ଓଡିଶା ଖବର

ଲୋଇସିଂହା-ଆଗଲପୁର ଠାରେ ବ୍ଲକ୍ ସ୍ତରୀୟ ପଞ୍ଚାୟତି ରାଜ ସମାରୋହ ପାଳିତ ।

 (AKN NEWS): ବଲାଙ୍ଗୀର ଜିଲ୍ଲାର ଆଗଲପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପଂଚାୟତିରାଜ ଓ ପାନୀୟଜଳ ବିଭାଗ ଓଡିଶା ସରକାର ଙ୍କ ତରଫରୁ ଜାତୀୟ ପଂଚାୟତି ରାଜ ଦିବସ -2025 ସମାରୋହ ଅନୁଷ୍ଠିତ।ଆଜିର କାର୍ଯ୍ୟକ୍ରମ ଟି ଆଗଲପୁର ବିଡ଼ିଓ ମହାପାତ୍ର କୁଲଦୀପ ମହାନ୍ତି ଙ୍କ ତତ୍ୱାବଧାନ ରେ ପରିଚାଳିତ ହୋଇଥିଲା। ତା ସହିତ ଜିଲ୍ଲାପରିଷଦ ସଭ୍ୟା ବୀଣାପାଣି ଦାସ, ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ, ତହସିଲଦାର ଶ୍ରୀ ପାଢ଼ୀ, ସାଂସଦ ପ୍ରତନିଧି ଉମେଶ ପଟେଲ, ବିଧାୟକ ପ୍ରତିନିଧି ପିତାମ୍ବର କଣ୍ଟା ମଂଚାସୀନ ଥିଲେ l ପୁରୀ ରୁ ଆଭାଷି ମାଧ୍ୟମରେ ସିଧା ପ୍ରସାରଣ ମାନ୍ୟବର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଙ୍କ ଦ୍ଵାରା ରାସନ୍ କାର୍ଡ ର ବିତରଣ ର ଶୁଭ ଉଦ୍ଘାଟନ ହୋଇଯାଇଛି। ଦେଶର ସର୍ବଭାମତ୍ୱ ଏକତା ଦୃଷ୍ଟି ରୁ ଗ୍ରାମ ସୁଦୃଢ ହେଲେ ରାଜ୍ୟ ସୁଦୃଢ ହେବ ବୋଲି ନିଜ ଅଭିଭାଷଣ ରଖିଥିଲେ। ବିକଶିତ ଗାଁ, ବିକଶିତ ଓଡ଼ିଶା ର ସଂକଳ୍ପ ଯୋଜନା ର ସଫଳ ରୂପାୟନ ହୋଇପାରିବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ମତାମତ ଦେଇଥିଲେ।ଓଡିଶା ରେ ନୂତନ ଭାବେ ୬ ଲକ୍ଷ ରାସନ କାର୍ଡ ବଣ୍ଟନ ପାଇଁ ଶୁଭାରମ୍ଭ କରିଥିଲେ। ୨ ଲକ୍ଷ ସୁଭଦ୍ରା ହିତାଧିକାରୀ ଙ୍କୁ ମଧ୍ୟ ଆଜି ଟଙ୍କା ବଣ୍ଟନ କରାଯିବ ବୋଲି କହିଥିଲେ।ଏହାସହ ଜମ୍ମୁକଶ୍ମୀ ରେ ଆତଙ୍କବାଦୀ ହମଲା ରେ ପ୍ରାଣ ହରାଇଥିବା 28 ଜଣ ବ୍ୟକ୍ତି ଙ୍କ ପାଇଁ ୨ ମିନିଟ ନୀରବ ପ୍ରାର୍ଥନା କରା ଯାଇଥିଲା।2036 ସୁଦ୍ଧା ଓଡିଶା କୁ ଦେଶରେ ବିକଶିତ ରାଜ୍ୟ ଭାବେ ନମ୍ବର ୱାନ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ସୂଚନା ଦେଇଥିଲେ l ଗାଁ ର ବିକାଶ ହେଲେ ଦେଶ ର ବିକାଶ, ଗାଁ ହସିଲେ ଦେଶ ହସିବ ଏଣୁ ପ୍ରତ୍ୟକ ଘରକୁ ପାଣି, ବିଜୁଳି, ରାସ୍ତା, ସୂର୍ଯ୍ୟଘର ଯୋଜନା, ୩ ୟୁନିଟ ମୁଫ୍ତ ବିଜୁଳି ଯୋଜନା ର ସଂକଳ୍ପ ନିଆଯିବ ବୋଲି କହିଥିଲେ। ଆଜିର ସମାରୋହ ରେ କାର୍ଯକ୍ରମ ପରିଚାଳନା କରିଥିଲେ.

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ AKN NEWS

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!