ନନ୍ଦଳା ଗ୍ରାମରେ ଶ୍ରୀ ଶ୍ରୀ ଗୋପୀନାଥ ଦେବଙ୍କ ନୂତନ ମନ୍ଦିର, ନୂତନ ବିଗ୍ରହ, ଓ ଭାଗବତ ଗାଦି ପ୍ରତିଷ୍ଠା ମହୋତ୍ସବ ଦୀର୍ଘ ଆଠ ଦିନ ଧରି ତା ୨୫-୦୪-୨୫ରିଖ ଠାରୁ ତା ୦୨-୦୫-୨୫ ପଯ୍ୟନ୍ତ ମହା ସମାରୋହରେ ଅନୁଷ୍ଠିତ ହୋଇ ଯାଇଛି

ପୁରୀ ଜିଲ୍ଲା(AKN NEWS):କୃଷ୍ଣ ପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ ଦୀର୍ଘ ୨୦ ବର୍ଷର ଅନ୍ତ ଘଟାଇ ଚଳିତ ବର୍ଷ ତା ୨୫-୦୪-୨୫ ରିଖ ଠାରୁ ତା ୦୨-୦୫- ୨୫ ପଯ୍ୟନ୍ତ ମହା ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୱାନ ପଣ୍ଡିତ ଶ୍ରୀ ଅଶୋକ ଶତପଥୀ ଙ୍କ ପରାମର୍ଶ କ୍ରମେ ପ୍ରାୟ ୩୦ଜଣ ପୂଜକ ଙ୍କ ସହ ଯୋଗରେ ବୈଦିକ ରୀତିନୀତି ଅନୁଯାୟୀ ୪୮ ପ୍ରହର କଳି ଯୁଗର ମହାମନ୍ତ୍ର ଅହରହ ଗାନ ମଧ୍ୟରେ ଦେବକର୍ଯ୍ୟ ସମ୍ପାଦିତ ହେବା ସଙ୍ଘେ ସଙ୍ଗେ ଶ୍ରୀ ଶ୍ରୀ ଶ୍ରୀ ଗୋପୀନାଥ ଦେବ ନୂତନ ମନ୍ଦିର ଆରୋହଣ କରିଥିଲେ । ୨୫ତାରିଖରେ ଜଳ ଯାତ୍ରା ୫୦୦ ମହିଳା କଳସ ଯାତ୍ରା ରେ ଯୋଗ ଦେଇ ନଗର ପରିକ୍ରମା କରି ପାଟ ପଟୁଆର ସହିତ ଗଙ୍ଗା ଜଳ ଆଣି ସାଲା ମଣ୍ଡପରେ ପ୍ରବେଶ କରିଥିଲେ । ୨୬ ତାରିଖ ର ମଙ୍ଗଳ ମୁହୂର୍ତ୍ତ ଛଅ ଘଟିକା ସମୟରୁ ଶ୍ରୀ ଶ୍ରୀ ଗୋପୀନାଥ ଦେବ ସଙ୍କୀର୍ତ୍ତନ ମଣ୍ଡଳୀ ହରିନାମର ତାଳେ ତାଳେ ବାବାଜୀ ମହାରାଜ ଶ୍ରୀ ରାମକୃଷ୍ଣ ଦାସ ଙ୍କ ମନ୍ତ୍ର ଧ୍ଵନୀ ମଧ୍ୟରେ ନାମ ଯଜ୍ଞର ଶୁଭାରମ୍ଭ ହୋଇଥିଲା । ୨୭ ତାରିଖରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ , ବିଜେପି ମୁଖପାତ୍ର ଗୋଲଖ ମହାପାତ୍ର , ଓ ଯୁବନେତା ଦୀପକ କୁମାର ଜେନା ଯୋଗ ଦେବା ସହ ସନ୍ଧ୍ୟା ସମୟରେ ପାରାୟଣ ଗାଇକା ସୁଶ୍ରୀ ବର୍ଷା ରାଣୀ ତ୍ରିପାଠୀ ଏବଂ ପାରିକୁଦ ର ପ୍ରଚଣ୍ଡ ପ୍ରବକ୍ତା ତଥା ବାଗ୍ମୀ ମାନସ ରତ୍ନ ପ୍ରଦୀପ କୁମାର ଜେନା ଭକ୍ତ ମାନଙ୍କୁ ଭକ୍ତି ରସରେ ହଜେଇ ଦେଇଥିଲେ । ପରବତି ସମୟରେ ଶ୍ରୀଯୁକ୍ତ ବିଷ୍ଣୁ ପ୍ରସାଦ ଦଳେଇ ଏବଂ ଲଳିତ କୁମାର ସ୍ବାଇଁ ଙ୍କ ସଂଯୋଜନାରେ ଆଧ୍ୟାତ୍ମିକ କବିତା ଆସର ଅନୁଷ୍ଠିତ ହୋଇଥିଲା । ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କେଦାର ନାଥ ଦାସଙ୍କ ବଳିଷ୍ଠ ସଂଯୋଜନାରେ ପ୍ରତେହ
