ଓଡିଶା ଖବର

କଳାହାଣ୍ଡି ଚେସ ଏକାଡେମୀ ତରଫରୁ ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସବ

ଭବାନୀପାଟଣା (AKN NEWS): ସ୍ଥାନୀୟ ତାରିଣୀ ମନ୍ଦିର ରୋଡ ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ଠାରେ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ପୁରସ୍କାର ବିତରଣ ଉତ୍ସଵ ଅନୁଷ୍ଠିତ ହୋଇଯାଇଛି | ଚଳିତ ଏପ୍ରିଲ ୧୮ ଓ ୧୯ ଦୁଇ ଦିନ ଧରି ଚାଲିଥିବା ଜିଲ୍ଲା ସ୍ତରୀୟ ଚେସ ପ୍ରତିଯୋଗିତା ରେ ଶତାଧିକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ ଏବଂ ଏହି ପ୍ରତିଯୋଗିତା ରେ ସଫଳ ହୋଇଥିବ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଗଲା | ସରକାରୀ ଇଂଜିନିୟରିଙ୍ଗ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ଶୁଭ୍ରାଂଶୁ ଶେଖର ଦାଶ ମୁଖ୍ୟ ଅତିଥି, ସିନିଅର ନେସନାଲ ଅରବିଟର ରବୀନ୍ଦ୍ର ସାହୁ, ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ସିଂ ଦେଓ ସମ୍ନାନିତ ଅତିଥି ରୂପେ ଉପସ୍ଥିତ ରହି ଚେସ ଛାତ୍ରଛାତ୍ରୀ ମାନଙ୍କ ଏକାଗ୍ରତା, ନିଷ୍ପତ୍ତି ନେବା ଶକ୍ତି ବିକଶିତ ହେବା ସହ ଚେସ ଖେଳ ହେଉଛି ମସ୍ତିସ୍କ ର ବ୍ୟାୟାମଶାଳ ବୋଲି ସମସ୍ତ ଅତିଥି ଗଣ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ |

ଶ୍ରେଷ୍ଠ ପାଞ୍ଚ ଜଣ ଛାତ୍ରଛାତ୍ରୀ ମଧ୍ୟରେ ଆଶୁତୋଷ ମୁଣ୍ଡ, ସ୍ୱୟଂସମ୍ପୂର୍ଣ୍ଣ ପାତ୍ର, ସ୍ୱାଭିମାନ ପାତ୍ର, ଅନିବେଶ ସାମନ୍ତରାୟ, ଶ୍ରୀୟାଂଶୁ ଦାଶ ପୁରସ୍କୃତ ହୋଇଥିବା ବେଳେ ବିଭିନ୍ନ ବୟସ ବର୍ଗରେ ଶୁଭଶ୍ରୀ ବେହେରା, ସ୍ରିଜେଶ ସତ୍ୟ ରଞ୍ଜନ, ଦିବ୍ୟାୟାଂଶି ପଣ୍ଡା, ଦେବ ପ୍ରସାଦ ପ୍ରହରାଜ, ସ୍ୱୟାଶୁ ନାୟକ, କ୍ରିତିପ୍ରଜ୍ଞା ଦାଶ, ସ୍ୱୟଂମଜୀତ ମହାପାତ୍ର, ରବିଶଙ୍କର ପଣ୍ଡା, ଶ୍ରୀୟାଂଶ ମୁଣ୍ଡ, ସମ୍ଭବ ଥାପା, ଡିମ୍ପଲ ନାଏକ, ଆରୀୟନ କୁମାର ସାହୁ ଓ ଆୟୁଷ କୁମାର ସାହୁ ସମେତ ଅତୀଥି ମାନଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ | କଳାହାଣ୍ଡୀ ଚେସ ଏକାଡେମୀ ର ଅଧ୍ୟକ୍ଷ ଡ଼. ଶିବରାମ ନାୟକ ସଭା ପରିଚାଳନା କରିଥିବା ବେଳେ ଏକାଡେମୀ ର ବହୁ ବରିଷ୍ଠ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ |

ବ୍ୟୁରୋ ରିପୋର୍ଟ AKN NEWS 

Related Articles

Leave a Reply

Your email address will not be published. Required fields are marked *

Back to top button
error: Content is protected !!