଯୁକ୍ତ ବିଭୂତି ଭୂଷଣ ମେହେର ।ଛାତ୍ରୀମାନେ ନିଜ ନିଜ ପ୍ରସ୍ତୁତି କରିଥିବା ଖାଦ୍ୟ ପରିବେଷଣ କରିଥିଲେ । ଗୃହ ବିଜ୍ଞାନ ଅଧ୍ୟାପିକା ଅର୍ଚ୍ଚନା ଗୁଚ୍ଛି ଓ ଝରଣା ପ୍ରଧାନ ଙ୍କ ମାର୍ଗଦର୍ଶନ ରେ ।।ନିଶ୍ଚିତ ଭାବେ ଇଏ ସରକାରଙ୍କ ଏକ ଉତ୍ତମ ପଦକ୍ଷେପ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।ଏଥିରେ ଶତାଧିକ ଛାତ୍ରୀ ଯୋଗଦେଇଥିବା ବେଳେ ..ଉପାସନା ସାହୁ ପ୍ରଥମ      ଆରତୀ ବାଗ ପ୍ରଥମ                                          ସିଲକି ମହାନ୍ଦନ ଦ୍ୱିତୀୟ                                      ପ୍ରିୟା ଦୁର୍ଗା ଦିତୀୟ                                          ପଲ୍ଲବୀ ରାଉତ ଦ୍ବିତୀୟ                                    କୁରଙ୍ଗିନି ମାଝୀ ଦିତୀୟଏହି ଛଅଜଣ ଙ୍କ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ଓଡ଼ିଆ ବିଭାଗ ମୁଖ୍ୟ ଶ୍ରୀମତୀ ଜୟନ୍ତୀ କୁମାରୀ ମୁଦୁଲି,ଇଂରାଜୀ ବିଭାଗ ମୁଖ୍ୟ ଶ୍ରୀଯୁକ୍ତ ସରୋଜ କୁମାର ମେହେର , ଶିକ୍ଷା ବିଭାଗର ମୁଖ୍ୟ ଶ୍ରୀମତୀ ସୁଜାତା ମହାନ୍ତି,ଇତିହାସ ବିଭାଗ ମୁଖ୍ୟ ପଦ୍ମାଳୟା ଦଣ୍ଡସେନା ।ଅଧ୍ୟାପିକା ରୋଜାଲିନ ଚିହ୍ନାରା,ସନ୍ଧ୍ୟା ବାରିକ, ଲୁସି ଗଉଡ , କୁମୁଦିନୀ ନାଏକ,ପାଠାଗାର ମୁଖ୍ୟ ଶ୍ରୀଯୁକ୍ତ ଲକ୍ଷ୍ୟପତି ନାଏକ ଉପସ୍ଥିତ ଥିଲେ ।ମହାବିଦ୍ୟାଳୟ ର ଶତାଧିକ ଛାତ୍ରୀ ଏବଂ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!