ସମର କଳା ପ୍ରଦର୍ଶନ କରାଯାଇଥିଲା ।୩୦ ତାରିଖ ଦେବକାର୍ଯ୍ୟର ପ୍ରମୁଖ ଦିବସ ଥିଲା ଏହିଦିନ ପାରିକୁଦ ରାଜା ସାହେବ୍ ଶ୍ରୀ ଶ୍ରୀ ସନ୍ତୋଷ ଚନ୍ଦ୍ର ମାନସିଂହ ଏବଂ ପାଲୁର ରାଜା ସାହେବ୍ ରଜତ ଚନ୍ଦ୍ର ଗଜେନ୍ଦ୍ର ଦେଓ ତଥା ରାଣୀ ସାହେବା ଏବଂ ପୂର୍ବତନ ଖାଦ୍ୟ ଯୋଗାଣ ମନ୍ତ୍ରୀ ସଞ୍ଜୟ କୁମାର ଦାସ ବର୍ମା , ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର , ପୂର୍ବତନ ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଏବଂ ମାଲୁଦ ପଞ୍ଚାଦୋଳ ଚବିଶ ମଉଜା ମର୍ଫଦାର ଶ୍ରୀ ଯୁକ୍ତ ସଂଗ୍ରାମ କେଶରୀ ପଟ୍ଟନାୟକ ଙ୍କ ଶୁଭ ଉପସ୍ଥିତିରେ ନନ୍ଦଳା ଗ୍ରାମର ଇଷ୍ଟ ଦେବ ପଭୁ ଶ୍ରୀ ଶ୍ରୀ ଗୋପୀନାଥ ଦେବ ରତ୍ନ ସିଂହାସନ ବିଜେ କରିଥିଲେ । ଆନନ୍ଦରେ ବାରୁଣାଇଁ ଯୁବକ ସଂଘ ସଦସ୍ୟ ମାନେ ଆତସ ବାଦି ପରିବେଷଣ କରି ପରିବେଶ ଝଲସାଇ ଦେଇଥିଲେ । ସନ୍ଧ୍ୟାରେ ଜଗନ୍ନାଥ ସଂସ୍କୃତି ଗବେଷକ ଜ୍ଞାନନନ୍ଦ ସାଗର ଏବଂ ଆଚାର୍ଯ୍ୟ ଶୁଭମ୍ ମିଶ୍ର ହରି କଥାରେ ଭକ୍ତ ମାନଙ୍କୁ ମଜେଇ ଥିଲେ । ପ୍ରତ୍ୟହ ୧୫ ହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ଏବଂ ବହୁ ଦୂର ଦୁରାନ୍ତରୁ ବ୍ୟବସାୟୀ ମାନେ ଆସି ଭଲ ଦୁଇ ପଇସା ରୋଜଗାର କରିଥିଲେ । ଏହି କାର୍ଯ୍ୟ ନନ୍ଦଳା ପାଇକରା ସମେତ ନଅ ମୌଜା ଏବଂ ପ୍ରୟାଗୀ ବଜ୍ରକୋର୍ଟ ସହଯୋଗରେ ସମ୍ପାଦିତ ହୋଇଥିଲା । ଗ୍ରାମ୍ୟ କମିଟିର ସଭାପତି ଶ୍ରୀଯୁକ୍ତ ମାଗୁଣି ନାୟକ ଏବଂ ସମ୍ପାଦକ ଦାମୋଦର ତରେଇ ତଥା ମନ୍ଦିର ପରିଚାଳନା କମିଟି ଏବଂ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ସମାପନ କରାଯାଇଥିଲା ।
କୃଷ୍ଣ ପ୍ରସାଦ ରୁ ମନୋଜ କୁମାର ବାରିକ ଙ୍କ ରିପୋର୍ଟ AKN NEWS


